ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଦୁଇଜଣ ଏଆଇସିସି ସମ୍ପାଦକ ଶ୍ରୀ ଖ୍ରୀଷ୍ଟଫର ତିଲକ ଓ ଶ୍ରୀ ମହମ୍ମଦ ସାହାନବାଜ ଚୌଧୁରୀଙ୍କୁ ଓଡିଶାର ସହ ପ୍ରଭାରୀ ଭାବରେ ନିଯୁକ୍ତ ପ୍ରଦାନ କରିଛନ୍ତି ବୋଲି ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ କେ ସି ଭେନୁଗୋପାଲ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।
