ପୁରୀ ଠାରେ ଜିଲ୍ଲା ସ୍ତରୀୟ ହସ୍ତତନ୍ତ ମେଳା

ପୁରୀ: ବୟନିକା ଦ୍ୱାରା ନିଳାଚଳ ଅର୍ବାନ୍ ହାଟ, ପୁରୀ ଠାରେ ଏକ ଜିଲ୍ଲା ସ୍ତରୀୟ ହସ୍ତତନ୍ତ ମେଳା ୨୦.୦୬.୨୦୨୩ ଠାରୁ ଆରମ୍ଭ ହୋଇଛି । ଏହା ୩୦.୦୬.୨୩ ରିଖ ପର୍ଯ୍ୟନ୍ତ ଚାଲିବ । ଏହି ମେଳାକୁ ଡ. ସୁରେଶ ଚନ୍ଦ୍ର ଦଳାଇ, ଭା.ପ୍ର.ସେ. କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର୍‌, କଟକ  ଉଦଘାଟନ କରିଛନ୍ତି । ଏହି ଉତ୍ସବରେ ସମ୍ମାନିତ ଅତିଥି ରୂପେ ଶ୍ରୀ ଶୋଭନ କୃଷ୍ଣ ସାହୁ, ଭା.ରା.ସେ., ନିର୍ଦ୍ଦେଶକ, ବୟନ ଶିଳ୍ପ ଓ ହସ୍ତତନ୍ତ, ଓଡିଶା, ଶ୍ରୀମତୀ ପ୍ରଣତି ଛୋଟରାୟ, ଭା.ପ୍ର.ସେ, ପରିଚାଳନା ନିର୍ଦ୍ଦେଶକ, ବୟନିକା, ଶ୍ରୀ ପ୍ରକାଶ ଚନ୍ଦ୍ର ମେହେର, ସଭାପତି ବୟନିକା ଏବଂ ଅନ୍ୟାନ୍ୟ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ମେଳାରେ ସମୁଦାୟ ୩୦ ଗୋଟି ପ୍ରାଥମିକ ସମବାୟ ସମିତି ଯୋଗଦାନ କରିଛନ୍ତି । ଏହି ପ୍ରଦର୍ଶନୀରେ ଓଡିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଗୁଜୁରାଟର ପଟୋଲା,  ୟୁପିର ଚିକେନ କାରୀ, ଜାମ୍ମୁ କାଶ୍ମୀରର ପଶ୍ମିନା-ସାଲ ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି । ଏହି ମେଳା ପ୍ରତ୍ୟହ ଦିବା ୧୧.୦୦ ଘଟିକାଠାରୁ ରାତ୍ର ୯.୦୦ ଘଟିକା ପର୍ଯ୍ୟନ୍ତ ଚାଲୁଛି । ଏହି ମେଳାରେ ଓଡିଶାର ପ୍ରତ୍ୟେକ ଷ୍ଟଲରେ ପ୍ରତ୍ୟେକ ବସ୍ତ୍ର ବିକ୍ରି ଉପରେ ସ୍ୱତନ୍ତ୍ର ରିହାତି ଦେବାର ବ୍ୟବସ୍ଥା କରା ଯାଇଅଛି । 

Leave a Reply

Your email address will not be published. Required fields are marked *