“ସିଦ୍ଧି ଡିଜିଟାଲ୍ ଗ୍ରାଫିକ୍ସର” ୧୧ ତମ ପ୍ରତିଷ୍ଠା ଦିବସ ପାଳିତ ।

ଭୁବନେଶ୍ଵର : ୧୨ – ୧୨ – ୨୦୨୩ ତାରିଖ, ମଙ୍ଗଳବାର ଦିନ ସହିଦନଗର ସ୍ଥିତ “ସିଦ୍ଧି ଡିଜିଟାଲ୍ ଗ୍ରାଫିକ୍ସର” ୧୧ ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଛି । ମହର୍ଷି କଲେଜ ପାଖରେ ଥିବା ପ୍ଲଟ ନମ୍ବର ୨୫-ପି ମୁଖ୍ୟ କାର୍ଯ୍ୟାଳୟରେ ଏହି ଉତ୍ସବ ପାଳିତ ହୋଇଥିଲା । କର୍ମଚାରୀ, ଅତିଥି ,ସହଯୋଗୀଙ୍କ ଗହଣରେ ସିଦ୍ଧିର ପ୍ରତିଷ୍ଠାତା ଶିବଦତ୍ତ ସାହୁ ଏବଂ ଅଭିରାମ ଦାଶ କେକ୍ କାଟି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଓଡ଼ିଶାର ବରିଷ୍ଠ ଜନସଂପର୍କ ଏବଂ ମିଡ଼ିଆ ପରିଚାଳକ ଲୋକନାଥ ପଣ୍ଡା ଏବଂ ଓଡ଼ିଶା ନ୍ୟୁଜ୍ ର ସଂପାଦକ ସମୀର କୁମାର ସିଂହ ମଧ୍ଯ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ “ସିଦ୍ଧି ଡିଜିଟାଲ ଗ୍ରାଫିକ୍ସ” ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଓଡ଼ିଶା ଏବଂ ଓଡ଼ିଶା ବାହାରେ ଜନସାଧାରଣଙ୍କୁ ସେବା ଯୋଗାଉଛି ।