ଭୁବନେଶ୍ୱର : ଏନସିଆରବି ରିପୋର୍ଟ ଅନୁଯାୟୀ ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ଓ ନିର୍ଯ୍ୟାତନା ବୃଦ୍ଧି ପାଉଥିବାବେଳେ ଦଣ୍ଡବିଧାନ ହାର ନୌରାଶ୍ୟଜନକ । ମୋଦିଜୀ “ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା” ସମଗ୍ର ଭାରତ ବର୍ଷର ଗର୍ଭବତୀ ମହିଳା ତଥା ଶିଶୁମାନେ କିଭଳି ଉପକୃତ ହେବେ ସେ ନେଇ ପ୍ରାଥମିକତା ଦେଉଥିବାବେଳେ ଓଡ଼ିଶା ରାଜ୍ୟରେ ଏକ ତୃତୀୟାଂଶ ମହିଳା ରକ୍ତହୀନତାର ପୀଡିତ ଅଛନ୍ତି । ଆଦିବାସୀ ବିଦ୍ୟାଳୟମାନଙ୍କର କନ୍ୟାଶ୍ରମରେ ନାବାଳିକାମାନେ ଗର୍ଭବତୀ ହେବା ଆହୁରି ଏକ ଲଜ୍ଜ୍ୟାଜନକ ଓ ସମ୍ବେଦନଶୀଳ ଘଟଣା । ମୋଦି ସରକାରଙ୍କର “ଦୀନଦୟାଲ ଅନ୍ତଦ୍ୟୋୟ ଯୋଜନା”ରେ ଜାତୀୟ ଗ୍ରାମୀଣ ଆଜୀବିକା ମିଶନରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସଂପୂର୍ଣ୍ଣ ଆର୍ଥକ ସହାୟତା ଯୋଗାଇ ଦେବା ସହିତ ୭ ପ୍ରତିଶତ ସୁଧ ପରିମାଣ ମଧ୍ୟ ବହନ କରୁଛନ୍ତି କେନ୍ଦ୍ର ସରକାର । ବଳକା ୪ ପ୍ରତିଶତ ସୁଧ ବହନ କରୁଥିବା ବିଜେଡି ସରକାର ଏସ୍ଏଚଜି ମା’ମାନଙ୍କୁ ବିନା ସୁଧରେ ଋଣ ଦେଉଛନ୍ତି ବୋଲି ମିଛ କହି ବାଃ ବାଃ ନେଉଛନ୍ତି । ଗଣଦୁଷ୍କର୍ମ ପୀଡିତା ଆଦିବାସୀ ଛାତ୍ରୀଙ୍କୁ ନ୍ୟାୟ, କଲେଜ ଛାତ୍ରୀଙ୍କୁ ନିଶା ନଦେବା, ମହିଳାଙ୍କୁ ଅଣଦେଖା ନକରିବା ଓ ଅପପୃଷ୍ଟିର ସୁଧାର ପାଇଁ ରାଜ୍ୟ ସରକାର ସୁବ୍ୟବସ୍ଥା କରନ୍ତୁ । ଏନସିଆରବି ରିପୋର୍ଟ ଅନୁଯାୟୀ ମହିଳା ବିରୋଧ ହିଂସାରେ ଓଡିଶା ପ୍ରଥମ ସ୍ଥାନ ଅଧିକାର କରିଛି, ଯାହାକି ରାଜ୍ୟ ସରକାରଙ୍କ ମହିଳାବିରୋଧୀ ମନୋଭାବକୁ ସ୍ପଷ୍ଟ କରିଛି । ରାଜ୍ୟର ମାଁ ଓ ଭଉଣୀମାନଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଜଳାଞ୍ଜଳୀ ଦେଇଥିବା ବିଜେଡି ସରକାର ବିରୁଦ୍ଧରେ ମହିଳାମୋର୍ଚ୍ଚା ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ଓ ଆନ୍ଦୋଳନ କରିବ । ଏପରିକି ଆବଶ୍ୟକ ପଡିଲେ ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ଥ ହେବ । ସର୍ବୋପରି “ସୁସ୍ଥ ଭାରତ, ସଶକ୍ତ ଭାରତ”ରେ କେହି ଅପପୁଷ୍ଟିରେ ଶିକାର ହେବେ ନାହିଁ । ପୋଷଣ ଯୋଜନା ସହିତ ଅନ୍ୟ ସମସ୍ତ ଯୋଜନା ଯାହା ମହିଳାମାନଙ୍କ ହିତରେ ଉଦ୍ଦିଷ୍ଟ ଏହା କେତେ ମାତ୍ରାରେ ଅଗ୍ରାଧିକାର ହେଉଛି, ମହିଳାମୋର୍ଚ୍ଚା ଆଗାମୀ ଦିନମାନଙ୍କରେ ଅଙ୍ଗନୱାଡି କେନ୍ଦ୍ର ଓ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ ଯାଇ ତଦାରଖ କରିବା ସହ ଏହାକୁ “ଜନ ଆନ୍ଦୋଳନ”ର ରୂପଦେବ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି । ରାଜ୍ୟରେ ମହିଳାଙ୍କ ସୁରକ୍ଷା, ସମ୍ମାନ ଏବଂ ସେମାନଙ୍କର ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଦି ସରକାରଙ୍କ ବିଭିନ୍ନ ମହିଳାକଲ୍ୟାଣକାରୀ ଯୋଜନାର ସଫଳ କ୍ରିୟାନ୍ୱୟନ ଏବଂ ରାଜ୍ୟରେ ବଢ଼ୁଥିବା ମହିଳା ନିର୍ଯ୍ୟାତନା ଓ ମହିଳା ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ମହିଳାମୋର୍ଚ୍ଚା କାର୍ଯ୍ୟକାରିଣୀରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବିକଶିତ ଭାରତରେ ୨କୋଟି ଲକ୍ଷପତି ଦିଦି, ନମୋ ଡ୍ରୋନ ଦିଦି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ମୁଦ୍ରା ଋଣ ବ୍ୟବସ୍ଥା, ସୌଭାଗ୍ୟ ଯୋଜନାରେ ବିଜୁଳି, ସ୍ୱଚ୍ଛଭାରତ ଅଭିଯାନ, ୭୭ଲକ୍ଷ ଘରେ ଶୌଚାଳୟ, ସ୍ୱଜଳ ଧାରା ଯୋଜନାରେ ଓଡ଼ିଶାରେ ୫୩ଲକ୍ଷ ଘରେ ନଳ ଯୋଗେ ଜଳ, ଚାକିରୀ ଇତ୍ୟାଦି ଜନଆନ୍ଦୋଳନର ସ୍ୱରୁପ ନେଇଛି । ଏହି ଯୋଜନା ଗୁଡିକୁ ପ୍ରତି ଗାଁରେ ପହଞ୍ଚାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମହିଳାମୋର୍ଚ୍ଚାର କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି । କେନ୍ଦ୍ରରୁ ଅନେକ ଯୋଜନା ମାଧ୍ୟମରେ ଗତ ୯ ବର୍ଷରେ ଓଡ଼ିଶାକୁ ୧୮ଲକ୍ଷ କୋଟି ୮୩ହଜାର ଟଙ୍କାର କେନ୍ଦ୍ରୀୟ ଅନୁଦାନ ଓ ଆର୍ଥୀକ ସହାୟତା ମିଳିଛି । କିନ୍ତୁ ରାଜ୍ୟରେ ବିଜେଡି ସରକାର ଏହି ବିପୁଳ ଅର୍ଥକୁ ହଡପ୍ କରି ଦଳିୟ ଆଧାରରେ ଶାସକ ବିଜେଡିର ନେତା, ମନ୍ତ୍ରୀମାନଙ୍କୁ ଧନୀ କରାଇଛନ୍ତି । ବାସ୍ତବରେ ଓଡ଼ିଶାରେ ମହିଳା ଅସୁରକ୍ଷିତ । ରାଜ୍ୟରେ ସ୍ଥାଣୁ, ଅପାରଗ, ଦୁନୀତିଗସ୍ତ, ଭ୍ରଷ୍ଟାଚାରୀ ଶାସନ ବ୍ୟବସ୍ଥା ଚାଲିଛି । ମହିଳାମାନଙ୍କ ନେତୃତ୍ୱ ଓଡିଶାରେ ରାଜନୈତିକ ପରିବର୍ତନ ଆଣିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
