ପାନର ଉପକାରିତା

ପାନର ଲତା ବହୁତ କୋମଳ ଓ ସୁନ୍ଦର ଅଟେ । ଏହା ସାଧାରଣତଃ ଓଡ଼ିଶା, ବିହାର ପଶ୍ଚିମ ବଙ୍ଗଳା, ବନାରସ ପ୍ରଭୃତି ସ୍ଥାନରେ ବହୁଳ ଭାବେ ଚାଷ କରାଯାଏ । ବନାରସ ପ୍ରଭୃତି ସ୍ଥାନରେ ବହୁଳ ଭାବେ ଚାଷ କରାଯାଏ । ବନାରସ ପାନ ସର୍ବୋତ୍ତମ ପାନରେ ଗଣାଯାଏ । ପାନର ମଧ୍ୟ ଅନେକ ଔଷଧୀୟ ଗୁଣ ଅଛି । ପାନ ସବୁ ଶୁଭ କାମରେ ଲାଗେ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ବିଡ଼ିଆ ପାନ ଲାଗି କରାଯାଏ ।

ମସ୍ତକ ପୀଡ଼ା: ପାନକୁ ବାଟି କାନପଟିରେ ଲେପଦେଲେ ମସ୍ତକ ପୀଡ଼ା ଦୂର ହୋଇଥାଏ । ଆଖିରେ ରକ୍ତ ଜମି ଦେଖାଯାଉ ନଥିଲେ: ପାନପତ୍ରକୁ ଭଲ ଭାବରେ ଧୋଇ ରସ ବାହାର କରି ଆଠ ପରସ୍ତ କପଡ଼ାରେ ଛାଣି ଆଖିରେ ୧-୨ ଟୋପା ଲେଖାଏଁ ପକାଇଲେ ଆଖିରେ ଜମିଥିବା ରକ୍ତ ସଫା ହୋଇଯାଏ । ହୃଦୟ ରୋଗ: ପାନକୁ ବାଟି ମିଶ୍ରୀ ସହିତ ପାଣିରେ ମିଶାଇ ସର୍ବତ କରି ପିଇଲେ ହୃଦୟରୋଗ ଠିକ୍‍ ହୁଏ । ସ୍ତନ ଶୋଥ: ଯେଉଁ ସ୍ତ୍ରୀ ଲୋକଙ୍କର ପିଲା ଜନ୍ମ ହେଲା ପରେ ସ୍ତନରେ କ୍ଷୀର ଜମିଯାଇ ସ୍ତନ ଫୁଲିଯାଇଥାଏ, ଏପରି ସ୍ଥଳେ ପାନକୁ ଗରମ କରି ସ୍ତନ ଉପରେ ବାନ୍ଧିଲେ ଫୁଲା କମିଯାଇ କ୍ଷୀର ଶୁଖିଯାଏ । ପିଲାଙ୍କୁ ସର୍ଦ୍ଦି ହେଲେ: ପାନକୁ ଗରମ କରି ତା ଉପରେ ଜଡ଼ା ତେଲ ମାରି ଛାତିରେ ବାନ୍ଧିଲେ ସର୍ଦ୍ଦି ଭଲ ହୋଇଥାଏ । ସୋରିଷ ତେଲରେ ପାନ ରସ ମିଶାଇ ଅଳ୍ପ ଉଷୁମ କରି ପିଲାଙ୍କ ଦେହରେ ମାଲିସ୍‍ କଲେ ପିଲାଙ୍କ ସର୍ଦ୍ଦି ଠିକ୍‍ ହୋଇଥାଏ । ପିଲାଙ୍କ କାଶ: ପାନପତ୍ର ରସ ୩-୪ ଗ୍ରାମରେ ମହୁ ମିଶାଇ ଚଟାଇଲେ ପିଲାଙ୍କ କାଶ ଭଲ ହୁଏ । ପାନ ଡେମ୍ଫକୁ ଘୋରି ମହୁ ସହିତ ପିଲାଙ୍କୁ ଚଟାଇଲେ ପିଲାଙ୍କ କାଶ ଭଲ ହୁଏ । ପାନ ଡେମ୍ଫକୁ ଘୋରି ମହୁ ସହିତ ପିଲାଙ୍କୁ ଚଟାଇଲେ ସର୍ଦ୍ଦିକାଶ ଭଲ ହୁଏ । ମୁଖ ଦୁର୍ଗନ୍ଧ: ପାନ ପତ୍ରକୁ ଚୋବାଇ ରସକୁ ଢୋକିଲେ ଖାଦ୍ୟ ହଜମ ହୋଇଯାଏ ଓ ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ । ଶୋଷ: ପାନ ଖାଉଥିବା ଲୋକକୁ ଶୋଷ କମ୍‍ ହୋଇଥାଏ । ଛୋଟ ପିଲାଙ୍କ କୋଷ୍ଠବଦ୍ଧତା: ପାନ ନାସିରେ ତେଲ ଲଗାଇ ଛୋଟ ପିଲାଙ୍କ ମଳଦ୍ୱାରରେ ସାବଧାନାତର ସହିତ ପୂରାଇଲେ ଝାଡ଼ା ହୋଇଯାଇଥାଏ । ଧ୍ୱଜଭଙ୍ଗ: କଛିଦିନ ପାନପତ୍ରକୁ ଚୋବାଇ ରସ ଢୋକିଲେ ଧ୍ୱଜଭଙ୍ଗରେ ଲାଭ ମିଳେ । ଜ୍ୱର: ପାନ ପତ୍ର ରସ ୩-୪ ଗ୍ରାମକୁ ଗରମ କରି ଦିନରେ ୨-୩ ଥର ପିଇଲେ ଜ୍ୱର ଆସିବା ବନ୍ଦ ହୋଇଯାଏ । ଫୁଲା ଓ ଦରଜ: ପାନପତ୍ରକୁ ଗରମ କରି ଫୁଲା ଓ ଦରଜ ଜାଗା ଉପରେ ବାନ୍ଧିଲେ ଭଲ ହୋଇଯାଏ । ବ୍ରଣ: ବ୍ରଣ ଉପରେ ପାନ ପତ୍ରକୁ ବାନ୍ଧିଲେ ବ୍ରଣ ଫାଟି ଶୀଘ୍ର ଶୁଖିଯାଏ । ବାନ୍ତି: ପାନ ପତ୍ରକୁ ମକଚି କଳରେ ଜାକିଲେ ବାନ୍ତି ଭଲ ହୋଇଥାଏ । ଉକୁଣୀ: ପାନ ପତ୍ର ରସ ମୁଣ୍ଡରେ ଲଗାଇଲେ ଉକୁଣୀ ମରିଯାନ୍ତି । ଗୋଦର (ଶ୍ଳୀପଦ): ୭ଟି ପାନ ପତ୍ରକୁ ବାଟି ସେଥିରେ ଅଳ୍ପ ଲୁଣ ମିଶାଇ ଉଷୁମ ପାଣି ସହିତ ସେବନ କଲେ ଗୋଦର ରୋଗରେ ଲାଭ ମିଳିଥାଏ । ଅନ୍ଧାରକଣା ରୋଗ: ପାନ ରସକୁ ଆଠ ପରସ୍ତ କପଡ଼ାରେ ଛାଣି ୨-୨ ଟୋପା ଆଖିରେ ପକାଇଲେ ଓ ୫-୭ ମିନିଟ୍‍ ପରେ ଆଖି ଧୋଇଲେ ଏହିପରି ୫-୭ ଥର କଲେ ଅନ୍ଧାରକଣା ରୋଗ ଦୂରହୋଇଥାଏ । ଆଖିଧରା: ପାନପତ୍ରର ଶିରା ବାହାର କରି ଛେଚି ରସ ବାହାର କରି ଆଠ ପରସ୍ତ କପଡ଼ାରେ ଛାଣି ଆଖିରେ ପକାଇଲେ ଆଖିଧରା ଭଲ ହୋଇଥାଏ । କାନରୋଗ: ପାନ ପତ୍ର ରସକୁ ଉଷୁମ କରି ୨-୨ ଟୋପା କାନରେ ପକାଇଲେ କାନଟଣା ଓ କାନବିନ୍ଧା ଭଲ ହୁଏ । ବଥ: ପାନପତ୍ର ମଝିରେ ଛୋଟ କଣା କରି ଘିଅ ମାରି ଉଷୁମ କରି ବଥ ମୁହଁରେ କଣାକୁ ରଖି ପାନ ପତ୍ରକୁ ବଥ ଉପରେ ରଖିଲେ ପୂଜ ବାହାରିଯାଇ ଶୀଘ୍ର ଶୁଖିଯାଏ ।