ଭାଗ୍ୟବାନ

ସମାଜରେ ଯେଉଁ ବ୍ୟକ୍ତିମାନଙ୍କର ସକରାତ୍ମକ ଆବେଗ ତଥା ମନୋବୃତ୍ତି ରହିଛି, କେବଳ ସେଇମାନଙ୍କ ସହିତ ସଂପର୍କ ରଖିବା ଲାଭଦାୟକ ମନେହୁଏ । ଏହି କଥାଟିକୁ ଜୀବନର ବ୍ରତ କରି ଚାଳିଲେ ଅନେକ ଦୃଷ୍ଟିରୁ ଆପଣ ଲାଭବାନ ହେବେ । ଏ ସମାଜରେ ବସବାସ କରୁଥିବା ଭାଗ୍ୟବାନ ବ୍ୟକ୍ତିଙ୍କୁ ଚିହ୍ନନ୍ତୁ । ତାଙ୍କ ସହ ମିଶିବା ପାଇଁ ପଥ ସୁଗମ କରନ୍ତୁ । ପୁନଶ୍ଚ ହତଭାଗ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ଚିହ୍ନନ୍ତୁ; ଏବଂ ତାଙ୍କ ସହ ସଂପର୍କ ନରଖି ଦୂରେଇ ଯିବାକୁ ଚେଷ୍ଟା କରନ୍ତୁ । ସଂସାରରେ ବୋକାମାନେ ନିଜ ପାଇଁ ହତଭାଗ୍ୟର ବଳୟ ତିଆରି କରନ୍ତି । ଏହା ଏକ ସଂକ୍ରାମକ ରୋଗ । କିଛି ପ୍ରତିକାର ବା ନିଦାନ ଏହାର ନାହିଁ । ହତଭାଗାଙ୍କ ପାଇଁ ନିଜର ଦ୍ୱାର ଉନ୍ମୁକ୍ତ ରଖନ୍ତୁ ନାହିଁ । ଯଦି ସବୁବେଳେ ଦ୍ୱାର ଖୋଲା ରଖନ୍ତି, ଅନେକ ଏପରି ବ୍ୟକ୍ତି ଆପଣଙ୍କର ବଳୟକୁ ପଶି ଆସିବେ ଏବଂ ସେଇ ଭିଡ଼ ଭିତରେ ଆପଣ ମଧ୍ୟ ହଜିଯିବେ । ତେଣୁ ଅନ୍ୟର ଯନ୍ତ୍ରଣାକୁ ପାଥେୟ କରି ଘାଣ୍ଟି ଗୋଳେଇ ହୁଅନ୍ତୁ ନାହିଁ । ଏହାଦ୍ୱାରା ଆପଣ ଯଥେଷ୍ଟ ପଛରେ ପଡ଼ିଯିବେ । କୌଣସି ବୋକା ଲୋକଙ୍କୁ ଆଦୌ ସଂସ୍କୃତିସଂପନ୍ନ ବୋଲି ଭାବନ୍ତୁ ନାହିଁ । ଅବଶ୍ୟ ଜଣେ ଅସାଧାରଣ ବ୍ୟକ୍ତିଙ୍କୁ ଆପଣ ବିଜ୍ଞ ବୋଲି ଧରି ନେଇପାରନ୍ତି । ମୂର୍ଖ ଏବଂ ବୋକା ବ୍ୟକ୍ତିଙ୍କ ସଙ୍ଗ ହୁଅନ୍ତୁ ନାହିଁ । ଏମାନେ ନିଜକୁ ଅନେକ ସମୟରେ ବହୁତ ଜ୍ଞାନୀ ବୋଲି ଚାରିଆଡ଼େ ଗାଇବୁଲନ୍ତି । କିନ୍ତୁ ନିଜର ଅଜ୍ଞତା ଏମାନଙ୍କୁ କୌଣସି କ୍ଷେତ୍ରରେ ତୃପ୍ତ କରିପାରେ ନାହିଁ । ସମାଜରେ ଯେଉଁମାନଙ୍କ ସ୍ଥିତି ସୁଦୃଢ଼, କେବଳ ସେଇମାନଙ୍କ ସହ ମିଶିବାକୁ ଚେଷ୍ଟା କରନ୍ତୁ । ମନେ ରଖନ୍ତୁ ତିଳ ବା ଖସାତେଲ ଗୋଲାପ ସହ ମିଶିଗଲା ପରେ ସେ ଆଉ ତିଳେତେଲ ହୋଇ ରହେ ନାହିଁ । ଏଥିରୁ ଗୋଲାପର ବାସ୍ନା ବାହାରେ, ତିଳ କିମ୍ବା ଖସାର ଗନ୍ଧ ନୁହେଁ ।