ଭୁବନେଶ୍ୱର ମହାନଗର ନିଗମବାସୀଙ୍କ କର ପଇସାରେ କର୍ପୋରେଟରଙ୍କ କାଶ୍ମୀର ମୌଜ

ଭୁବନେଶ୍ୱର:ମୁଣ୍ଡ ଉପରେ ବାତ୍ୟା । ରାଜ୍ୟ ସରକାର ସସସ୍ତ ବିିଭାଗକୁ ସଜାଗ ରହିବାପାଇଁ କଡ଼ା ନିର୍ଦ୍ଦେଶ କିନ୍ତୁ ଭୁବନେଶ୍ୱର ମହାନଗର ନିଗମର ଅଧିକାରୀ ତଥା କର୍ପୋରେଟମାନେ ଏଭଳି ଏକ ବିପଦ ସମୟରେ ନିଜର ଦାୟୀତ୍ୱକୁ ସଂପୂର୍ଣ୍ଣ ଏଡାଇଯାଇ କାଶ୍ମୀର ବୁଲିବା କେତେଦୁର ଯୁକ୍ତିଯୁକ୍ତ ଓ ଗ୍ରହଣୀୟ ତାହାକୁ ନେଇ ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ । ଏକ୍ସପୋଜର ଭିଜିଟ ଏକ ବାହାନା । ପ୍ରକୃତ କଥା ଶୀତଦିନେ କାଶ୍ମୀରର ବରଫର ମଜା ନେବା ଓ କାଶ୍ମୀରର ସବୁ ଅଞ୍ଚଳ ବୁଲାବୁଲି କରି ମୌଜ ମଜଲିସ୍ କରିବା । ମହାନଗର ନିଗମର ବରିଷ୍ଠ ଅଧିକାରୀ ମଧ୍ୟ ସରକାରୀ ଅର୍ଥକୁ ନିଜ ଖୁସି ଓ ମଜଲିସ ପାଇଁ ଖର୍ଚ୍ଚ କରିବାକୁ ପଛାଉ ନାହାନ୍ତି । ଏ ହେଉଛି ଏକ ଉତର ଦାୟୀତ୍ୱର ଏକ ବଳିଷ୍ଠ ଉଦାହରଣ । ନିର୍ବାଚନ ପୂର୍ବରୁ ସମସ୍ତ କର୍ପୋରେଟରମାନଙ୍କୁ ଖୁସିରେ ରଖିବା ଓ ଖୁସି କରିବାପାଇଁ ସରକାରୀ ଅର୍ଥକୁ ବୁହାଇବା ଏ ରାଜ୍ୟର ନୂଆ ଟ୍ରାନ୍ସଫରମେସନ ନୀତିକି ? ବୋଲି ଶ୍ରୀ ଦାଶ କହିଛନ୍ତି ।