ଭୁବନେଶ୍ୱର:ନିଖିଳ ଭାରତ ଜାତୀୟ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ତୃତୀୟ ଦିନ ପ୍ରବର୍ତନ ନିର୍ଦ୍ଦେଶାଳୟର ଜେରା କରିବା ଘଟଣାକୁ ନେଇ ବୁଧବାର ଦିନ ମଧ୍ୟ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ମହାତ୍ମା ଗାନ୍ଧୀ ମାର୍ଗରେ ସତ୍ୟାଗ୍ରହ ହୋଇଥିଲା । କେନ୍ଦ୍ରର ବିଜେପି ସରକାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ଇଡିକୁ ଆଜି କେବଳ ବିରୋଧି ଦଳର ନେତୃବର୍ଗ ମାନଙ୍କୁ ନିନ୍ଦିତ ଓ ଅପମାନ କରିବାପାଇଁ ବ୍ୟବହାର କରାଯାଉଛି । ବୁଧବାର ଦିନ ଦିନମହାତ୍ମା ଗାନ୍ଧୀ ମାର୍ଗରେ ସକାଳ ଘ.୧୦.୩୦ ମି. ରୁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଜିଲ୍ଲାର ବହୁ କଂଗ୍ରେସ ନେତୃବୃନ୍ଦ, ପଦାଧିକାରୀ, ମହିଳା ସଭାନେତ୍ରୀ ଗିତାଞ୍ଜଳି ମହାନ୍ତି ଇତ୍ୟାଦି ସାମିଲ ହୋଇଥିଲେ । ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ସୁବ୍ରତ ମହାପାତ୍ର, ଅଶୋକ ଦାସ, ମୋହନ ଜେନା, ରଜନୀ ମହାନ୍ତି, ଦେବରାଜ ମିଶ୍ର, ଅନୁୱାର ଖାନ, ଶ୍ରୀଧର ବଳିଆରସିଂ, ବ୍ରହ୍ମାନନ୍ଦ ସାହୁ, ଜୟଶ୍ରୀ ନନ୍ଦ, ସଞ୍ଜିବ ମହାନ୍ତି, ମଣ୍ଟୁ ମଲ୍ଲିକ, ଦେବୀ ପ୍ରସାଦ ବାହାଲିଆ, ସଂନ୍ଧ୍ୟା ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ରସିକ ପଟ୍ଟନାୟକ, କନକଲତା ମଲ୍ଲିକ, ଲକ୍ଷ୍ମୀପ୍ରିୟା ଦାସ, ପ୍ରତିମା ମହାନ୍ତି, ମନୋରଞ୍ଜନ ଜେନା, ସୌମେନ୍ଦ୍ର ମହାନ୍ତି, ରାଜକିଶୋର ବାରିକ, ମାନସ ସେଠୀ, ସ୍ପନ୍ଦନ ସ୍ୱାଇଁ, ରାଜୀବ ଜେନା, ଜିତେନ୍ଦ୍ର ବିଶ୍ୱାଳ, ମନୋରଞ୍ଜନ ରାଉତ, ସଂକୁନା କହଁର, ବୁନା ମହାନ୍ତି, ମହମ୍ମଦ ଅଲ୍ଲି, ଶଙ୍କର ନାୟକ, ପ୍ରମୋଦ ପରିଡ଼ା, ଉମେଶ ଦାସ, ଦେବାଶିଷ ଦାସ ଓ ଅନ୍ୟ ବହୁ କଂଗ୍ରେସ ନେତୃବର୍ଗ ଉପସ୍ଥିତ ଥିଲେ ।
I’m extremely impressed with your writing skills as neatly as with the structure for your weblog. Is this a paid theme or did you modify it yourself? Either way stay up the excellent high quality writing, it’s uncommon to peer a great blog like this one these days. !