ଆଉ ୫ବର୍ଷ ମାଗଣା ଖାଦ୍ୟଶସ୍ୟ ।

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ସାଧୁତାର ସହ ଗରିବ କଲ୍ୟାଣ ବା ଗରିବଙ୍କ ପାଇଁ କାର୍ଯ୍ୟ କରିଛି । ମୋଦିଜୀଙ୍କ ପାଇଁ ଦେଶରେ ଦାରିଦ୍ର୍ୟ ହ୍ରାସ ପାଇଛି । ୫ବର୍ଷରେ ଦେଶରେ ଦାରିଦ୍ର୍ୟ କବଳରୁ ୧୩.୫୦କୋଟି ଲୋକ ବାହାରକୁ ଆସିଛନ୍ତି । ପୁଣି ମୋଦିଜୀ ଗରିବ ଲୋକଙ୍କ ପାଇଁ “ଗରିବ କଲ୍ୟାଣ ଅନ୍ନ ଯୋଜନା”ରେ ଆଉ ୫ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଗରିବଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିଥିବାରୁ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ “ଗରିବ କଲ୍ୟାଣ ଅନ୍ନ ଯୋଜନା”ରେ ଆଉ ୫ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ମିଳିବ । ୨୦୨୪ ଜାନୁୟାରୀ ପହିଲାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ୧୧.୮୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ ଓ ୮୧କୋଟି ୩୫ଲକ୍ଷ ହିତାଧିକାରୀ ଉପକୃତ ହେବେ । ଦେଶର ପ୍ରଧାନସେବକ ମୋଦିଜୀ ଜନତାଙ୍କ ଦୁଃଖକୁ ବୁଝିବା ସହିତ ସେମାନଙ୍କର ବିକାଶ ସମ୍ପର୍କରେ ସର୍ବଦା ଚିନ୍ତା କରିଆସୁଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।