ନାରୀ ସମ୍ମାନ, ନାରୀ ପ୍ରଗତି, ନାରୀ ସୁରକ୍ଷା ମୋଦୀଙ୍କ ଗ୍ୟାରେଣ୍ଟୀ

ସମ୍ବଲପୁର ରୁ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀ ଅନିଲ ଶ୍ରୀରାମକା

ସମ୍ବଲପୁର : (୧୪ – ୦୧ – ୨୦୨୪) ଆଜି ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ମହିଳା ମୋର୍ଚ୍ଚା ର ଶକ୍ତି କେନ୍ଦ୍ରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେପି ମହିଳା ମୋର୍ଚ୍ଚା ସମ୍ବଲପୁର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ବାରିକଙ୍କ ସଭାପତିତ୍ୱରେ ହୋଇଥିବା ବୈଠକରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡ. ଐଶର୍ୟା ବିଶ୍ବାଳ ଓ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ ଯୋଗ ଦେଇଥିଲେ । ରାଜ୍ୟ ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟା ତଥା ସାମାଜିକ ଗଣମାଧ୍ୟମ ପ୍ରଭାରୀ ଶ୍ରମତୀ ଶୁଚିସ୍ମିତା ତ୍ରୀପାଠି ଓ ବିଦ୍ୟୁତପ୍ରଭା ଯୋଶୀ, ପୂର୍ବତନ ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ପୁର୍ବତନ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ରାଧେଶ୍ୟାମ ବାରିକ, ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ଶ୍ରୀମତୀ ସଂଯୁକ୍ତା ପ୍ରଧାନ ଓ ଶ୍ରୀମତୀ ପ୍ରଭାସିନି ଦାଶ, ଜିଲ୍ଲା ଉପସଭାନେତ୍ରୀ ଶ୍ରୀମତୀ ସୁଷମା ସାହୁ, ମାନେଶ୍ବର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୁକୁଣୀ ମହାନନ୍ଦ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀ ଚନ୍ଦ୍ରଶେଖର ପଣ୍ଡା, ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ଆଶିଷ ହୋତା ଉପସ୍ଥିତ ଥିଲେ । ଆଗମୀ ଦିନରେ ମହିଳା ମୋର୍ଚ୍ଚା କୁ ଆହୁରି ସଂଗଠିତ ଓ ସକ୍ରୀୟ କରିବା ନେଇ ବୈଠକ ରେ ଆଲୋଚନା ହୋଇଥିଲା । ଆସନ୍ତା ୨୨ ତାରିଖ ରେ ଅଯୋଧ୍ୟା ଠାରେ ହେବାକୁ ଥିବା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ କିଭଳି ସମସ୍ତ ମନ୍ଦିର ରେ ସଫେଇ,ଭଜନ କୀର୍ତ୍ତନ, ପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇ ପାରିବ ଓ ତତ୍ ସହିତ ପ୍ରତ୍ୟେକ ଘରେ ଦୀପୋତ୍ସବ ପାଳନ କରାଯିବ ସେଥିପାଇଁ ମହିଳା ମୋର୍ଚ୍ଚା ଗୁରୁଦାୟିତ୍ଵ ବହନ କରିବାକୁ ଅନୁରୋଧ କରିଥିଲେ ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ । ରାଜ୍ୟ ସଭାନେତ୍ରୀ ତାଙ୍କର ଅଭିଭାଷଣ ରେ କହିଥିଲେ ଯେ ଗତ ୯ ବର୍ଷ ରେ ମୋଦୀ ଜୀ ହାତକୁ ନେଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ମହିଳାଙ୍କ ସମ୍ମାନ, ବିକାଶ ଓ ସୁରକ୍ଷା ପାଇଁ ନେଇଥିବା ପଦକ୍ଷେପକୁ ଲୋକଙ୍କ ପାଖକୁ ପହଞ୍ଚେଇବା ପାଇଁ ସମସ୍ତେ କାର୍ଯ୍ୟ କରିବା । ଏହା ସହିତ ଗତ ୨୪ ବର୍ଷ ରେ ରାଜ୍ୟ ସରକାରଙ୍କ ଶାସନ କାଳରେ ହୋଇଥିବା ଦୁର୍ନିତି, ଭ୍ରଷ୍ଟାଚାର ନାରୀ ଅତ୍ୟାଚାର, ବ୍ୟଭିଚାର, ଗଣଦୁଷ୍କର୍ମ, ଶିଶୁ ହତ୍ୟା, ଶିଶୁ ଚୋରୀ ଭଳି ଘଟଣାକୁ ମଧ୍ଯ ଲୋକାଲୋଚନକୁ ଆଣିବା ଦିଗରେ କାର୍ଯ୍ୟ ସମ୍ପାଦନ କରନ୍ତୁ । ବୈଠକରେ ଆନ୍ୟମାନଙ୍କ ମଧ୍ୟରେ ମହିଳା ମୋର୍ଚ୍ଚାର ଶ୍ରୀମତୀ ନିଳାନ୍ଦ୍ରୀ ଭୋଇ, ସୈଲେନ୍ଦ୍ରୀ ପ୍ରଧାନ, ଗୋମତୀ ପ୍ରଧାନ, ସସ୍ମିତା ପ୍ରଧାନ,ରୀନା ପ୍ରଧାନ, ମାଳତୀ ବରାଇ ଓ ବହୁ ପଦାଧିକାରୀ ଓ ସକ୍ରୀୟ ସଦସ୍ୟା ଉପସ୍ଥିତ ଥିଲେ ।