ବିଜେଡିର ୱାର୍ଡ ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ I

ସାମ୍ବାଦିକ ଅନିଲ ଶ୍ରୀରାମକାଙ୍କ ଠାରୁ

ସମ୍ବଲପୁର,୧୮/୦୧: ସମ୍ବଲପୁର ବିଧାନସଭା କ୍ଷେତ୍ର ଵିଜୁ ଜନତା ଦଳ (ବିଜେଡି) ର ୱାର୍ଡ ସ୍ତରୀୟ କମିଟି ବୈଠକ ଆଜି ଠାରୁ ଆରମ୍ଭ ହୋଇଛି I ଆଜି ସମ୍ବଲପୁର ମହାନଗର ନିଗମ ୱାର୍ଡ ନଂ. ୨୪ ର ରାନୀ ବଖରୀ ଏବଂ ୱାର୍ଡ ନଂ.୩୧ ର ଲାୟନ୍ସ କ୍ଳବ ପରିସରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା I ମହାନଗର ନିଗମ ବିଜେଡି ସଭାପତି ସତୀଶ ବିଶିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ବିଧାୟିକା ଡ଼. ରାସେଶ୍ୱରୀ ପାଣିଗ୍ରାହୀ, ରେଢ଼ାଖୋଲ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଇଂ. ରୋହିତ ପୂଜାରୀ, ରାଜ୍ୟ ସାଧାରଣ ସମ୍ପାଦକ ଇଂ ସିଦ୍ଧାର୍ଥ ଦାସ, ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ, ବିଜେଡି ପ୍ରବକ୍ତା ସଞ୍ଜୟ ବାବୁ, କେନ୍ଦୁ ପତ୍ର କଲ୍ୟାଣ ବୋର୍ଡ ଉପଦେଷ୍ଟା ସଞ୍ଜିତ ମହାନ୍ତି, ମହିଳା ପର୍ଯ୍ୟବେକ୍ଷକ ମିନତୀ ଦେବତା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ I ବୈଠକରେ ଜ଼ିଲ୍ଲା ମହିଳା ବିଜେଡି ସଭାପତି ବନ୍ଦିତା ରାଣୀ ମିଶ୍ର, ମହିଳା ମହାନଗର ନିଗମ ସଭାପତି ଡ଼. ସଂଯୁକ୍ତା ମେହେର, ମହିଳା ନେତ୍ରୀ ଉଷା ପ୍ରଧାନ, ସିପ୍ରା ମହାନ୍ତି, କଳ୍ପନା ମିଶ୍ର,ସୁରେଖା ସାହୁ, ରାଖୀ ମୁଣ୍ଡା, ନୀଳିମା ନାୟକ, ସସ୍ମିତା ଦୀପ, ଭୋଳା ମହତ୍ତମ, ଧର୍ମରାଜ ମରେଈ , ଲିଙ୍ଗରାଜ ପରିଡା, ପ୍ରଶାନ୍ତ ନାୟକ, ନିଶାନ୍ତ ବହିଦାର, ରାମକୃଷ୍ଣ ଖୁଣ୍ଟିଆ, ସୁବ୍ରତ ବକ୍ସି, ଦିପେନ୍ଦ୍ର ପଟେଲ ପ୍ରମୁଖ ଙ୍କ ସମେତ ସମସ୍ତ ୱାର୍ଡ କମିଟି ସକ୍ରିୟ ବିଜେଡି ସଦସ୍ୟ ଉପସ୍ଥିତ I ରାନୀ ବଖରୀ ବୈଠକରେ ଯୁବ ନେତା ପ୍ରଦ୍ୟୋଷ ମହାନ୍ତି ଏବଂ ଲାୟନ୍ସ କ୍ଳବ ବୈଠକରେ ଯୁବ ନେତା ଅଶ୍ବିନୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ I