ନବୀନ ଓ ମୋଦି “ନିଯୁକ୍ତି ଦିଅ ନହେଲେ ଗାଦି ଛାଡ”: ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର

ଭୁବନେଶ୍ୱର : ଆଜି ପ୍ରଦେଶ ଯୁବ କଂଗ୍ରେସର ନିବନିଯୁକ୍ତ ସଭାପତି ଶ୍ରୀ ରଣଜିତ ପାତ୍ର ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବାପରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିମାନ ବନ୍ଦର ଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ବିମାନ ବନ୍ଦର ଠାରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଶ୍ରୀ ପାତ୍ରଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଣାଯାଇଥିଲା । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଶ୍ରୀ ପାତ୍ରଙ୍କୁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ଶ୍ରୀ ପ୍ରସାଦ ହରିଚନ୍ଦନ, ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ପିିସିିସି ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ଦେବାଶଷ ପଟ୍ଟନାୟକ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରମୁଖ ଶ୍ରୀ ପାତ୍ରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ଗଣମାଧ୍ୟମକୁ ଶ୍ରୀ ପାତ୍ର କହିଥିଲେ ଯେ ଯୁବ କଂଗ୍ରେସ ଓଡ଼ିଶାର ବେକାର ଯୁବକ ଯୁବତୀମାନଙ୍କର ଦାବି ହାସଲ ପାଇଁ ଦୁର୍ବାର ଆନ୍ଦୋଳନ କରିବ । ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ଯୁବକ ଯୁବତୀ ନବୀନ ଶାସନର ଉଦାସୀନତାର ଶିକାର । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର କାର୍ଯ୍ୟକ୍ରମରେ ଯୁବକ ମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଉନାହାନ୍ତି । ବିଜେଡ଼ି ଓ ବିଜେପି ଉପରେ ଓଡ଼ିଶାର ଯୁବ ସମାଜ ଆସ୍ଥା ତୁଟାଇ ସାରିଲେଣି । କାରଣ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି ଯେଉଁ ପ୍ରତିଶ୍ରୁତି ଦେଇଇଥିଲେ ତାକୁ ପାଳନ କଲେ ନାହିଁ । ନବୀନ କହିଥିଲେ ବର୍ଷକୁ ୨ ଲକ୍ଷ ୨୬ ହଜାର ସରକାରୀ ପଦବୀ ଖାଲି ପଡ଼ିଛି । ୪୫୦ କୋଟି ଟଙ୍କା ବ୍ୟୟରେ ନବୀନ ସରକାର ଯେଉଁ ବିଜୁ ଯୁବବାହିନୀ ଗଠନ କରିଥିଲେ ତାହାକୁ ଏବେ ବନ୍ଦ କରିଦେଇଛନ୍ତି । ନବୀନ ସରକାର ଯେଉଁ ନିଯୁକ୍ତି ମେଳା କରିଥିଲେ, ତାହା ଏବେ ପ୍ରହସନରେ ପରିଣତ ହୋଇଛି । ଓଡ଼ିଶାର ୯ ଲକ୍ଷ ବେକାର ଯୁବକ ଯୁବତୀ ଏବେ ନାମ ପଞ୍ଜିକରଣ କରାଇ ବେକାର ବସିଛନ୍ତି । ସେହିପରି ନରେନ୍ଦ୍ର ମୋଦି କହିଥିଲେ ବର୍ଷକୁ ୨ କୋଟି ନିଯୁକ୍ତି ଦେବାକୁ । ଏବେ କେନ୍ଦ୍ର ସରକାରରେ ୧୦ଲକ୍ଷ ପଦବୀ ଖାଲି ପଡ଼ିଛି । ମୋଦି କହୁଛନ୍ତି “ପକୋଡା ବିକ୍ର”ମଧ୍ୟ ନିଯୁକ୍ତିର ଅଂଶବିଶେଷ । ଏଣୁ ଓଡ଼ିଶାର ବେକାର ଯୁବକ ଯୁବତୀ ଏବେ ଆନ୍ଧ୍ର, ସୁରାଟ ଯାଇଁ ପେଟ ପୋଷୁଛନ୍ତି, ଦାଦନ ଖଟୁଛନ୍ତି । ଯୁବ କଂଗ୍ରେସ ଆଗାମୀ ଦିନରେ ଓଡ଼ିଶାର ବେକାର ଯୁବକ ଯୁବତୀଙ୍କର ସଂଗ୍ରାମକୁ ତୀବ୍ରତର କରିବେ । ନବୀନ ଓ ମୋଦି ସରକାରଙ୍କର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଏବଂ ବେକାର ଯୁବକ ଯବୁତୀମାନଙ୍କ ପ୍ରତି ହେଉଥିବା ଅବିଚାର ବିରୁଦ୍ଧରେ ତୃଣମୂଳ ସ୍ତରରୁ ଆନ୍ଦୋଳନ କରିବ । ଯୁବ କଂଗ୍ରେସର ଆହ୍ୱାନ ହେଉଛି “ନିଯୁକ୍ତି ଦିଅ ନହେଲେ ଗାଦି ଛାଡ” । ଆଜିର କାର୍ଯ୍ୟକ୍ରମରେ ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋଜ ଜେନା, ଅଭିଳାଷ ମାଣିଆ, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ସୁବ୍ରତ ମହାପାତ୍ର, ମନୋଜ ରାଉତ, ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା, ଶିଦ୍ଧାର୍ଥ ରାଉତରାୟ, ଅଜୟ ସାହୁ, ମହମ୍ମଦ ଗୁଲଫାମ, ସ୍ୱାଗତ କର, ପ୍ରବୋଧ ଦାସ, ପୂର୍ଣ୍ଣଚନ୍ଦ୍ର ସାହୁ, ସଂକୁନା କହଁର, ରଣଜିତ ସେନାପତି, ଚିନ୍ମୟ ସୁନ୍ଦର ଦାସ, ତରୁଣ ମିଶ୍ର, ଉଦ୍ଦିତ ପ୍ରଧାନ, ସାହାରୁଖ ଖାନ, କିରଣ ସାହୁ, ସନ୍ତୋଷ ପ୍ରଧାନ, ହେମନ୍ତ ମହାପାତ୍ର, ବଳରାମ ନନ୍ଦ, ଦୀପକ କୁମାର ମହାପାତ୍ର, ଜଗଦିଶ ଗଜେନ୍ଦ୍ର, ଆର୍ଯ୍ୟାନ ସାସମଲ, ବଟକୃଷ୍ଣ ରାଉତରାୟ, ପ୍ରଭାତ ପ୍ରତାପ ସିଂ, ମିହିର ଆଚାର୍ଯ୍ୟ, ଅମରେଶ ପରିଡ଼ା, ଦେବଦତ ଦାସ, ତୁଷାରକାନ୍ତ ତପସୀ, ରଞ୍ଜନ ଦାସ, ମନୋଜ ବିଶ୍ୱାଳ, ରଜନୀ ମହାନ୍ତି, ସୁଧିର ସାମଲ, ଅଭିଜିତ ଜେନା, ସୁରଜ ରାଉତ, ସମୀର ରାଉତ, ବିଶ୍ୱଜିତ ଦାସ ପ୍ରମୁଖ ବହୁ ଯୁବ କଂଗ୍ରେସ କର୍ମକର୍ତା ଓ କର୍ମୀ ଉପସ୍ଥିତ ଥିଲେ ।