ନିର୍ବାଚିତ ପ୍ରତିନିଧିମାନଙ୍କ ବିକାଶମୂଳକ ପ୍ରସ୍ତାବକୁ ଗ୍ରହଣ କରାଯାଉ ନାହିଁ ,ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ ।

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚଦଶ ଅର୍ଥ କମିଶନ ପରେ ପଞ୍ଚାୟତର ଉନ୍ନତୀକରଣ ପାଇଁ କୋଟି କୋଟି ଟଙ୍କା ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ତାହା ଖର୍ଚ୍ଚ କରିବାକୁ ଦେଉନାହାନ୍ତି । ମୋଦି ସରକାରଙ୍କ ଟଙ୍କା ପଞ୍ଚାୟତରେ ଖର୍ଚ୍ଚ ହେଲେ ଜନତା ମୋଦି ମୋଦିର ନାରା ଦେବେ ବୋଲି ରାଜ୍ୟ ସରକାର ଷଡଯନ୍ତ୍ର କରି କେନ୍ଦ୍ରୀୟ ଯୋଜନାରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ ରଖୁଛନ୍ତି । ଓଡ଼ିଶାର ଲୋକେ ଗରିବ ହୋଇ ରହୁ କିନ୍ତୁ ବିଜେଡି ଦଳର ପ୍ରଚାର ହେଉ । ଏଭଳି ହୀନମାନସିକତା ରଖି ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ସେହିପରି ମୁୁଖ୍ୟମନ୍ତ୍ରୀ ଏବେ ସରପଞ୍ଚମାନଙ୍କୁ ସବୁ କ୍ଷମତାରୁ ବଞ୍ଚିତ ରଖି ବିଡିଓ, ଉପଜିଲ୍ଲାପାଳ, ଜିଲ୍ଲାପାଳ, ପ୍ରୋଜେକ୍ଟ ଡାଇରେକ୍ଟର କାମ କରିବାକୁ ଦେଉଛନ୍ତି । ରାଜ୍ୟ ସରକାର ଏଭଳି ହୀନ କାର୍ଯ୍ୟ କରୁଥିବାରୁ ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଭଞ୍ଜନଗର ବ୍ଲକର ୧୦ଟି ପଞ୍ଚାୟତର ନିର୍ବାଚିତ ସରପଞ୍ଚମାନେ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସଙ୍କୁ ଆଜି ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ପତ୍ରଙ୍କୁ ଗ୍ରହଣ କରି ଶ୍ରୀ ଦାସ ଏହାର ତଦନ୍ତ କରିବା ସହ କାର୍ଯ୍ୟନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଡ.ଲେଖାଶ୍ରୀ କହିଛନ୍ତି । ରାଜ୍ୟ ସରକାର ସାମ୍ବିଧାନିକ ବିଧିବ୍ୟବସ୍ଥା ତଥା ଗଣତନ୍ତ୍ରର ହତ୍ୟା କରୁଛନ୍ତି । ବିକାଶକୁ ରୋକିବା ପାଇଁ ବିଜେଡି ସରକାର ନିର୍ବାଚିତ ପ୍ରତିନିଧିଙ୍କର କ୍ଷମତାକୁ କ୍ଷୁର୍ଣ୍ଣ କରି ତାଙ୍କୁ ଅପମାନିତ କରୁଛନ୍ତି । ପଞ୍ଚାୟତରେ ଦଳୀୟ ଆଧାରରେ ସରକାରୀ କର୍ମଚାରୀମାନେ ମନଇଛା କାମ କରୁଛନ୍ତି । ବିଜୁ ଜନତା ଦଳ ସରକାର ନିର୍ବାଚିତ ପ୍ରତିନିଧିମାନଙ୍କ ବିକାଶମୂଳକ ପ୍ରସ୍ତାବକୁ ଗ୍ରହଣ ନକରି ଦଳୀୟ ଆଧାରରେ କାର୍ଯ୍ୟ କରୁଛି । ବିଜେଡିର ଏଭଳି ଅନ୍ୟାୟକୁ ଭଞ୍ଜନଗର ବିଡିଓ ଓ ଉପଜିଲ୍ଲାପାଳ ମଧ୍ୟ ସହଯୋଗ କରୁଛନ୍ତି । ସେହିପରି ପଞ୍ଚାୟତରେ ବୃଦ୍ଧ ଓ ବୃଦ୍ଧା, ବିଧବା ଭତା ଯୋଗାଇବାରେ ସରପଞ୍ଚମାନେ ଅକ୍ଷମ । ଗରିବଙ୍କ ପାଇଁ ରାସନକାର୍ଡ, ଜିପିଡିପି କାମ ମଧ୍ୟ ହେଉନାହିଁ । ପଞ୍ଚାୟତମାନଙ୍କ ଦଳୀୟ ଆଧାରରେ କାର୍ଯ୍ୟ ଚାଲୁଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି । ଏହି ପ୍ରତିିନିଧି ଦଳରେ ଉଷାରାଣୀ ପ୍ରଧାନ, ରେସମା କୁମାରୀ ନାୟକ, ସ୍ୱପ୍ନା ନାୟକ, ସୁରୁଚୀ ନାୟକ, ରୋଜି ବରଦା, ଉଦ୍ଧବ କୁମାର ମିଶ୍ର, ସୁକାନ୍ତ କୁମାର ମଲ୍ଲିକ, ଲକ୍ଷ୍ମଣ ନାଏକ, ଚିରଞ୍ଜୀବୀ ପ୍ରଧାନ, ନିରଞ୍ଜନ ସେଠୀ, ପ୍ରଦ୍ୟୁମ୍ନ କୁମାର ନାୟକ, ନୀଳମାଧବ ପାତ୍ର, ବିନାୟକ ତ୍ରିପାଠୀ, ଅଯୋଧ୍ୟାନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।