ସମ୍ବିଧାନର କ୍ଷମତାର ଅପବ୍ୟବହାର ହେଉଛି – ଶରତ ପଟ୍ଟନାୟକ

ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରାଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଦେଶ କଂଗ୍ରେସ ପକ୍ଷରୁ “ସଂପ୍ରତି ଆମ ସମ୍ବିଧାନ ସୁରକ୍ଷିତ କି ? ” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ଶରତ ପଟ୍ଟନାୟକ କହିଥିଲେ ଯେ ଆଜିର ଦିନ ପ୍ରତିଟି ଭାରତୀୟ ମାନଙ୍କ ପାଇଁ ଏକ ଗୌରବର ଦିବସ । ୧୯୪୯ ମସିହା ଆଜିର ଦିନରେ ଭାରତର ସମ୍ବିଧାନ ସଭା (Constituent Assembly) ଭାରତୀୟ ସମ୍ବିଧାନକୁ ସ୍ୱୀକାର କରିଥିଲା । ଯେଉଁ ସମ୍ବିଧାନ ପରବର୍ତୀ ପର୍ଯ୍ୟାୟରେ ୧୯୫୦ ମସିହା ଜାନୁଆରି ୨୬ ତାରିଖରେ ଦେଶରେ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇଥିଲା । ସମ୍ବିଧାନ ହେଉଛି ଭାରତ ବର୍ଷର ସର୍ବଶ୍ରେଷ୍ଠ ଆଇନ ଗ୍ରନ୍ଥ । ଆମ ସମ୍ବିଧାନ ଆମ ଗଣତନ୍ତ୍ରର ମୂଳମନ୍ତ୍ର । ସମ୍ବିଧାନରୁ ଭାରତବର୍ଷର ସବୁ ଆଇନ ସୃଷ୍ଟି ହୋଇଛି । ଏହି ସମ୍ବିଧାନର ପ୍ରଣେତା ହେଉଛନ୍ତି ବାବା ସାହେବ ଭୀମରାଓ ଆମ୍ବେଦକର । ଆମ ସମ୍ବିଧାନରେ ମୌଳିକ ଅଧିକାର ଓ ମୌଳିକ କର୍ତବ୍ୟ ଉପରେ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀକୁ ସଂପୂର୍ଣ୍ଣରୂପେ ବାଖ୍ୟା କରାଯାଇଛି । କିନ୍ତୁ ବିଗତ କିଛିବର୍ଷ ଧରି ଆମେ ଦେଖୁଛୁ ଭାରତବର୍ଷର ଜନସାଧାରଣଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି ଓ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରକୁ ଅସାଧୁ ଉପାୟରେ ଭାଙ୍ଗି ଦିଆଯାଉଛି । ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ଆଜି ନିରପେକ୍ଷ ରହିପାରୁ ନାହିଁ । ଦୁର୍ନୀତି ବିରୋଧରେ ସ୍ୱର ଉତୋଳନ କରୁଥିବା ରାଜନେତା ବା ନାଗରିକଙ୍କ ଉପରେ କ୍ଷମତାସୀନ ସରକାର ଇଡି ଓ ସିବିଆଇ ଲଗାଇ ତାଙ୍କର କଣ୍ଠରୋଧ କରୁଛନ୍ତି । ଭାରତୀୟଙ୍କ ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନିଆଯାଉଛି । ସମ୍ବିଧାନ ଦ୍ୱାରା ପ୍ରଣୀତ ଆଇନର ଖୋଲା ଉଲ୍ଲଙ୍ଘନ ହେଉଛି । ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ଅଞ୍ଚଳରର ଆଧାରରେ ଦେଶକୁ ଖଣ୍ଡ ଖଣ୍ଡ କରିବାକୁ ଚକ୍ରାନ୍ତ ଚାଲୁଛି । ଭାରତର ଆତ୍ମା ହେଉଛି ସମ୍ବିଧାନ, ଯାହାକି ବିଭିନ୍ନତା ମଧ୍ୟରେ ଏକତାକୁ ମଜବୁତ ରଖିଛି । ମାତ୍ର କିଛି ନିର୍ଦ୍ଦିଷ୍ଟ କ୍ଷମତା ଲୋଭୀ ଗୋଷ୍ଠୀ ନିଜର ଫାଇଦା ହାସଲ ପାଇଁ ସମ୍ବିଧାନର କ୍ଷମତାର ଅପବ୍ୟବହାର କରୁଛନ୍ତି । ଆମର ପ୍ରିୟ ନେତା ଜନନାୟକ ରାହୁଲ ଗାନ୍ଧୀ ସମ୍ବିଧାନକୁ ସୁରକ୍ଷିତ ଓ ସଶକ୍ତ କରିବାପାଇଁ ଐତିହାସିକ ଭାରତଯୋଡ଼ ଯାତ୍ରା କରିଥିଲେ । ସମ୍ବିଧାନକୁ ବଞ୍ଚାଇବାକୁ ପଡ଼ିବ । ଆମ ଗଣତନ୍ତ୍ରକୁ ରକ୍ଷା କରିବାକୁ ପଡ଼ିବ । ସୁତରାଂ ଆମର ସମ୍ବିଧାନ ସଂପ୍ରତି ଅସୁରକ୍ଷିତ ଅବସ୍ଥାରେ ଅଛି । ସମ୍ବିଧାନର ସୁରକ୍ଷା କରିବା ପାଇଁ ଲଢ଼େଇ କରିବା ହିଁ ପ୍ରତ୍ୟେକ ଭାରତୀୟର ପ୍ରଧାନ କର୍ତବ୍ୟ । ଆଜିର ଏହି ଆଲୋଚନା ଚକ୍ରରେ ବିଧାୟକ ସୁରେଶ କୁମାର ରାଉତରାୟ, ଦାଶରଥି ଗମାଙ୍ଗୋ, ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ପୂର୍ବତନ ସାଂସଦ ନକୁଳ ନାୟକ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ବିଶ୍ୱଜିତ ଦାଶ, ମାନସ ମଲ୍ଲିକ, ରାଜକିଶୋର ବାରିକ, ଅମିତା ବିଶ୍ୱାଳ, ହଳଧର ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ଶ୍ରୀ ଜୟନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୟାନନ୍ଦ ଚାଉଳିଆ, ରଜନୀ ମହାନ୍ତି, ମନୋରଞ୍ଜନ ରାଉତରାୟ, ତରୁଣ ମିଶ୍ର, ନରୋତମ ନାୟକ, ସୁଭାଷ ପ୍ରଧାନ, ମନୋଜ ସାହୁ, ଜାନକୀ ମଲ୍ଲିକ, ଦେବେନ୍ଦ୍ର ପ୍ରସାଦ ଦାସ, ଶୁଭଦ୍ରା ମିଶ୍ର, ନମିତା ମିଞ୍ଜ, ଭାଗିରଥି ବେହେରା, ସୁଜ୍ଞାନୀ ପଟ୍ଟନାୟକ, ନଳିନୀ ବେହେରା, ନିରଦ ବରଣ ଖୁଂଟିଆ, ନିପନ ଦାସ, ନିହାର ମହାନନ୍ଦ, ମିତ୍ରଭାନୁ ମହାପାତ୍ର, ରଞ୍ଜନ ଭୋଇ, ଅଶୋକ ଦାସ, ନିରଞ୍ଜନ ନାୟକ, ପ୍ରଶନ୍ନ ନାୟକ, ସୁବ୍ରତ ମହାପାତ୍ର, ମିହିର ଆଚାର୍ଯ୍ୟ, ଜୟଶ୍ରୀ ପାତ୍ର, ନାରୟଣ ଜେନା, କୁସୁମ ପ୍ରଧାନ, ନଳିନୀ ବେହେରା, ଦେବାଶିଷ ମଲ୍ଲିକ, ବଟକୃଷ୍ଣ ପ୍ରଧାନ, ନେତ୍ରାନନ୍ଦ ଦୀପ୍‌, ମାନସ ବେହେରା, ଗୋବିନ୍ଦ ମଲ୍ଲିକ, ବାଣିପ୍ରସାଦ ମାଳି, ସାଗର ପରିଡ଼ା, ଖଗେଶ୍ୱର ମଲ୍ଲିକ, ସୁକାନ୍ତ ତିହାଡ଼ି, ରମାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।