ମିଳିତ ବିରୋଧି ଏକତା ମେଣ୍ଟର ଜନଆକ୍ରୋଶ ସମାବେଶ ସ୍ଥଗିତ ।

ଭୁବନେଶ୍ୱର:କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଲୋକମାରଣ ନୀତି ବିରୁଦ୍ଧରେ ରାଜ୍ୟର ଅଣବିଜେପି ଓ ଅଣ ବିଜେଡ଼ି ଦଳ ମାନଙ୍କ ପକ୍ଷରୁ ନଭେମ୍ବର ୮ ରେ ରାୟଗଡ଼ା ଠାରେ ଓ ନଭେମ୍ବର ୧୫ ରେ ବାଲେଶ୍ୱର ଠାରେ ହେବାକୁ ଥିବା ମିଳିତ ଜନଆକ୍ରୋଶ ସମାବେଶକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ସଂଯୋଜନା କମିଟିର ଅଧ୍ୟକ୍ଷ ତଥା ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି ବୋଲି ମିଳିତ ବିରୋଧି ଏକତା ମେଣ୍ଟର ସଂଯୋଜକ ତଥା ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି । ପଡ଼ୋଶୀ ଛତିଶଗଡ଼ ନିର୍ବାଚନ ପ୍ରଚାରରେ ମିଳିତ ବିରୋଧି ମେଣ୍ଟର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କୁ ତାରକା ପ୍ରଚାରକ ଭାବେ ରଖାଯାଇଥିବା ଯୋଗୁଁ , କୋରାପୁଟର ସାଂସଦ ଓ ରାୟଗଡ଼ା ଜିଲ୍ଲା କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ଛତିଶଗଡ଼ର ଦଳୀୟ ପ୍ରଚାର ଦାୟିତ୍ୱରେ ରହିଥିବା ଯୋଗୁଁ ଏବଂ ମେଣ୍ଟରେ ଥିବା ଅନ୍ୟ କେତେକ ରାଜନୈତିକ ଦଳର ରାଜନୈତିକ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା କାରଣରୁ ରାୟଗଡ଼ା ଓ ବାଲେଶ୍ୱର ଜନଆକ୍ରୋଶ ସମାବେଶକୁ ନଭେମ୍ବର ୧୭ ତାରିଖ ପରକୁ ଘୁଞ୍ଚାଇ ଦିଆଯାଇଛି । ଦଳ ଗୁଡ଼ିକର ନେତୃମଣ୍ଡଳୀ ଏକ ବୈଠକରେ ମିଳିତ ହୋଇ ଜନଆକ୍ରୋଶ ସମାବେଶର ତାରିଖ ଚୂଡ଼ାନ୍ତ କରିବେ । ଏହି ତାରିଖ ପରିବର୍ତ୍ତନ କୁ ସହୃଦୟତାର ସହ ଗ୍ରହଣ କରିବାପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।