ପ୍ରତିଭା ପ୍ରଦର୍ଶନ ପାଇଁ ସର୍ଗିଫୁଲ ଏକ ବହୁତ୍ ଭଲ ସୁଯୋଗ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଭଲ ପାଠ ପଢ, ତୁମ ବାପା ମାଙ୍କ ସ୍ବପ୍ନକୁ ସାକାର କର। ତୁମ ପ୍ରତିଭା ର ସୁରଭି ସୁରଭି ସମସ୍ତେ ଅନୁଭବ କରନ୍ତୁ । ଆଜି ଲୋକ ସେବା ଭବନ Convention Hall ଠାରେ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ବିଦ୍ୟାଳୟର ପିଲାମାନଙ୍କ ପାଇଁ ଆୟୋଜିତ ସର୍ଗିଫୁଲ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଜ୍ଞାନ ଓ ଅଭିଜ୍ଞତା ବୃଦ୍ଧି ସହ ପ୍ରତିଭାର ପ୍ରଦର୍ଶନ ପାଇଁ ସର୍ଗୁଫୁଲ ଏକ ବହୁତ୍ ଭଲ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ପିଲା ମାନଙ୍କୁ ପ୍ରେରଣା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପିଲାମାନେ ନିଜ ନିଜର ପ୍ରତିଭାକୁ ଜାଣି ଆଗକୁ ବଢ଼ିବା ପାଇଁ ଉଦ୍ୟମ କରିବା ଉଚିତ୍ । ଏହା ହେଲେ ସେମାନେ ନିଶ୍ଚୟ ସଫଳ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପିଲା ମାନଙ୍କୁ ମୋର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପିଲାମାନେ ସର୍ଗିଫଲ୍ ପାଇଁ ଭୁବନେଶ୍ଵର ଆସିଛନ୍ତି । ଭୁବନେଶ୍ବରର ବିଭିନ୍ନ ଐତିହାସିକ ସ୍ଥାନ ଓ ଅନ୍ୟ ପର୍ଯ୍ୟଟନ ସ୍ଥଳ ମଧ୍ୟ ବୁଲି ଦେଖୁଛନ୍ତି । ଏହାଦ୍ବାରା ସେମନଙ୍କର ଜ୍ଞାନ ଓ ଅଭିଜ୍ଞତା ବୃଦ୍ଧି ହେଉଛି । ପିଲା ମାନଙ୍କ ଭବିଷ୍ୟତ ପାଇଁ ଏହା ଖୁବ ଭଲ ଉଦ୍ୟମ । ଆଗକୁ ବଢିବାର ମୁଖ୍ୟ ରାସ୍ତା ହେଉଛି ଶିକ୍ଷା ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯ ବିଜ୍ଞାନ, ସାହିତ୍ୟ ସହିତ ଆମେ ଆମର ରାଜ୍ୟ, ଆମ ଦେଶ, ଆମ ସଂସ୍କୃତି ସଂପର୍କରେ ମଧ୍ୟ ଜାଣିବା ଦରକାର । ନିଜର ପ୍ରତିଭାକୁ ଚିହ୍ନି, ଆଗକୁ ବଢ଼ିବା ପାଇଁ କାମ କଲେ, ଆମେ ନିଶ୍ଚୟ ସଫଳ ହେବା ବୋଲି ସେ କହିଥିଲେ । ଜନଜାତି ବିଦ୍ୟାଳୟର ପିଲା ମାନଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ପିଲା ମାନଙ୍କ ପାଇଁ କମ୍ପୁଟର ଶିକ୍ଷା, ସ୍ବାସ୍ଥ୍ୟ ପରୀକ୍ଷା, ମାତୃଭାଷାରେ ଶିକ୍ଷାଦାନ ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଛି । ସ୍କୁଲ କୁ ଘର ଓ ପରିବାର ସଙ୍ଗେ ତୁଳନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍କୁଲ ତୁମ ନିଜ ଘର ପରି, ସହପାଠୀ ମାନେ, ତୁମ ପରିବାର ସଦସ୍ୟ ପରି । ସେଥିପାଇଁ, ରାଜ୍ୟ ସରକାର ସେମାନଙ୍କ ପିତାମାତା ମାନଙ୍କୁ ସ୍କୁଲର Partner କରିଛନ୍ତି । ତେଣୁ ପିଲାମାନେ ଖୁସିରେ ପାଠ ପଢିବା ଉଚିତ୍ ବୋଲି ସେ କହିଥିଲେ । ପୁରସ୍କାର ପାଉଥିବା ସବୁ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ସୂଚନା ଯୋଗ୍ୟ ଯେ ସରଗି ଫୁଲ ହେଉଛି ଆସ୍ଥାର ପ୍ରତୀକ, ପ୍ରଗତିର ପ୍ରତୀକ, ସୃଜନର ପ୍ରତୀକ । ଏହି ଆସ୍ଥା, ପ୍ରଗତି