“ଆମ ଓଡ଼ିଶା, ନବୀନ ଓଡ଼ିଶା” ସ୍ଲୋଗାନ ହେଉଥିବା ଶାସକ ବିଜୁ ଜନତା ଦଳ ରାଜ୍ୟରେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି । ମୋଦିଙ୍କ “ଜନକଲ୍ୟାଣକାରୀ ଯୋଜନା”କୁ ରାଜ୍ୟ ସରକାର ନିଜ ଯୋଜନା କହି ସଂଘୀୟ ବ୍ୟବସ୍ଥାକୁ ଅସମ୍ମାନ କରୁଛନ୍ତି । ୨୩ବର୍ଷର ନବୀନ ଶାସନରେ ମହିଳାଙ୍କ ପ୍ରତି ଅତ୍ୟାଚାର, ନାବାଳିକା, କଲେଜଛାତ୍ରୀ ଓ କୋମଳମତୀ ଶିଶୁକନ୍ୟାମାନେ ଅପହରଣ ଓ ଦୁଷ୍କର୍ମରୁ ବାଦ୍ ପଡିନାହାନ୍ତି । ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ବିରୁଦ୍ଧରେ ଆଲୋଚନା ହେବା ସହ ଆଗାମୀ ଦିନରେ ମହିଳାସଶକ୍ତିକରଣ ଓ ମହିଳାଙ୍କୁ ସମସ୍ତ କ୍ଷେତ୍ରରେ ଅଗ୍ରାଧିକାର ଦେବା ନେଇ ମୋଦି ସରକାର ବିଭିନ୍ନ ଯୋଜନାମାନ କରିଛନ୍ତି । ଏହି ଯୋଜନାକୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବ୍ୟାପକ ମାତ୍ରାରେ ପ୍ରଚାର ଓ ପ୍ରସାର କିଭଳି ହେବ ସେନେଇ ଆଜିର କାର୍ଯ୍ୟକାରିଣୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଲୋଚନା କରିଥିଲେ । ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ମାନସ ମହାନ୍ତି, ରାଷ୍ଟ୍ରୀୟ ସମ୍ପାଦିକା ଆରତୀ ସିଂ, ପୂର୍ବତନ ମହିଳାମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ସମେତ ସମସ୍ତ ଜିଲ୍ଲାର ମହିଳା ମୋର୍ଚ୍ଚା ସଭାନେତ୍ରୀ, ପଦାଧିକାରୀ ଓ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ । ଆଜି ସକାଳେ କାର୍ଯ୍ୟକାରିଣୀ ଉଦ୍ଘାଟନ ଅବସରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ବନ୍ଦେ ମାତରଂ ଗାନ କରାଯାଇଥିଲା । ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ପ୍ରୀତିପ୍ରତିଭା ଭୋଳ ମଂଚ ଆମନ୍ତ୍ରଣ କରିବା ସହ ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ବବିତା ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ମହିଳାମୋର୍ଚ୍ଚା କୋଷାଧ୍ୟକ୍ଷ କଳ୍ପନା ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ରଶ୍ମିରେଖା ଦାସ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ । ଯୋଜନା ଗୁଡିକ ଉପସ୍ଥାପନା କରିଥିଲେ ଉପସଭାନେତ୍ରୀ ରଶ୍ମିମୟୀ ପଟ୍ଟନାୟକ । ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ ମନୀଷା ବେହେରା । ମହିଳାମୋର୍ଚ୍ଚା ଉପସଭାନେତ୍ରୀ ସବିତା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।