ପଣ୍ଡିତ ରଘୁନାଥ ଏମ.ଇ.ସ୍କୁଲ ୧୯୮୫ ବ୍ୟାଚର ବନ୍ଧୁମିଳନ ।

ବରିଷ୍ଠ ସାମ୍ବାଦିକ ଦିପକ କୁମାର ମହାପାତ୍ରଙ୍କ ଠାରୁ

ଭୁବନେଶ୍ୱର : ସୋମବାର ଜାନୁଆରୀ ୧୫ ତାରିଖ ପବିତ୍ର ମକର ସଂକ୍ରାନ୍ତି ଅବସରରେ ସ୍ଥାନୀୟ ମାଉସୀମା ମନ୍ଦିର ପ୍ରାଙ୍ଗଣରେ ପଣ୍ଡିତ ରଘୁନାଥ ମଧ୍ୟ ଇଂରାଜୀ ବିଦ୍ୟାଳୟ ୧୯୮୫ ମସିହା ବ୍ୟାଚର ସାଙ୍ଗସାଥିମାନଙ୍କୁ ନେଇ ଏକ ବନ୍ଧୁମିଳନ ପର୍ବ ଅନୁଷ୍ଠିତ ହୋଇଯାଇଅଛି I ଏକ ଭୋଜିର ମଧ୍ଯ ଆୟୋଜନ କରଯାଇଥିଲା I ପ୍ରତିବର୍ଷ ପରି ଆସନ୍ତା ବର୍ଷ ଗୁଡିକରେ ମକର ସଂକ୍ରାନ୍ତି ଦିନ ଏହି ବନ୍ଧୁମିଳନ ପର୍ବ ଅନୁଷ୍ଠିତ ହେବ ବୋଲି ୧୯୮୫ ବ୍ୟାଚର ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସୁରଜିତ ଦାସ ପ୍ରକାଶ କରିଛନ୍ତି I ଏହି କାର୍ଯ୍ୟକ୍ରମରେ ୩୮ ଜଣ ଉଭୟ ପୁଅ-ଝିଅ ସାଙ୍ଗସାଥିମାନେ ଯୋଗ ଦେଇ ଏହି ବନ୍ଧୁମିଳନ ପର୍ବକୁ ସଫଳ କରିଥୁବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ଦାସ । ଏହି କାର୍ଯ୍ୟକ୍ରମକୁ ଶ୍ରୀମାନ ସୁରଜିତଙ୍କ ସମେତ ଅକ୍ଷିଆ, ହାଡୁ, ବୁଟୁଆ ପ୍ରମୁଖ ପରିଚାଳନା କରିଥିବା ବେଳେ ଉକ୍ତ ବଂଧୁମିଳନରେ କେଦାର, ସୁରଜିତ , ହାଡୁ, ହିମାଂଶୁ, ଅକ୍ଷିଆ, ବବିତା, ପ୍ରଭାତି , ଲକ୍ଷ୍ମୀପ୍ରିୟା, ଗୀତାଞ୍ଜଳି (କ), ଗୀତାଞ୍ଜଳି (ଖ), ଶକୁନ୍ତଳା , ନମିତା ମହାନ୍ତି, ଜୋସ୍ନାରାଣୀ ସୁମିତା ମହାନ୍ତି, ଗଦା, ସନ୍ତୋଷ ମିଶ୍ର, ଦୂର୍ଗା ସାହୁ, ମନୋଜ ବଟୁ, ସୁଛୁରୀ, ଲାଲୁ, ଜୁବୁଲା, ସତ୍ୟ, ନଗେନ କୃଷ୍ଣ, ରମାକାନ୍ତ, ମନୋଜ ମିଶ୍ର ଜ୍ଞାନ ସ୍ବାଇଁ, ତପନ ରଥ, ରାଜେନ୍ଦ୍ର ମଣ୍ଟୁଆ, ପ୍ରଶାନ୍ତ ସାହୁ, ପ୍ରଶାନ୍ତ ବାରିକ, ସଞ୍ଜୟ, ନିର୍ମଳ ମାଝି କାର୍ତିକ, ଆରତୀ, ମନୋଜ ମହାସୁଆର ,ଛାଡୁ, ଦୀପକ ମହାପାତ୍ର ପ୍ରମୁଖ ବନ୍ଧୁମାନେ ଉପସ୍ଥିତ ରହି ସ୍କୁଲ ବେଳର ସ୍କୃତି ବଖାଣି ଥିଲେ । ସୂଚନା ଯୋଗ୍ୟ ଯେ ପଣ୍ଡିତ ରଘୁନାଥ ଏମ. ଇ ସ୍କୁଲ ସେତେବେଳେ ପୁରୁଣା ଭୁବନେଶ୍ୱରର ଏକମାତ୍ର ନାମକରା ସ୍କୁଲ ଥିଲା । କାହିଁ କେତେ ଦୂରରୁ ପିଲାମାନେ ଆସି ପାଠପଢୁଥିଲେ । ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୁରୁ ଶିଷ୍ୟ ସମ୍ପର୍କ ରହୁଥିଲା । ସେତେବେଳେ ସାଙ୍ଗସାଥି ମଧ୍ୟରେ ଭାଇ ଭଉଣୀର ସମ୍ପର୍କ ରହୁଥିଲା । ନା ସେତେବେଳେ ରହୁଥିଲା କାହା ମନରେ ଗର୍ବ ଅହଂକାର,ଭେଦ-ଭାବ,ଉଚ୍ଚ-ନୀଚ୍ଚ,ଧନୀ-ଗରିବ ଇତ୍ୟାଦି । ଯାହା ବର୍ତ୍ତମାନ ପରିଲିଖିତ ହେଉନାହିଁ । ସେଇ ପିଲାଦିନକୁ ଫେରିଯିବାକୁ ଏବେ ମନ ହେଲେ ବି ମାୟା ସଂସାର ବନ୍ଧନ ରେ ଆବଦ୍ଧ ହୋଇଥିବାରୁ ଆଉ ଫେରିପାରୁନୁ ବୋଲି ସମସ୍ତେ ପ୍ରକାଶ କରିଥିଲେ । କାହିଁ ସେଇ ପିଲାଦିନ,କାହିଁ ସେଇ ଧୂଳି ଖେଳ,କାହିଁ ସେଇ ଗୁଚି ଦାଣ୍ଡୁ ଖେଳ,କାହିଁ ସେଇ କାନ୍ଧରେ ବହି ବସ୍ତାନୀ ପକେଇ ସ୍କୁଲ ଯିବା ଆସିବା ବେଳ, କାହିଁ ସେଇ ଗଛରେ ଚଢି ବଳକୋଳି ତୋଳି ଖାଇବା ବେଳ । କାହିଁ ସେଇ ସୁର ସାରଙ୍କ ବେତ ମାଡ ତା ସାଙ୍ଗକୁ ଖରାରେ ଗୋଡିରେ ଆଣ୍ଠେଇବା ବେଳ, କାହିଁ ସେଇ ମାଝୀ ସାରଙ୍କ କଲି ଭିଡା ସାଙ୍ଗକୁ ସରୁ ଚଟକଣି ମାଡ….ମନେ ପଡେ ଯେବେ ସେଇ ସ୍କୁଲ ବେଳ କଥା ଭାବିଲେ ନିଜକୁ ଲାଗେ ବଡ ବ୍ୟଥା ବୋଲି ଭାବପ୍ରବଣ ହୋଇଯାଇଥିଲେ । ଦିନ ଯେତିକି ଗଡି ଚାଲିଛି ସେଇ ପିଲାବେଳର ସ୍କୃତି ସବୁ ଅପସରି ଯାଉଛି । ଧନ୍ୟବାଦ ବନ୍ଧୁ-ବାନ୍ଧବୀମାନେ ଏହିଭଳି ବଂଧୁମିଲନ ଆୟୋଜନ କରିଥିବାରୁ ।

ଦିପକ କୁମାର ମହାପାତ୍ର , ଭୁବନେଶ୍ଵର ।