ନୂତନ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଓଜେୟୁ ପକ୍ଷରୁ ସ୍ୱାଗତ ।

ସମ୍ବଲପୁର : ୨୦୧୯ ବ୍ୟାଚ ଆଇଏଏସ ଅକ୍ଷୟ ସୁନୀଲ ଅଗ୍ରୱାଲ ସମ୍ବଲପୁର ଜ଼ିଲ୍ଲାପାଳ ଭାବେ ବୁଧବାର ଦିନ ଦାୟିତ୍ଵ ଗ୍ରହଣ କରିବା ପରେ ଗୁରୁବାର ଦିନ ଓଡିଶା ସାମ୍ବାଦିକ ସଂଘ ( ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଜ଼ିଲ୍ଲା ସଭାପତି ହିମାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ନୂତନ ଜ଼ିଲ୍ଲାପାଳଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ସମ୍ବଲପୁର ଜ଼ିଲ୍ଲାର ବିକାଶ ଧାରାକୁ ଆଗେଇ ନେବା ମୋର ପ୍ରାଥମିକତା ହେବ । ମା’ ସମଲେଶ୍ୱରୀଙ୍କ ସେବା କରିବାର ଏହା ଏକ ସୁଯୋଗ ବୋଲି ଜ଼ିଲ୍ଲାପାଳ ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଜ଼ିଲ୍ଲାରେ କିଭଳି ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରାଯିବ ସେଥିପ୍ରତି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ, ଶ୍ରୀ ଅଗ୍ରୱାଲ ଏହା ପୂର୍ବରୁ ମୟୁରଭଞ୍ଜର ଅତିରିକ୍ତ ଜ଼ିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ । ସମ୍ବର୍ଦ୍ଧନା ସମୟରେ ସଂଘର ପ୍ରାନ୍ତୀୟ ସମ୍ପାଦକ ପଶ୍ଚିମ ଓଡିଶା ରମାକାନ୍ତ ବିଶ୍ୱାଳ, ଜ଼ିଲ୍ଲା ସାଧାରଣ ସମ୍ପାଦକ ସରୋଜ ସାହୁ, ସାମ୍ବାଦିକ ସାଧବ ପ୍ରଧାନ, ଅନିଲ ଶ୍ରୀରାମକା, ଦେବାଶିଷ ବେହେରା, ହରି ଶଙ୍କର ମିଶ୍ର, ସଂଜୀବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।