ରାଜ୍ୟ ବିଜେପିର ପେନାଲିଷ୍ଟ୍ ହେଲେ ମାନସ ରଞ୍ଜନ ବକ୍ସି ।

ସାମ୍ବାଦିକ ଅନୀଲ ଶ୍ରୀରାମକାଙ୍କ ରିପୋର୍ଟ

ସମ୍ବଲପୁର : ଓଡ଼ିଶା ପ୍ରଦେଶ ବିଜେପି ପକ୍ଷରୁ ଆଜି ଏକ ନବନିଯୁକ୍ତ ପ୍ରବକ୍ତା, ପେନାଲିଷ୍ଟ ଓ ଗଣମାଧ୍ୟମ ସଂଯୋଜକଙ୍କ ସୂଚୀ ପ୍ରକାଶିତ ହୋଇଛି । ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ସମ୍ବଲପୁର ଜିଲ୍ଲାର ମାନସ ରଞ୍ଜନ ବକ୍ସିଙ୍କୁ ପେନାଲିଷ୍ଟ୍ ଭାବେ ନୂତନ ଦାୟିତ୍ଵ ପ୍ରଦାନ୍ କରାଯାଇଛି । ଶ୍ରୀ ବକ୍ସି ବର୍ତ୍ତମାନ ସମ୍ବଲପୁର କ୍ଷେତ୍ରର ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ଦାୟିତ୍ଵରେ ଥିବା ବେଳେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଗଣମାଧ୍ୟମ ସଂଯୋଜକ ଓ ସାମାଜିକ ଗଣମାଧ୍ୟମ ସହ ସଂଯୋଜାକର ଅତିରିକ୍ତ ଦାୟିତ୍ଵ ତୁଲାଉଛନ୍ତି । ତାଙ୍କୁ ବୈଦ୍ୟୁତିକ ଗଣମାଧ୍ୟମରେ ଆଲୋଚନା ଓ ତର୍କବିତର୍କ ରେ ରାଜ୍ୟ ବିଜେପି ପକ୍ଷରୁ ଦଳର ବିଷୟ ଓ ପକ୍ଷ ରଖିବା ପାଇଁ ଆଜି ପେନାଲିଷ୍ଟ୍ ପଦରେ ଅଳଙ୍କୃତ କରାଯାଇଛି । ନାମ ଘୋଷଣା ପରେ ଶ୍ରୀ ବକ୍ସି ପ୍ରେସ ବିବୃତିରେ କହିଛନ୍ତି ଯେ ବିଗତ ୩୩ ବର୍ଷ ହେଲା ବିଜେପି ରେ ଜଣେ ଶୃଙ୍ଖଳିତ ଓ ସକ୍ରୀୟ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ଯ କରି ଆସୁଛି । ଦଳ ମୋର ଉପାରେ ବିଶ୍ୱାସ ରଖି ଯେତେବେଳେ ଯେଉଁ ଦାୟିତ୍ଵ ଦେଇଛି ଅଳଙ୍କୃତ ପଦ ପ୍ରତି ସମ୍ପୂର୍ଣ୍ଣ ଭବେ ଶାରୀରିକ ମାନସିକ ସ୍ତରରେ ସମର୍ପିତ ହୋଇ କାମ କରିବାକୁ ଚେଷ୍ଟା କରୁଛି । ମୋ ଉପର ବିଶ୍ୱାସ ରଖି ଦଳ ଆଜି ମୋତେ ଯେଉଁ ଗୁରୁଦାୟିତ୍ଵ ପ୍ରଦାନ୍ କରିଛି ତାକୁ ମୁଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବର ସମ୍ପାଦନ କରିବାକୁ ଚେଷ୍ଟା କରିବି । ମୋ ଉପର ବିଶ୍ୱାସ ରଖି ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିବାରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧି ଦଳର ନେତା ଶ୍ରୀ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ଶ୍ରୀ ନାଉରି ନାୟକ, ରାଜ୍ୟ ଉପସଭାପତି ଶ୍ରୀ ରବି ନାରାୟଣ ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସିମାଞ୍ଚଲ ଖାଟେଇ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରୀପାଠୀ, ସମ୍ବଲପୁର ଜିଲ୍ଲା ସଭପତି ଶ୍ରୀ ଗିରିଶ ପଟେଲ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କୁ ଧନ୍ୟବାଦ୍ ଓ କୃତଜ୍ଞତା ଜ୍ଞାପନ କରୁଛି ।