ଅଗଷ୍ଟ ୨୭ରେ ହେବ ଏଏସ୍‌ଓ ଲିଖିତ ପରୀକ୍ଷା

ଭୁବନେଶ୍ୱର: ଏଏସ୍‌ଓ ପଦବୀ ପାଇଁ ଲିଖିତ ପରୀକ୍ଷା ୨୭ ଅଗଷ୍ଟରେ କରାଯିବ ବୋଲି ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି । ୨୭ ଅଗଷ୍ଟ ୨୦୨୨ ଶନିବାର ସକାଳ ୧୦ଟା ୩୦ ମିନିଟ୍‌ରେ ସାଧାରଣ ଜ୍ଞାନ (ପେପର-୧), ୧୧ଟା ୩୦ରୁ ୧ ଘଣ୍ଟା ମଧ୍ୟରେ ରିଜନିଙ୍ଗ୍‌ ଓ ମେଣ୍ଟାଲ ଆବିଲିଟି ଏବଂ ଗଣିତ ପରୀକ୍ଷା (ପେପର-୨), ୨ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ଇଂରାଜୀ ଓ ଓଡ଼ିଆ (ପେପର-୩) ପରୀକ୍ଷା କରାଯିବ । ସୂଚନାଯୋଗ୍ୟ ଯେ ପୂର୍ବରୁ ଏହି ଲିଖିତ ପରୀକ୍ଷା ୨୧ ଅଗଷ୍ଟରେ କରାଯିବାକୁ ନିର୍ଦ୍ଧାରିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *