ଭୁବନେଶ୍ୱର : ଗୁରୁବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଜଗତସିଂହପୁର ଜିଲ୍ଲା ଏରସମା-ବାଲିକୁଦା ନିର୍ବାଚନ ମଣ୍ଡଳୀର ସଂଗ୍ରାମପୁର ଗାଁର ବିଶିଷ୍ଟ ସମାଜସେବୀ ତଥା ଛାତ୍ର ନେତା ଶ୍ରୀ ସତ୍ୟ ସାରଥୀ ମହାନ୍ତି ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟୀରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ଏହି ଅବସରରେ ବିଜେଡିର ପୂର୍ବତନ ସରପଞ୍ଚ ଶ୍ରୀ ଅଜୟ ମହାପାତ୍ର, ବିଜେଡିର ଢ଼ିଙ୍କିଆ ସଭାପତି ପ୍ରଶାନ୍ତ ମହାନ୍ତି, ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ଅମୀୟ ରାଉତ, ବିଜେଡିର ଯୁବନେତା ପ୍ରକାଶ ଟାଙ୍ଗୁର, ପ୍ରସନ୍ନ ମହାନ୍ତି, ବିଜେଡିର ୱାଡମେମ୍ବର ରଶ୍ମିତା ଦାସ, ବିଧାନ କାଣ୍ଡି, ସୁକଦେବ ସାମଲ, ଗୋଲକ ଦାସ, ମାନସ କୁମାର ସେଠୀ, ଗୋପିନାଥ ଦାସ, ସୁଶାନ୍ତ ପ୍ରଧାନ, ପ୍ରକାଶ ଭୋଇଙ୍କ ସମେତ ବିଜେଡି ଓ କଂଗ୍ରେସର ଶତାଧିକ ସମର୍ଥକ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟରେ ଗଣତନ୍ତ୍ର ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି । ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ରାଜ୍ୟର ବିକାଶରେ ବଡ ବାଧକ ସାଜିଛି । ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଆଗାମୀ ଦିନରେ ଓଡିଶାରେ ମଧ୍ୟ ଭାରତୀୟ ଜନତା ପାର୍ଟୀ ନିଶ୍ଚିତ ଭାବେ ଡବଲ୍ ଇଞ୍ଜିନ ସରକାର ଗଠନ କରିବ । ଏହି ମିଶ୍ରଣ ପର୍ବ ପାର୍ଟୀର ସଂଗଠନକୁ ଆହୁରି ସୁଦୃଢ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି । ଏହି ମିଶ୍ରଣ ପର୍ବ ଅବସରରେ ଅନୁସୂଚିତ ଜାତି (ଏସସି) ମୋର୍ଚ୍ଚା ରାଜ୍ୟ ସଭାପତି ଡା.ବିଭୂପ୍ରସାଦ ତରାଇ, ରାଜ୍ୟ ସାଧାରଣ ସଂପାଦକ ଡ. ଯତୀନ ମହାନ୍ତି, ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମ୍ପଦ ସ୍ୱାଇଁ, ପବିତ୍ର ଦାଶ୍ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।