ଭୁବନେଶ୍ୱର : ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ନ୍ୟାୟିକ ସେବା ୨୦୨୩ ମସିହା ଫଳ ଗତ ୨୭ ଡିସେମ୍ବର ୨୦୨୩ ରେ ପ୍ରକାଶିତ ହୋଇଛି । ପ୍ରକାଶିତ ପରୀକ୍ଷାରେ ମହାବୀର ନଗର, ଝାରପଡା, ଭୁବନେଶ୍ୱର ବାସିନ୍ଦା ଋତୁପର୍ଣ୍ଣା ଦାଶ ୨୭ ରାଙ୍କ୍ ରେ ରହି କୃତକାର୍ଯ୍ୟ ହୋଇଛନ୍ତି । ସେ ଡିଏଭି ବିଦ୍ୟାଳୟ ଚନ୍ଦ୍ରଶେଖରପୁରରୁ ସ୍କୁଲ ଶିକ୍ଷା, କିଟ୍ ସ୍କୁଲ ଅଫ୍ ‘ଲ’ ରୁ ଏଲଏଲବି ଓ ଜିନ୍ଦଲ ଗ୍ଲୋବାଲ ସ୍କୁଲରୁ ଏଲଏଲଏମ୍ ଡିଗ୍ରି ହାସଲ କରିଥିଲେ । ବାପା ଲଲାଟେନ୍ଦୁ ଦାଶ, ମାଆ ଦେବଶ୍ରୀ ଦାଶ, ଜେଜେମା, କକା, ଖୁଡି, ମାମୁଁ ମାଇଁ ଓ ଭଉଣୀଙ୍କର ଆର୍ଶିବାଦ ଓ ପ୍ରୋତ୍ସାହନ ପାଇଁ ତାଙ୍କର ଏହି ସଫଳତା ସମ୍ଭବ ହୋଇଛି ବୋଲି ଋତୁପର୍ଣ୍ଣା କହିଛନ୍ତି । ଏହି ସଫଳତା ତାଙ୍କ ପରିବାରର ସମସ୍ତଙ୍କ ସହଯୋଗ ଯୋଗୁଁ ସମ୍ଭବ ହୋଇଛି ବୋଲି ସେ କହିଛନ୍ତି । ୫୫ଜଣଙ୍କ ମଧ୍ୟରେ ୨୭ ସ୍ଥାନରେ ରହିଥିବା ଋତୁପର୍ଣ୍ଣା ତାଙ୍କର କଠିନ ପରିଶ୍ରମ ଓ ସମୟାନୁବର୍ତ୍ତିତା ସଫଳତାର ଚାବିକାଠି ବୋଲି ପ୍ରକାଶ କରିଛନ୍ତି । ମାଇଁ ଅପ୍ଟିକ୍ସ୍ ନାମରେ ତାଙ୍କ ବାପାଙ୍କର ରିଟେଲ ଚେନ୍ ଅପ୍ଟିକାଲ ବ୍ୟବସାୟ ଭୁବନେଶ୍ୱରରେ ଅଛି । ଲ’ ପାଠ ପ୍ରସ୍ତୁତି ପାଇଁ ସେ ତାଙ୍କର ଗୁରୁ ଜଷ୍ଟିସ୍ ୟୁ.ସି.ମିଶ୍ର, ଆଡଭୋକେଟ୍ ଆଶୁତୋଷ ମିଶ୍ର ଏବଂ ଇଂରାଜୀ ପାଇଁ ଗୁରୁ ଆଦିତ୍ୟ ଜେନାଙ୍କୁ ଶ୍ରେୟ ଦେଇଛନ୍ତି । ଋତୁପର୍ଣ୍ଣାଙ୍କ ସଫଳତାରେ ତାଙ୍କ ପରିବାରରେ ସମସ୍ତେ ଖୁସିବ୍ୟକ୍ତ କରିଛନ୍ତି । ଓଡ଼ିଶା ନ୍ୟୁଜ୍ ର ଶୁଭେଛା ।