ଓ ସୃଜନକୁ ନେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ବିଭିନ୍ନ ଜନଜାତି ବିଦ୍ୟାଳୟ ଗୁଡିକରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବାର ପ୍ରୟାସ ନେଇ ସରଗି ଫୁଲ ମହୋତ୍ସବ ପ୍ରତିବର୍ଷ ଆୟୋଜିତ ହୋଇଥାଏ । ଚଳିତ ବର୍ଷ ଏହି ସମାରୋହକୁ ଆହୁରି ବ୍ୟାପକ କରିବା ପାଇଁ ଦୁଇଟି ଜୋନ୍ ରେ ଆୟୋଜିତ କରାଯାଇଥିଲା । ପ୍ରଥମ ଜୋନ୍ ସୁନ୍ଦରଗଡ ଜିଲ୍ଲାର ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ୧୫ ଟି ଜିଲ୍ଲାରୁ ଛାତ୍ରଛାତ୍ରୀମାନେ ଭାଗ ନେଇ ଡିସେମ୍ବର ୬ ଓ ୮ ତାରିଖରେ ନିଜର ପ୍ରତିଭାର ପ୍ରଦର୍ଶନ କରିଥିଲେ । ସେହିପରି ଗଜପତି ଜିଲ୍ଲାର ରାୟଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନ୍ୟ ୧୫ ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ଡିସେମ୍ବର ୧୨ ଓ ୧୪ତାରିଖରେ ପ୍ରତିଯୋଗିତାରେ ଯୋଗ ଦେଇ ନିଜ ପ୍ରତିଭାକୁ ପ୍ରତିଫଳିତ କରିଥିଲେ । ବିଭିନ୍ନ କଳାରେ ପାରଦର୍ଶିତା ରଖିଥିବା ଜନଜାତି ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଓ ସେମାନଙ୍କ ପ୍ରଦର୍ଶନ ଖୁବ୍ ଉଚ୍ଚକୋଟୀର । ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରିବା ସେହି ଜନଜାତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିଛନ୍ତି ।କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା କହିଲେ ଯେ ପିଲାଙ୍କ ପ୍ରତିଭାର ପ୍ରସ୍ଫୁଟନ ଓ ବିକାଶ ପାଇଁ ସରଗି ଫୁଲ ଏକ ବହୁତ୍ ଭଲ କାର୍ଯ୍ୟକ୍ରମ । ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ ଜନ ଜାତି ପିଲାଙ୍କ ଶିକ୍ଷା ପାଇଁ ମୁଖ୍ୟ ମନ୍ତ୍ରୀ ସବୁ ବ୍ୟବସ୍ଥା କରିଛନ୍ତି। କମ୍ପ୍ୟୁଟର ସହିତ ଇଂଲିଶ ଭାଷାରେ ଶିକ୍ଷା ଦେବ ପାଇଁ ବ୍ୟବସ୍ଥା କରିଛନ୍ତି । ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ଉପରେ ଅଧିକାର ଦେଇଛନ୍ତି । ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ କରିଛନ୍ତି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ଵାଗତ ଭାଷଣ ଦେଇ ବିଭାଗୀୟ ସଚିବ ଶ୍ରୀମତୀ ରୂପା ରୋସନ୍ ସାହୁ କହିଲେ ଯେ ପିଲାଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀନ ବିକାଶ ପାଇଁ ଗତ ୧୪ ବର୍ଷ ଧରି ସରଗୀ ଫୁଲ କାର୍ଯ୍ୟକ୍ରମ କରାଯାଉଛି । ଏ ବର୍ଷ ପ୍ରଥମ ଥର ପାଇଁ Zonal ସ୍ତରରେ କାର୍ଯ୍ୟକ୍ରମ କରାଯାଇ ରାଜ୍ୟ ସ୍ତରରେ ପୁରସ୍କାର ପ୍ରଦାନ କରାଯାଉଛି । ପିଲାଙ୍କ ଆଧୁନିକ ଶିକ୍ଷା ପାଇଁ ୩୦୦ ଟି ICT ଓ Tinkering Lab କରିବାର ଲକ୍ଷ୍ୟ ରଖା ଯାଇଛି । ସେଥି ମଧ୍ୟରୁ ୧୦୦ ଟି ଲାବ୍ ପ୍ରସ୍ତୁତ ହୋଇ ସାରିଛି ବୋଲି ସେ ସୂଚନା ଦେଇଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।