ସରକାରୀ ମହାବିଦ୍ୟାଳୟ ଗୁଡ଼ିକରେ ୩୩୪ଟି ଅଣଅଧ୍ୟାପକ ନିଯୁକ୍ତି

ଭୁବନେଶ୍ୱର:ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଡିଗ୍ରୀ ମହାବିଦ୍ୟାଳୟଗୁଡ଼ିକରେ ୩୩୪ ଜଣ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତ ହେବେ । ଏମାନଙ୍କ ମଧ୍ୟରେ ୧୮ ଜଣ ଶାରୀରିକ ଶିକ୍ଷା ପ୍ରଶିକ୍ଷକ (ପିଇଟି), ୨୫ ଜଣ କନିଷ୍ଠ ଗ୍ରନ୍ଥାଗାରିକ (ଜୁନିଅର ଲାଇବ୍ରେରିଆନ୍‌) ଏବଂ ୨୯୧ ଜଣ ବିଜ୍ଞାନାଗାର ସହାୟକ ତଥା ଭଣ୍ଡାର ରକ୍ଷକ (ଲାବୋରେଟୋରୀ ଆସିଷ୍ଟାଣ୍ଟ-କମ୍‌-ଷ୍ଟୋର କିପର) ଅଛନ୍ତି । ନବନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକମାନଙ୍କ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୨୫ ତାରିଖ ୫.୩୦ ସମୟରେ ଲୋକସେବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ଏହି ଅବସରରେ ନବନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକମାନଙ୍କୁ ନିଯୁକ୍ତି ଆଦେଶ ପ୍ରଦାନ କରାଯିବ ।  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉପସ୍ଥିତ ରହି ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । 

Leave a Reply

Your email address will not be published. Required fields are marked *