ଲାଲା ଲଜପତ ରାୟଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ I

ସାମ୍ବାଦିକ ଅନୀଲ ଶ୍ରୀରାମକାଙ୍କ ରିପୋର୍ଟ

ସମ୍ବଲପୁର : ଲୋକ ସେବକ ମଣ୍ଡଳ, ସମ୍ବଲପୁର ଜୋନ୍ ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ମୁଦିପଡ଼ା ସ୍ଥିତ ଡ଼ଃ ରାଧାନାଥ ରଥ କମ୍ୟୁନିଟି ସେଣ୍ଟର ଠାରେ ମହାନ୍ ଦେଶଭକ୍ତ, ଲୋକ ସେବକ ମଣ୍ଡଳର ପ୍ରାଣ ପ୍ରତିଷ୍ଠାତା, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଭାରତ ରତ୍ନ, ପଞ୍ଜାବ କେଶରୀ ଲାଲା ଲଜପତ ରାୟ ଙ୍କ 160 ତମ ଜନ୍ମ ଜୟନ୍ତୀ ଭକ୍ତିମୟ ପରିବେଶରେ ପାଳନ କରାଯାଇଅଛି I ବରିଷ୍ଠ ସମାଜ ସେବିକା ଡା. ନାରାୟଣୀ ପଣ୍ଡା, ଆଇନ କଲେଜର ଅଧ୍ୟକ୍ଷ ଡ଼ଃ ବିଜୟନନ୍ଦ ବେହେରା, ସମାଜସେବୀ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍ , କମ୍ୟୁନିଟି ସେଣ୍ଟରର ମ୍ୟାନେଜର ଶ୍ରୀ ଲୋକନାଥ ରାଉତ, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମହାରଣା, ଶ୍ରୀ ଖଗେଶ୍ୱର ନାୟକ, ସୁଶ୍ରୀ ସୋଫିଆ ପଣ୍ଡା, ଶ୍ରୀ ଲିଙ୍ଗରାଜ ସାହୁ ପ୍ରମୁଖ ବହୁ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ଯୋଗଦାନ କରି ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ ଓ ଧୂପଦୀପ ଦ୍ୱାରା ପୂଜାର୍ଚ୍ଚନା କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ I