5T ଅଧକ୍ଷଙ୍କ ସ‌ହିତ ୫ ଟି ସମସ୍ୟା ବିଷୟରେ ଆଲୋଚନା କଲେ ।

ଭୁବନେଶ୍ୱର : ବୀର ସୁରେନ୍ଦ୍ର ସାଏ ନଗର ଉନ୍ନୟନ ପରିଷଦ ପକ୍ଷରୁ 5T ତଥା ଏବଂ ନବୀନ ଓଡିଶାର ଅଧକ୍ଷ ଭି କେ ପାଣ୍ଡିଆନଙ୍କ ସହିତ ସାକ୍ଷାତ କରି ଭି ଏସ୍ ଏସ୍ ନଗରର ପ୍ରମୁଖ ପାଞ୍ଚଟି ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା । ଭି ଏସ୍ ଏସ୍ ନଗରର ସମସ୍ୟା ଗୁଡିକ ଭିତରେ ଥିବା ପ୍ରମୁଖ ପାଞ୍ଚଟି ସମସ୍ୟା ଯଥାକ୍ରମେ ଭି ଏସ୍ ଏସ୍ ନଗରରୁ ଲକ୍ଷ୍ମୀ ବିହାର ଦେଇ ପୁରୁଣା ନନ୍ଦନ କାନନ ରାସ୍ତା ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ, ଲିଜ ହୋଲଡରୁ ଫ୍ରି ହୋଲଡ କରିବା ପାଇଁ ଫି ଆଦାୟ ବନ୍ଦ କରିବା, ସୈନିକ ସ୍କୁଲ ପାଖ ଅଳିଆ ଗଦାକୁ ହଟାଇବା, ଭି ଏସ୍ଏସ୍ ନଗରରେ ହେଉଥିବା ଓଭରବ୍ରିଜ ‘L’ ସେଫ ବଦଳରେ ‘T’ ସେଫ କରିବା ସହିତ ଗତ ୪୫ ବର୍ଷ ଧରି ଭି ଏସ୍ ଏସ୍ ନଗର ପାଖକୁ ବାଣୀବିହାରର ଥିବା ଗେଟ ଖୋଲାଯିବା ବିଷୟରେ ଆଲୋଚନା ହୋଇଥିଲା । ଏହି ସାକ୍ଷାତ ସମୟରେ ସ୍ଥାନୀୟ କରପୋରେଟର ପ୍ରଭାସିନୀ ମହାନ୍ତି, ଦୁର୍ଗାପୁଜା ସମିତିର ସଭାପତି ଆର୍ତ୍ତତ୍ରାଣ ଦଳାଇ, ଉପ-ସଭାପତି ନିମାଇଁ ଚରଣ ଦାସ, ଉନ୍ନୟନ ପରିଷଦର କୋଷାଧକ୍ଷ ମହେଶ୍ଵର ବିଶ୍ଵାଳ, ଯୁଗ୍ମ-ସମ୍ପାଦକ ଧରଣୀଧର ରାଉତ ଓ ଚିନ୍ତାମଣି ବାରିକ, ବରିଷ୍ଠ ନାଗରିକ ଶଶି ଭୂଷଣ ଦାସ ଓ ପ୍ରକାଶ କୁମାର ଦାସ, ଆଖଣ୍ଡଳମଣି ମନ୍ଦିର କମିଟିର କୋଷାଧକ୍ଷ ରାମଚନ୍ଦ୍ର ସାମଲ ଓ ଉତ୍କଳ ପାଣିଗ୍ରାହୀ, ଦୁର୍ଗାପୂଜା ସମିତିର କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ପୁରଞ୍ଜନ ପାଢୀ, ଭ୍ରମରବର ସାହୁ ଓ ଖଗେଶ୍ଵର ପରିଡା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।