ଡ. ଅଜୟ କୁମାର,ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ ପ୍ରଭାରୀ,ଜାତୀୟସ୍ତରରେ ବ୍ୟାପକ ଅଦଳ ବଦଳ ।

ନୂଆଦିଲ୍ଲୀ/ଭୁବନେଶ୍ଵର : ଡ. ଅଜୟ କୁମାର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଭାରୀ/in Charge ଭାବେ ନିଯୁକ୍ତି ପାଇଛନ୍ତି । ଡ. ଏ.ଚେଲ୍ଲାକୁମାରଙ୍କ ସ୍ଥାନରେ ଏଆଇସିସି ଶନିବାର ଦିନ ଶ୍ରୀ କୁମାରଙ୍କୁ ନିଯୁକ୍ତି ଦେଇଛି । ଏ ସଂପର୍କରେ ଏଆଇସିସି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛି । ଖୁବ୍ ଶୀଘ୍ର ସେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଅଛି । ନୂତନ ପ୍ରଭାରୀଙ୍କୁ ସ୍ୱାଗତ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଏଥି ସହିତ ଏଆଇସିସି ଜାତୀୟସ୍ତରରେ ବ୍ୟାପକ ଅଦଳ ବଦଳ କରିଛି । କିଏ କେଉଁ ରାଜ୍ୟର ପ୍ରଭାରୀ ହେଲା ଜାଣନ୍ତୁ ।