ଫୁଲ, ଶଙ୍ଖ, ଝାଡ଼ୁ, ହାତ, ହାତୀ, ସାଇକେଲ, ଲଣ୍ଠନ, ଘଣ୍ଟା, କାର, ତୀର, ଧନୁତୀର , ଘାସଫୁଲ ସହିତ ଅନେକ ନିର୍ବାଚନ ଚିହ୍ନ ଧାରୀ ଦଳ / ପାର୍ଟି ସବୁ ଦୁର୍ନୀତି ଏବଂ ଅନୀତି ଟଙ୍କାରେ ପରିଚାଳିତ ହେଉଛନ୍ତି । ବଡ଼ବଡ଼ ବେପାରୀ, ଠିକାଦାର, କଳା ବେପାରୀ ଏବଂ ମଦ ବେପାରୀ ବଣ୍ଡ ମାଧ୍ୟମରେ ବିଭିନ୍ନ ଦଳକୁ ଟଙ୍କା – ଚାନ୍ଦା ଦେଉଛନ୍ତି । ଏହି ଗୁପ୍ତ ଚାନ୍ଦା ପାଇ ବିଭିନ୍ନ ଦଳ ଭୋଟରଙ୍କୁ ପ୍ରଭାବିତ କରି ବହୁମତରେ ଭୋଟ ପାଇ ସରକାର ଗଠନ କରୁଛନ୍ତି । ସରକାର ଗଠନ ପରେ ଟିକସ ଦାତାଙ୍କ ଟଙ୍କାରେ ମନଇଚ୍ଛା ମାଗଣା ବଣ୍ଟନ କରୁଛନ୍ତି । ଗଣତନ୍ତ୍ର କ୍ଷୀପ୍ରଗତିରେ ଦୁର୍ବଳ ହେଉଛି । ଏକଛତ୍ରବାଦ ଶାସନ ଅଧିକରୁ ଅଧିକ ଦୃଢ଼ ହେଉଛି । ଭାରତରେ ବଣ୍ଡ ମାଧ୍ୟମରେ ଫୁଲ _ବିଜେପିକୁ ଅଧିକ ଚାନ୍ଦା ମିଳିଛି । ଓଡ଼ିଶାରେ ଶଙ୍ଖ_ବିଜେଡିକୁ ଅଧିକ ଚାନ୍ଦା ମିଳିଛି । ବଣ୍ଡ ବା ଗୁପ୍ତ ଚାନ୍ଦା ବନ୍ଦ ହେଉ । ନିର୍ବାଚନ କମିଶନ ନିରପେକ୍ଷ ହୁଅନ୍ତୁ । ବିକଶୀତ ଦେଶ ଆମେରିକା ପରି Ballot Paper ରେ ନିର୍ବାଚନ ହେଉ । EVM ମାଧ୍ୟମରେ ଭୋଟ ଗ୍ରହଣ-ନିର୍ବାଚନ ବନ୍ଦ ହେଉ । ଆମେରିକାର ସବୁ ବିଜ୍ଞାନ ଉପକରଣ ବିଶେଷ କରି ମୋବାଇଲ ଫୋନ , Computer ସହିତ Google, Microsoft,Apple, WhatsApp, YouTube, Facebook, Instagram ସହିତ ଯଦି ଆମେ ସବୁ ବ୍ୟବହାର କରୁଛୁ ଏବଂ ଜ୍ଞାନ ମିଳୁଛି ତାହାକୁ ବିଶ୍ୱାସ କରୁଛୁ ଏବଂ କର୍ମ କ୍ଷେତ୍ରରେ ବ୍ୟବହାର କରୁଛୁ ତେବେ ଆମେରିକା ନିର୍ବାଚନରେ ବ୍ୟବହୃତ ହେଉଥିବା Ballot Paper ଦ୍ବାରା ଭୋଟ ଗ୍ରହଣ ହେଉଥିବା ପ୍ରକ୍ରିୟାକୁ କାହିଁକି ଭାରତର ନିର୍ବାଚନରେ ବ୍ୟବହୃତ କରିବା ପାଇଁ ସରକାର ସହିତ ନିର୍ବାଚନ କମିଶନ ଆଗଭର କିମ୍ବା ପଦକ୍ଷେପ ନେଉ ନାହାଁନ୍ତି ? ଏବଂ ଜନସାଧାରଣ କାହିଁକି ଦାବି କରୁ ନାହାଁନ୍ତି ? EVM ଉପରେ ଅନେକ ରାଜନେତା ଏବଂ ବିଜ୍ଞ ବ୍ୟକ୍ତିଙ୍କ ବିଶ୍ଵାସ ନାହିଁ । ୨୦୧୪ ମସିହା ପର୍ଯ୍ୟନ୍ତ EVM ସୁରକ୍ଷିତ ଥିଲା । EVMରେ GPS ଏବଂ MICROCHIP ଲାଗିଥିବା ଯୋଗୁଁ ନାନା ପ୍ରକାର କାର୍ଯ୍ୟ କରିବା ପାଇଁ ସମ୍ଭବ ହୋଇପାରେ, ଏ କଥା ଅନେକ ବିଜ୍ଞ, ବୈଜ୍ଞାନିକ ଏବଂ ଇଂଞ୍ଜିନିୟର କହୁଛନ୍ତି । ଭୋଟ ଗ୍ରହଣ ପରେ ୨୫ – ୩୦ ଦିନ ଏ ପରିକି ଏକ ମାସରୁ ଉର୍ଦ୍ଧ୍ଵ ସମୟ ପର୍ଯ୍ୟନ୍ତ EVMକୁ କାହିଁକି ରଖାଯାଉଛି । ୩ – ୭ ଦିନ ମଧ୍ୟରେ କାହିଁକି ଭୋଟ ଗଣତି କରାଯାଉ ନାହିଁ ? । ସମୀର କୁମାର ସିଂହ, ସଂପାଦକ,ଓଡ଼ିଶା ନ୍ୟୁଜ୍