ବିଜେପି ଓ ବିଜେଡିର ଅସାଧୁ ସମ୍ପର୍କର ପର୍ଦ୍ଦାଫାସ କରାଯିବ : ଅମିୟ ପାଣ୍ଡବ

ଭୁବନେଶ୍ୱର : ରାଜ୍ୟ ସାମାଜିକ ଗଣମାଧ୍ୟମ ବିଭାଗକୁ ଅଧିକ କ୍ରୀୟାଶିଳ କରିବାପାଇଁ ଏଆଇସିସି ପକ୍ଷରୁ ପୁର୍ନଗଠନ କରାଯାଇଅଛି । ପିସିସି ମୁଖପାତ୍ର ତଥା ପିସିସି ଇସ୍ତାହାର କମିଟି ସଦସ୍ୟ ଶ୍ରୀ ଅମିୟ ପାଣ୍ଡବଙ୍କୁ ରାଜ୍ୟ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି । ଏଆଇସିସି ପକ୍ଷରୁ ଯେଉଁ ଗୁରୁ ଦାୟୀତ୍ୱ ତାଙ୍କୁ ପ୍ରଦାନ କରାଯାଇଛି ସେଥିପାଇଁ ଶ୍ରୀଯୁକ୍ତ ପାଣ୍ଡବ ଅଖିଳ ଭାରତ କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକାର୍ଜ୍ଜୁନ ଖଡ଼ଗେ, ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ, ଏଆଇସିସି ଗଣମାଧ୍ୟମ ବିଭାଗର ମୁଖ୍ୟ ଶ୍ରୀ ଜୟରାମ ରମେଶ, ରାଜ୍ୟ ପ୍ରଭାରୀ ସାଂସଦ ଚେଲ୍ଲା କୁମାର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ଏଆଇସିସି ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷା ଶ୍ରୀମତୀ ସୁପ୍ରିୟା ଶ୍ରିନେତ ଏବଂ କଂଗ୍ରେସ ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ କହିଛନ୍ତି ଆସନ୍ତା ଦିନରେ ସାମାଜିକ ଗଣମାଧ୍ୟମ ବିଭାଗକୁ ଅଧିକ ସକ୍ରୀୟ ଓ ସଶକ୍ତ କରାଯିବ । ବିଜେପି ଓ ବିଜେଡ଼ିର ଅସାଧୁ ସମ୍ପର୍କର ପର୍ଦ୍ଦାଫାସ କରାଯିବ । କଂଗ୍ରେସ ଦଳର ବାର୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ନିଷ୍ଠାର ସହ କାର୍ଯ୍ୟକରିବ ।