ସମ୍ବଲପୁର ରୁ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀ ଅନିଲ ଶ୍ରୀରାମକା
ସମ୍ବଲପୁର : ଆଜି ଜନ ସମୀକ୍ଷା ସାପ୍ତାହିକ ଖବର କାଗଜର ୪୪ତମ ବାର୍ଷିକ ଉତ୍ସବ ସମ୍ବଲପୁର ସାମ୍ବାଦିକ ଭଵନ ଠାରେ ସଂପାଦିକା ସବିତା ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଅରବିନ୍ଦ ମହାପାତ୍ର, ସମ୍ମାନିତ ଅତିଥି ଶ୍ରୀ ହେମନ୍ତ ମହାପାତ୍ର, ମୁଖ୍ୟବକ୍ତା ଭାବରେ ସୁନ୍ଦରଗଡ଼ରୁ ଆସିଥିବା ଜଣେ ସାହିତ୍ୟିକା ପ୍ରତିମା ମିଶ୍ର, ଶ୍ରୀ ଶଶି ଭୂଷଣ ତ୍ରିପାଠୀ, ଶ୍ରୀ ଗୋପୀନାଥ ଷଡ଼ଙ୍ଗୀ, ପ୍ରମୁଖ ମଞ୍ଚାସିନ ଥିଲେ । ସମସ୍ତ ଅତିଥିଗଣ ଅତି ସୁନ୍ଦର ଭାବରେ ଜନ ସମୀକ୍ଷା ପତ୍ରିକାର ପ୍ରକାଶକ ଏବଂ ସଂପାଦିକା ଙ୍କୁ ଭୁୟସି ପ୍ରଶଂସା କରିଥିଲେ । ପରେ ଶ୍ରୀମତୀ ମମତା ନାଥଙ୍କ ପରିଚାଳନାରେ ଅନେକ କବି, କବିୟତ୍ରୀ ମାନେ କବିତା ପାଠ କରିଥିଲେ । ବିଭିନ୍ନ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଦ୍ବାରା ସମ୍ମାନୀତ କରାଯାଇଥିଲା । ସୁଶ୍ରୀ ରାସେଶ୍ୱରୀ ପାଣିଗ୍ରାହୀ, ଶ୍ରୀଯୁକ୍ତ ସୁବାସ ପାଣିଗ୍ରାହୀ, ହେମନ୍ତ ମହାପାତ୍ର, ଗୋପୀନାଥ ଷଡ଼ଙ୍ଗୀଙ୍କୁ ସମ୍ମାନିତ କରାଯାଇଥିଲା । ଗୁଣନିଧି ସାଲିମା, ବିଭୁତି ମିଶ୍ର, ବିଚିତ୍ରା ବାଗ, ମମତା ନାଥ ଡ. ପ୍ରତିମା ମିଶ୍ର, ସୁଷମା ପ୍ରଧାନ, ସବିତା ମିଶ୍ର, ଗୋପିନାଥ ଷଡ଼ଙ୍ଗୀ, ଜ୍ୟୋତିର୍ମୟୀ ପ୍ରଧାନ, ଅରୁଣ କମାର ଦାଶ, କମଲ ଲୋଚନ ପଣ୍ଡା, ସନତ କୁମାର ପଣ୍ଡା, ଉତ୍ତମ ସୁନ୍ଦର କବିତା ପାଠ କରିଥିବାରୁ କବିୟତ୍ରୀ ଓ କବି ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ପରେ ପ୍ରିୟାନ୍ସୀ ଘିଓ୍ବାଲା ଗୀତା ପାଠ କରିଥିଲେ । ସଂସ୍କୃତି ତ୍ରିପାଠୀ ଓ ଅର୍ଚ୍ଚନା ପାଣ୍ଡିଆ, ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ସିଦ୍ଧେଶ୍ଵରୀ ଧର୍ମ ସଂପାଦକ ଶ୍ରୀ ସୁମନ୍ତ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଂପାଦିକା ଙ୍କୁ ସହଯୋଗ କରିବାକୁ କହିଥିଲେ ।