ଭୁବନେଶ୍ୱର : ନିକଟରେ ଓଡ଼ିଶା ସରକାର ବହୁତ ଦିନ ପୂର୍ବରୁ ଠିକା ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ନିୟମିତ କର୍ମଚାରୀ କରିବା ପାଇଁ ଘୋଷଣା କରିଛନ୍ତି । ରାଜ୍ୟର ୫୭ ହଜାର ଠିକା କର୍ମଚାରୀ ନିୟମିତ ହେବାକୁ ଯାଉଥିବାବେଳେ ଠିକା ନିଯୁକ୍ତି ସମୟରେ ଏଥିରେ ସଂରକ୍ଷଣ ଆଇନ୍ ଅନୁସାରେ ନିଯୁକ୍ତି ହୋଇନଥିଲା । ନିୟମ ଅନୁଯାୟୀ ରାଜ୍ୟରେ ୩୯% ଦଳିତ ଆଦିବାସୀ ବର୍ଗର ଲୋକଙ୍କୁ ସଂରକ୍ଷଣ ସୁବିଧା ଦେବା ପାଇଁ ନିୟମ ଅଛି । ସେହି ଅନୁସାରେ ୫୭ହଜାର କର୍ମଚାରୀଙ୍କ ମଧ୍ୟରୁ ୨୨ ହଜାରରୁ ଉର୍ଦ୍ଧ୍ୱ ଦଳିତ ଆଦିବାସୀ ବର୍ଗର ଲୋକେ ସ୍ଥାୟୀ ନିଯୁ୍କ୍ତି ପଦ ପାଇବା ପାଇଁ ହକ୍ଦାର କିନ୍ତୁ ସରକାର ଠିକା ନିଯୁକ୍ତି ସମୟରେ ସଂରକ୍ଷଣ ନିୟମକୁ ପାଳନ କରିନଥିବାରୁ ଏବେ ସେମାନଙ୍କ ମଧ୍ୟରୁ ୨୨ହଜାରରୁ ଉର୍ଦ୍ଧ୍ୱ ପଦବୀ ନିମନ୍ତେ ଯୋଗ୍ୟ ପ୍ରାର୍ଥୀ ପଦ ପାଇବାପାଇଁ ହକ୍ ରୁ ବଞ୍ଚିତ ହେବେ । ବର୍ତମାନ ସୁଦ୍ଧା ୫୭ହଜାରରେ କେତେ ଦଳିତ ଆଦିବାସୀ ବର୍ଗର ଲୋକ ନିୟମିତପାଇଁ ହକ୍ଦାର ଅଛନ୍ତି । ସରକାର ତାହା ସ୍ପଷ୍ଟ କରନ୍ତୁ । ଯଦି ଆବଶ୍ୟକୀୟ ପଦ ପାଇଁ ପ୍ରାର୍ଥୀ ଅଭାବ ଥାଏ ତେବେ ସ୍ୱତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ସରକାର ତାହା ପୂରଣ କରନ୍ତୁ ବୋଲି ମଙ୍ଗଳବାର ଦିନ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦକି ସମ୍ମିଳନୀରେ ଅନୁସୂଚିତ ଜନଜାତି ବିଭାଗର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଭୂଜବଳ ମାଝି ଓ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରା ଦଳିତ ଆଦିବାସୀ ବର୍ଗର ଲୋକଙ୍କୁ ହକ୍ରୁ ବଞ୍ଚିତ ନକରିବା ପାଇଁ ଦାବୀ କରିଛନ୍ତି । ଯଦି ସରକାର ସଂରକ୍ଷଣ ଆଇନ୍କୁ ଠିକ୍ ଭାବରେ କାର୍ଯ୍ୟକାରୀ ନକରି ମନଇଚ୍ଛା ସ୍ଥାୟୀ ନିଯୁକ୍ତି କରନ୍ତି ତେବେ କଂଗେସ୍ର ଅନସୂଚିତ ଜାତି ଓ ଜନଜାତି ରାଜରାସ୍ତାକୁ ଓହ୍ଲେଇବାକୁ ବାଧ୍ୟ ହେବେ ଓ ଆବଶ୍ୟକସ୍ଥଳେ ଆଇନ୍ର ଆଶ୍ରୟ ନେବ ବୋଲି ସରକାରଙ୍କୁ କଡ଼ା ଚେତାବନୀ ଦିଆଯାଇଛି । ସେହିପରି ସରକାରଙ୍କ ଘୋଷଣା ଅନୁଯାୟୀ ଏହି ଚୁକ୍ତିଭିତିକ ନିଯୁକ୍ତିରୁ ମୁକ୍ତ ହେବା ପରେ ବି ପରିସଂଖ୍ୟାନ ବାହାରେ ଆହୁରି ହଜାର ହଜାର କର୍ମଚାରୀ ଯେଉଁମାନେ ଠିକା କାମ କରୁଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନରେ ପ୍ରାୟ୧୦ହଜାର, ପ୍ରାଥମିକ ସ୍କୁଲରେ ଜୁନିଅର ଶିକ୍ଷକ ଭାବେ ୧୩ ହଜାର, ଓପେପାରେ ୬ହଜାର, ଏପରିକି ୨୦୨୦ ମସିହାରେ ନୂଆ ଗ୍ରାଂଟ୍ ଇନ୍ ଏଡ୍ ପଲିସି କାର୍ଯ୍ୟରତ ଶିକ୍ଷକ ଓ ଅଧ୍ୟାପକ ବିଭିନ୍ନ ସରକାରୀ ଯୋଜନାରେ କାର୍ଯ୍ୟରତ କମର୍ଚାରୀ ଇତ୍ୟାଦିଙ୍କୁ ମିଶାଇଲେ ଏହି ସଂଖ୍ୟା ୫୦ହଜାରୁ ଉର୍ଦ୍ଧ୍ୱ ହେବ । ଏମାନଙ୍କ ପତ୍ର ସରକାର ମଧ୍ୟ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍ । ସେହିପରି ରାଜ୍ୟରେ ପ୍ରାୟ ୧ଲକ୍ଷରୁ ଅଧିକ କର୍ମଚାରୀ ଆଉଟ୍ ସୋର୍ସିଙ୍ଗ୍ ଭାବେ ବହୁତ କମ ଦରମାରେ କାମ କରୁଛନ୍ତି । ଚାକିରୀର ସ୍ଥାୟୀତ୍ୱ ନାହିଁ କି କର୍ମଚାରୀ ଭାବେ ସାମାଜିକ ନିରପତା ପାଇବାରୁ ବଞ୍ଚିତ ହେଉଛନ୍ତି । ଏମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯିବା ପାଇଁ କଂଗ୍ରେସ ଅନୁସୂଚିତ ଜାତି ଓ ଜନଜାତ ପକ୍ଷରୁ ଦାବୀ କରାଯାଇଛି ।