ରାଧା ମୋହନ ସ୍ୱାଇଁଙ୍କ ବିୟୋଗ,କଂଗ୍ରେସ ପାଇଁ ଏକ ଅପୂରଣୀୟ କ୍ଷତି ।

ଭୁବନେଶ୍ୱର : ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରିରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟର ପୁରୁଣା କର୍ମଚାରୀ ରାଧା ମୋହନ ସ୍ୱାଇଁଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ଏହି ଉପଲକ୍ଷେ ବୁଧବାର ଦିନ ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶୋକ ସଭାରେ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗ ଦେଇ ସ୍ୱର୍ଗତ ରାଧା ମୋହନ ସ୍ୱାଇଁଙ୍କ ସ୍ମୃତିଚାରଣ କରିଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍ୱର୍ଗତ ସ୍ୱାଇଁ ଜଣେ ଶୃଙ୍ଖଳିତ କର୍ମଚାରୀ ଭାବରେ ଦୀର୍ଘ ୩୦ ବର୍ଷ ଧରି ରାଜ୍ୟ କଂଗ୍ରେସ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଥିଲେ । ତାଙ୍କ ଦେହାନ୍ତ ମୋତେ ଗଭୀର ଦୁଃଖ ଦେବା ସହ ମର୍ମାହିତ କରିଛି । ସ୍ୱର୍ଗତ ସ୍ୱାଇଁଙ୍କୁ ଆମେ କଂଗ୍ରେସ ପରିବାରର ଜଣେ ସଦସ୍ୟ ଭାବେ ଗ୍ରହଣ କରିଆସିଛୁ । ସେ ଜଣେ ସରଳ, ନିଷ୍ଠାବାନ, କର୍ମଠ ଓ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ଭାବରେ କଂଗ୍ରେସ ପାଇଁ କାର୍ଯ୍ୟ କରିଆସୁଥିଲେ । ଶ୍ରୀ ସ୍ୱାଇଁଙ୍କ ବିୟୋଗ କେବଳ କଂଗ୍ରେସ ଭବନରେ ନୁହେଁ ସାରା ରାଜ୍ୟ କଂଗ୍ରେସ ପ୍ରେମୀ ଶୁଭେଚ୍ଛୁଙ୍କ ମନରେ ଶୋକର ଛାୟା ଖେଳାଇ ଦେଇଛି । ତାଙ୍କ ବିୟୋଗ ରାଜ୍ୟ କଂଗ୍ରେସ ପାଇଁ ଏକ ଅପୂରଣୀୟ କ୍ଷତି । ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱର୍ଗତ ସ୍ୱାଇଁଙ୍କ ଅମର ଆତ୍ମାର ସଦ୍‌ଗତି କାମନ କରି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ବୈଠକ ପ୍ରାରମ୍ଭରେ ସ୍ୱର୍ଗତ ସ୍ୱାଇଁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଶୋକସଭାରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସମେତ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂବର୍ତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନ୍‌ଗୋ, ଗଣେଶ୍ୱର ବେହେରା, ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ରାଜ୍ୟ ଛାତ୍ର କଂଗ୍ରେସ ସଭାପିତ ୟାସିର ନୱାଜ, ପୂର୍ବତନମନ୍ତ୍ରୀ ଡମ୍ବୁରଧର ଉଲ୍ଲାକା, ରଶ୍ମି ମହାପାତ୍ର, ରଜନୀ ମହାନ୍ତି, ପ୍ରକାଶ ମିଶ୍ର, ପ୍ରଶାନ୍ତ ଶତପଥି ଓ କାର୍ଯ୍ୟାଳୟ କର୍ମଚାରୀ ରାଜ କିଶୋରନାୟକ ସ୍ମୃତି ଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ଜନାର୍ଦ୍ଦନ ଦେହୁରି, ତ୍ରିନାଥ ବେହେରା, ମନୋରଞ୍ଜନ ଦାସ, ବିଷ୍ଣୁ ବାରିକ, ଶ୍ରୀନିବାସ ରାଉତରାୟ, ଚିନ୍ମୟ ସୁନ୍ଦର ଦାସ, ତୁରଣ ମିଶ୍ର, ଜ୍ଞାନ ପଟ୍ଟନାୟକ, ଅମୀୟ ପଟ୍ଟନାୟକ, ପୃଥିବୀବଲ୍ଲଭ ପଟ୍ଟନାୟକ, କନକଲତା ମଲ୍ଲିକ, ମିହିର ଆଚାର୍ଯ୍ୟ, ରସିକ ପଟ୍ଟନାୟକ, ସୁଶାନ୍ତ ତ୍ରିପାଠୀ, ଦିପକ ମହାପାତ୍ର, ପ୍ରଭାତ ପ୍ରତାପ ସିଂ, ଜୟକୃଷ୍ଣ ସୁବୁଧି, ଲିଙ୍ଗରାଜ ସାହୁ, ସୁବ୍ରତ ମହାପାତ୍ର, ଜିତେନ୍ଦ୍ର ପଣ୍ଡା, ରାଜ କିଶୋର ବାରିକ, ହଳଧର ସେଠୀ, ବିନୁ ପାଣି, ଦେବେନ୍ଦ୍ର ଦାସ, ଜ୍ୟୋତିଶ ସାହୁ, ଆଲୋକ ମହାନ୍ତି, ମନୋରଞ୍ଜନ ରାଉତରାୟ, ସାଗର ପରିଡ଼ା, ସତ୍ୟବ୍ରତ ନାୟକ, ନରୋତମ ନାୟକ, ମୋହନ ଜେନା, ବାସନ୍ତି ସାମଲ, ତାପସ ସେଠୀ ଏବଂ କାର୍ଯ୍ୟାଳୟ ସମ୍ପାଦକ ବୈଦ୍ୟନାଥ ସ୍ୱାଇଁଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଅନୁରୁପ ଭାବେ ସ୍ୱର୍ଗତ ସ୍ୱାଇଁଙ୍କ ବିୟୋଗରେ ରାଜ୍ୟ ପ୍ରଭାରୀ ଡଃ ଏ. ଚେଲ୍ଲାକୁମାର, ପୂର୍ବତନ ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ରାଉତ, ସାଂସଦ ସପ୍ତଗିରି ଉଲ୍ଲାକା, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ବିଧାୟକ ତାରାପ୍ରସାଦ ବାହିିନିପତି, ସନ୍ତୋଷ ସିଂ ସାଲୁଜା, ରାଜନ ଏକ୍କା, ରମେଶ ଜେନା, ଦାସରଥି ଗମାଙ୍ଗୋ, ଅଧିରାଜ ମୋହନ ପ୍ରାଣିଗ୍ରାହୀ, ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, କଟକ ନଗର କଂଗ୍ରେସ ସଭାପତି ଶ୍ରୀ ସୁରେଶ ମହାପାତ୍ର, ଅନୁସୂଚିତ ଜାତି ଅଧ୍ୟକ୍ଷ ବାଙ୍କନିଧି ବେହେରା,ଜାନକୀ ପଟ୍ଟନାୟକ, ସଶ୍ମିତା ବେହେରା, ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।