ଯାଜପୁର : ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ PWD ବିଭାଗ ଦ୍ୱାରା ନେଉଳପୁର-ହରିଦାସପୁର ୨୨କୋଟି ୩୯ଲକ୍ଷ, ବେଦପୁର-ଜନକ ୨୨କୋଟି ୨୦ଲକ୍ଷ, ଧର୍ମଶାଳା-ବଡକାଏମା ୧୮କୋଟି ୪୨ଲକ୍ଷ, କୁଆଖିଆ-ଜେନାପୁର ୧୮କୋଟି ୨୯ଲକ୍ଷ, ଧର୍ମଶାଳା-କବାଟବନ୍ଧ ୧୭କୋଟି ୪୦ଲକ୍ଷ, ବଡକାଏମା-ନରସିଂହପୁର ୧୫କୋଟି ୧୭ଲକ୍ଷ, ଧର୍ମଶାଳା ବାଇପାସ ୧୪କୋଟି ୬୪ଲକ୍ଷ, କେ.ଜି.ବିଡିବି ୯କୋଟି ୯୫ଲକ୍ଷ, କବାଟବନ୍ଧ-ମଞ୍ଜୁରୀପଡା ୮କୋଟି ୭୬ଲକ୍ଷ, ବାରବାଟୀ-ସିଂହାପୁର ୭କୋଟି ୬୬ଲକ୍ଷ, ନାକପୋଲ-ମାିଆ ୩କୋଟି ୯୮ଲକ୍ଷ ଏବଂ ନେଉଳପୁର-ହରିଦାସପୁର ୨କୋଟି ୯୧ଲକ୍ଷ ଟଙ୍କାର ଏହି ୧୨ଟି ପ୍ରକଳ୍ପକୁ ଶିଳାନ୍ୟାସ କରିଥିଲେ ବିଧାୟକ ପଣବ କୁମାର ବଳବନ୍ତରାୟ । ଅନ୍ୟମାନଙ୍କ ମଧ୍ୟରେ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ରସୁଲପୁର ପଂଚାୟତ ସମିତି ଅଧ୍ୟକ୍ଷ ଅରୁଣ ରାଉତ ଓ ସମସ୍ତ ଜୋନର ଜିଲ୍ଲାପରିଷଦ, ସରପ, ସମିତିସଭ୍ୟ/ସଭ୍ୟା ମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଧିକ୍ଷଣ ଯନ୍ତ୍ରୀ ପୁର୍ଣ ଚନ୍ଦ୍ର ଦଲାଇ,ସହକାରୀ ନିର୍ବାହୀ ଯନ୍ତ୍ରୀ ନରୋମ ଦାସ ଓ ସହକାରୀ ଯନ୍ତ୍ରୀ ବିରେନ୍ ବସୁ । ଗୋଟିଏ ଦିନରେ ୧୬୧ କୋଟି ଟଙ୍କାର ୧୨ଟି ପ୍ରକଳ୍ପ ଏକ ନିଆରା ଓ ଯୁଗାନ୍ତକାରୀ । ଧର୍ମଶାଳାର ବିକାଶ ଧାରା ବିଶେଷ କରି ଜନସାଧାରଣଙ୍କ ଗମନା ଗମନ ବ୍ୟବସ୍ଥାରେ ଆହୁରି ସୁବିଧା ହେବ । ଧର୍ମଶାଳା ପ୍ରଗତିର ପ୍ରୟୋଗ ଶାଳା, ଏହା ଖାଲି କଥାରେ ନୁହେଁ କାମରେ କରାଯାଇଛିି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।