କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଜୁ ମହିଳା ରାଜ୍ୟ ସଂପାଦିକା ଶ୍ରୀମତୀ ଭାଗ୍ୟଶ୍ରୀ ଜେନା

ଭୁବନେଶ୍ୱର : କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ପ୍ରତି ଦୃଢ଼ ଆସ୍ଥା ପ୍ରକଟ କରି ଭୁବନେଶ୍ୱର ସ୍ୱାଧୀନ ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ଜୟନ୍ତ ଦାସ, ପୂର୍ବତନ ବିଜୁ ମହିଳା ରାଜ୍ୟ ସଂପାଦିକା ଶ୍ରୀମତୀ ଭାଗ୍ୟଶ୍ରୀ ଜେନା, ବିଶିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ, ଓଡ଼ିଆ ଚଳଚିତ୍ର ଅଭିନେତା ତଥା ଖଳନାୟକ ଶ୍ରୀଯୁକ୍ତ କାଳିଚରଣ ଆଚାର୍ଯ୍ୟ, ଖ୍ରୀଷ୍ଟିଆନ ଆସୋସିଏସନର ସିଟି ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ମୁନା ଚାନ୍ଦ ପ୍ରମୁଖ ଶତାଧିକ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି ଆଜି ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡା. ଏ ଚେଲ୍ଲା କୁମାର, ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବିଧାୟକ ତାରା ପ୍ରସାଦ ବାହିନୀପତି, ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ଏଆଇସିସି ସଂପାଦକ ଶରତ ରାଉତ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ପିସିସି ଉପସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଯୁବ କଂଗ୍ରେସ ନେତା ରଣଜିତ ପାତ୍ର, ପିସିସି ସାଧାରଣ ସଂପାଦକ ସୁବ୍ରତ ମହାପାତ୍ର, ପିସିସି ମୁଖପାତ୍ର ରଜନୀ ମହାନ୍ତି, ପିସିସି ସଂପାଦକ ସଂକୁନା କହଁର, ଭୁବନେଶ୍ୱର ଜିଲ୍ଲା ମୁଖ୍ୟ ମୁଖପାତ୍ର ଜୟଶ୍ରୀ ପାତ୍ର, ପିସିସି ସଂପାଦିକା ଜୟଶ୍ରୀ ସାମଲ, ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି ପ୍ରମୁଖ ଯୋଗଦେଇଥିବା ନେତୃବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସ୍ୱାଗତ କରି କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ କହିଲେ ଯେ, ବିଜେଡ଼ି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ । ଓଡ଼ିଶାର ଜନସାଧାରଣ ବିଜେପି ଓ ବିଜେଡ଼ି ସରକାରଙ୍କର ଜନମାରଣ ନୀତି ଓ ଚଞ୍ଚକତାପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ ରୂପେ ବୁଝିସାରିଲେଣି । ୨୩ ବର୍ଷର ବିଜେଡ଼ି ସରକାର ଓଡ଼ିଶାକୁ ସବୁ କ୍ଷେତ୍ରରେ ପଛକୁ ଠେଲିଦେଇଛି । କଂଗ୍ରେସ ଏକମାତ୍ର ଦଳ ଯିଏ ସାଧାରଣ ଜନତାର ଦୁଃଖ ବୁଝିଛି । ଆଜି ସେଥିପାଇଁ କଂଗ୍ରେସ ଦଳ ପ୍ରତି ଆକୃଷ୍ଟ ହୋଇ ଶ୍ରୀମତୀ ସୋନିଆ ଗାନ୍ଧୀ, କଂଗ୍ରେସ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କ ହାତମୁଠାକୁ ଟାଣ କରିବାପାଇଁ ନେତୃବୃନ୍ଦ ଓ ବ୍ୟକ୍ତିବିଶେଷ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । ଆଜିର ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ଚମ୍ପତି, ପ୍ରତିମା ମଲ୍ଲିକ, ଶୁଭଦ୍ରା ମିଶ୍ର, ଦିପ୍ତିରାଣୀ ପ୍ରଧାନ, ଶ୍ରୀୟାସ୍ମିତା ପଣ୍ଡା, ଶ୍ରୀଧର ବଳିଆର ସିଂ, ଅକ୍ଷୟ ଦାସ, ଦେବରାଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଭୁବନେଶ୍ୱର ବ୍ଲକ ସଭାପତି ଅଶୋକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।