ଆଡଭୋକେଟ୍‌ ଜେନେରାଲ, ଓଡ଼ିଶା କାର୍ଯ୍ୟାଳୟ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬ଲକ୍ଷ  ୩୦ହଜାର ଟଙ୍କାର ସହାୟତା

ଭୁବନେଶ୍ୱର: ଆଡଭୋକେଟ୍‌ ଜେନେରାଲ, ଓଡ଼ିଶା କାର୍ଯ୍ୟାଳୟ ତରଫରୁ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬ଲକ୍ଷ  ୩୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । କାର୍ଯ୍ୟାଳୟର ସମସ୍ତ ଆଇନ୍‌ ଅଧିକାରୀ ଓ କର୍ମଚାରୀମାନେ ମିଳିତ ଭାବେ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ଆଡଭୋକେଟ୍‌ ଜେନେରାଲ, ଓଡ଼ିଶା ଶ୍ରୀ ଅଶୋକ କୁମାର ପରିଜାଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ସରକାରୀ ଆଡଭୋକେଟ୍‌ ଶ୍ରୀ ଜ୍ୟୋତି ପ୍ରକାଶ ପଟ୍ଟନାୟକ ସୋମବାର ଦିନ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ପଦୀପ କୁମାର ଜେନାଙ୍କୁ ସାକ୍ଷାତ କରି ଏହି ସହାୟତା ରାଶି ବ୍ୟାଙ୍କ ଡ୍ରାଫଟ ଆକାରରେ ପ୍ରଦାନ କରିଛନ୍ତି ।