ସମୟ

ତରବରିଆ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ସର୍ବଦା ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ । ହଠାତ୍‍ କିଛି ସିଦ୍ଧାନ୍ତ ଯଦି ଆପଣ ନେଇଯାଆନ୍ତି, ତା’ହେଲେ ଭବିଷ୍ୟତରେ ହୁଏତ ଆପଣ ପ୍ରତାରିତ ହୋଇପାରନ୍ତି । ସମୟକୁ ଠିକ୍‍ ଭାବରେ ବ୍ୟବହାର କରି ଜାଣିଲେ, କାର୍ଯ୍ୟଗୁଡ଼ିଏ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଆପଣଙ୍କ ନିକଟକୁ ଆସିବ । ଏଥି ପାଇଁ ଆପଣଙ୍କୁ ଆଦୌ ବ୍ୟସ୍ତ ହେବାକୁ ପଡ଼ିବ ନାହିଁ । ଠିକ୍‍ ମହୂର୍ତ୍ତକୁ ଖୋଜି ବାହାର କରିବା ଏକ କଳା । ଏହି କୌଶଳକୁ ଆୟତ୍ତ କରିବାକୁ ଚେଷ୍ଟା କରନ୍ତୁ । ଏହା ଫଳରେ ଆପଣ କ୍ରମଶଃ ଶକ୍ତିଶାଳୀ ହୋଇଉଠିବେ । ହୁଏତ ଆପଣ ଏହା ଜାଣିପାରୁନଥିବେ; କିନ୍ତୁ ଆପଣଙ୍କ ଅଜ୍ଞାତରେ ଏହାସବୁ ଘଟିଯାଉଥିବ । ସମୟ ଯଦି ଆପଣଙ୍କୁ ସହଯୋଗ କରୁନଥାଏ, ତେବେ ବାହାଦୂରୀ ଦେଖାଇ କୌଣସି କାର୍ଯ୍ୟ ହଠାତ୍‍ ହାତକୁ ନିଅନ୍ତୁ ନାହିଁ । ସମୟ ଶବ୍ଦଟି ଏକ ବିଚିତ୍ର ଶବ୍ଦ । ଏହାକୁ ଭିନ୍ନ ଭିନ୍ନ ସ୍ତରରେ ବିଭିନ୍ନ ଲୋକ ଗ୍ରହଣ କରିଥାନ୍ତି । ତେଣୁ ସମୟକୁ ନେଇ ନେପୋଲିୟନ୍‍ ଥରେ କହିଥିଲେ ‘Space we can Recover, Time Never’ ।

ସମୀର କୁମାର ସିଂହ : ପ୍ରକାଶକ_ସଂପାଦକ

Leave a Reply

Your email address will not be published. Required fields are marked *