ପୁରୁଣୀର ଉପକାରିତା

ପୁରୁଣୀ ଏକ ବୁଦାଳିଆ ଲତା । ଏହା ବାଡ଼ି ବଗିଚାମାନଙ୍କରେ ଥାଏ । ଏହାକୁ ପୁରୁଣୀ ଶାଗ ମଧ୍ୟ କୁହନ୍ତି । ପୁରୁଣୀ ଦୁଇ ପ୍ରକାରର ଦେଖାଯାଏ । ଲାଲରଙ୍ଗର ଓ ଧଳାରଙ୍ଗର । ଏହାର ସର୍ବାଙ୍ଗ ଔଷଧ ରୂପେ ବ୍ୟବହାର କରାଯାଏ ।

ନିଦ ନହେଲେ : ପୁରୁଣୀ ଚେରକୁ ପାଣିରେ ସିଝାଇ ସେହି କ୍ୱାଥରୁ ୫୦-୧୦୦ ମି.ଗ୍ରା ମାତ୍ରାରେ ପିଇଲେ ଭଲ ନିଦ ହୋଇଥାଏ । ନେତ୍ର ରୋଗ: ପୁରୁଣୀ ଲତାର ଚେରକୁ ବାଟି ଘିଅ ମିଶାଇ ଛାଣି ଅଞ୍ଜନ ଭଳି ଲଗାଇଲେ ଆଖି ଫୁଲା ଆଖି ଲାଲ ହେବା ଦୂର ହୁଏ । ପୁରୁଣୀ ଚେରକୁ ଘୋରି ସେଥିରେ ଧଳା ପିଆଜ ରସ ମିଶାଇ ଛାଣି ଆଖିରେ ପକାଇଲେ ଆଖି ଗଲୁ ବନ୍ଦ ହୁଏ । ମୁଖରେ ଛାଲି: ପୁନର୍ନବା ଚେରକୁ କ୍ଷୀର ସହିତ ଘୋରି ମୁଖ ଚାଲିରେ ଲଗାଇଲେ ଭଲ ହୋଇଥାଏ । ହୃଦୟ ରୋଗ: ପୁରୁଣା ପତ୍ରକୁ ନିୟମିତ ଶାଗ କରି ଖାଇଲେ ହୃଦୟ ରୋଗରେ ଲାଭ ମିଳିଥାଏ । ଶୁଖିଲା କାଶ: ପୁନର୍ନବା ଚେର ଚୂର୍ଣ୍ଣରେ ଚିନି ମିଶାଇ ସେବନ କଲେ ଶୁଖିଲା କାଶ ଭଲ ହୁଏ । ଶ୍ୱାସ ରୋଗ: ପୁନର୍ନବା ମୂଳ ଚୂର୍ଣ୍ଣ ୩ ଗ୍ରାମରେ ୫୦୦ ମି.ଗ୍ରା ହଳଦୀ ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଇଲେ ଶ୍ୱାସ ରୋଗ ଭଲ ହୋଇଥାଏ । ଭୋକ ନ ଲାଗିଲେ: ପୁରୁଣୀ ମୂଳ ଚୂର୍ଣ୍ଣ ୩ ଗ୍ରାମକୁ ପାଣି ସହିତ ସେବନ କଲେ ଭୋକ ଲାଗିଥା, । ପେଟ ରୋଗ: ପୁନର୍ନବା ମୂଳ ଚୂର୍ଣ୍ଣକୁ ଗୋ-ମୂତ୍ରରେ ମିଶାଇ ସେବନ କଲେ ସମସ୍ତ ପ୍ରକାର ପେଟ ରୋଗରେ ଲାଭ ମିଳିଥାଏ । ମୂତ୍ରକୁଚ୍ଛ: ପୁରୁଣୀର ୫-୭ଟି ପତ୍ରକୁ ୨-୩ ଗୋଲମରିଚ ସହିତ ବାଟି ପାଣିରେ ମିଶାଇ ଛାଣି ପିଇଲେ ମୂତ୍ରକୁଚ୍ଛ ଦୂର ହୋଇଥାଏ । ପ୍ରଦର ରୋଗ: ପୁରୁଣୀ ଲତାର ଚୂର୍ଣ୍ଣ ୩ ଗ୍ରାମକୁ ଜଳବ୍ରାହ୍ମୀ ରସ ସହିତ ସେବନ କଲେ ଲାଭ ମିଳିଥାଏ । ପୁରୁଣୀ ଚେରର ଚୂର୍ଣ୍ଣ, ଅଶ୍ୱଗନ୍ଧା ଚୂର୍ଣ୍ଣ ଓ ମିଶ୍ରୀ ଗୁଣ୍ଡ ମିଶାଇ ପାଣି ସହିତ ସେବନ କଲେ ପ୍ରଦର ରୋଗ ଠିକ୍‍ ହୋଇଥାଏ । ବୃକକ୍‍ ରୋଗ: ପୁରୁଣୀ ଲତାର ପଞ୍ଚାଙ୍ଗ ପାଣିରେ ସିଝାଇ ୧୦-୨୦ ଗ୍ରାମ କ୍ୱାଥ କିଛିଦିନ ସେବନ କଲେ ବୃକକ୍‍ ରୋଗରେ ଲାଭ ମିଳିଥାଏ । ଜଳୋଦର: ପୁନର୍ନବା ଚେରକୁ ସିଝାଇ ସେହି କ୍ୱାଥକୁ ନିୟମିତ ପିଇଲେ ଜଳୋଦର ଠିକ୍‍ ହୋଇଥାଏ । ପ୍ଲୀହା ରୋଗ: ଧଳା ପୁରୁଣୀ ମୂଳ ୧୦-୨୦ ଗ୍ରାମ ଚାଉଳ ଧୂଆ ପାଣିରେ ବାଟି କିଛିଦିନ ସେବନ କଲେ ପ୍ଲୀହା ରୋଗରେ ଲାଭ ମିଳିଥାଏ । ଆମବାତ: ପୁରୁଣୀ ପଞ୍ଚାଙ୍ଗ କ୍ୱାଥରେ କର୍ପୂର ଓ ଶୁଣ୍ଠି ଚୂର୍ଣ୍ଣ ୧ ଗ୍ରାମ ଲେଖାଏଁ ମିଶାଇ ୭ ଦିନ ପର୍ଯ୍ୟନ୍ତ ସେବନ କଲେ ଆମବାତ ଠିକ୍‍ ହୋଇଥାଏ । ଶୋଥରୋଗ: ପୁନର୍ନବା ଚେର, ମୂଥାମୂଳ, ପ୍ରତ୍ୟେକରୁ ୧୦ ଗ୍ରାମ ମାତ୍ରାରେ ନେଇ ବାଟି ୬୪୦ ଗ୍ରାମ ଗାଈ କ୍ଷୀରରେ ସିଝାଇ ଥଣ୍ଡା କରି ଛାଣି ସକାଳ ଓ ସନ୍ଧ୍ୟାରେ ସବେନ କଲେ ଶୋଥ ଠିକ୍‍ ହୋଇଥାଏ । କୁଷ୍ଠ ରୋଗ: ପୁରୁଣୀ ମୂଳରୁ ଗୁଆ ସହିତ ସେବନ କଲେ କୁଷ୍ଠ ରୋଗରେ ଲାଭ ମିଳିଥାଏ । ଜ୍ୱର: ଧଳା ପୁନର୍ନବା ମୂଳ ଚୂର୍ଣ୍ଣ ୨ ଗ୍ରାମ ମାତ୍ରାରେ କ୍ଷୀର ସହିତ ସେବନ କଲେ ଜ୍ୱର ଠିକ୍‍ ହୁଏ । କାମଳ ରୋଗ: ପୁନର୍ନବାର ପଞ୍ଚାଙ୍ଗକୁ ୪୦୦ ଗ୍ରାମ ପାଣିରେ ସିଝାଇ ପାଣି ୧୦୦ ଗ୍ରାମ ରହିଲେ ସେହି କ୍ୱାଥକୁ ଦିନରେ ୩ ଥର ପର୍ଯ୍ୟନ୍ତ ପିଇଲେ ଓ ପୁନର୍ନବା କାଠିକୁ ମାଳିକରି ବେକରେ ପିନ୍ଧିଲେ କାମଳ ରୋଗ ଭଲ ହୋଇଥାଏ । ବହୁମୂତ୍ର ରୋଗ: ପୁରୁଣୀ ପତ୍ର ରସରେ ଗୋଲମରିଚ ଗୁଣ୍ଡ ମିଶାଇ ପିଇଲେ ବହୁମୂତ୍ର ରୋଗରେ ଲାଭ ମିଳିଥାଏ । ବିଷାକ୍ତ ସାପ କାମୁଡ଼ିଲେ: ଧଳା ପୁରୁଣୀ ମୂଳକୁ ବାଟି କ୍ଷତ ସ୍ଥାନରେ ଲେପଦେବ ଓ ପୁରୁଣୀ ଗଛର ପଞ୍ଜାଙ୍ଗକୁ ୨୦ଟି ଗୋଲମରିଚ ସହିତ ବାଟି ରୋଗୀକୁ ପିଆଇଲେ ବିଷ ନଷ୍ଟ ହୋଇଥାଏ । ସନ୍ତାନ ପାଇଁ: ଶୁଦ୍ଧ ସ୍ନାନ ପରଠାରୁ ୫ ଦିନ ପ୍ରତ୍ୟେକ ସକାଳେ ପୁରୁଣୀ ଗଛର ଚେରକୁ କ୍ଷୀରେ ବାଟି ସେବନ କଲେ ଗର୍ଭ ରହିଥାଏ ।