ବିଜୁଳି ମାଗିବାରୁ ଶିଳ୍ପପତିମାନଙ୍କୁ ମାଡ

ସରକାରଙ୍କର ଶିଳ୍ପ ବିରୋଧୀ ନୀତିର ପ୍ରତିଫଳନ

ଭୁବନେଶ୍ୱର: ବାତ୍ୟା ଫନିର ୧୩ ଦିନ ପରେ ବି ଜଗତପୁର ଶିଳ୍ପାଚଂଳରେ ବିଦ୍ୟୁତ ଯୋଗାଣ ଏବେ ଯାଏଁ ହୋଇପାରିନାହିଁ ।

ବାତ୍ୟାର ୧୨ ଦିନ ପରେ ସ୍ଥିତି ଦେଖିବାକୁ ଯାଇଥିବା ଶିଳ୍ପ ବିଭାଗର ଅଧିକାରୀମାନେ ଶିଳ୍ପଦ୍ୟୋଗୀ ମାନଙ୍କ ସହ କ୍ଷୟ କ୍ଷତି ସଂପର୍କରେ ଆଲୋଚନା କରିନଥିଲେ ।

ଶିଳ୍ପଦ୍ୟୋଗୀମାନେ ବିଦ୍ୟୁତ ସଂଯୋଗ ନେଇ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଏଥି ପ୍ରତି କର୍ଣ୍ଣପାତ କରିନଥିଲା ।

ଅନ୍ୟପଟେ ଶିଳ୍ପ ଅଧିକାରୀଙ୍କ ପାଖରେ ବିଦ୍ୟୁତ ଯୋଗାଣ ତୁରନ୍ତ ଯୋଗାଇ ଦେବା ପାଇଁ ଦାବି କରିବାରୁ ୨ ଜଣ ଶିଳ୍ପଦ୍ୟୋଗୀଙ୍କୁ ପୋଲିସ ଗିରଫ କରିଥିଲା ।

କ୍ଷୟକ୍ଷତି ଦେଖିବାକୁ ଆସିଥିବା ଶିଳ୍ପ ଅଧିକାରୀମାନେ ଶିଳ୍ପଦ୍ୟୋଗୀମାନଙ୍କ ସହ ଆଲୋଚନା ନକରି ଓଲଟା ପୋଲିସ ଦ୍ୱାରା ମାଡ ମାରି ସେମାନଙ୍କୁ ଗିରଫ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ଉପ ସଭାପତି ସମୀର ମହାନ୍ତି କହିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ହେଉଛନ୍ତି ଶିଳ୍ପ ବିରୋଧୀ । ସେଥିଲାଗି ପୋଲିସ ପ୍ରଶାସନ ଲଗାଇ ଓଡିଶାର ଶିଳ୍ପଦ୍ୟୋଗୀଙ୍କ ସ୍ୱର ଚାପିବାକୁ ପ୍ରୟାସ କରୁଛନ୍ତି ।

ବିନା ପାଣି କିମ୍ବା ବିଦ୍ୟୁତରେ କୌଣସି ଶିଳ୍ପ ଚାଲିବା ଅସମ୍ଭବ । ଦୀର୍ଘ ୧୨ ଦିନ ପରେ ଜଗତପୁର ଶିଳ୍ପାଚଂଳକୁ ବିଦ୍ୟୁତ ନେଯାଗାଇବା କାରଣରୁ କୋଟି କୋଟି ଟଙ୍କାର କ୍ଷତି ହେଉଛି ।

ଏମଏସଏମଇ ସଚିବ ଏ ନେଇ କୌଣସି ବ୍ୟବସ୍ଥା କରିନାହାଁନ୍ତି । ବାତ୍ୟା ଫନି ପାଇଁ ରାଜ୍ୟସରକାର କି ଶିଳ୍ପ ବିଭାଗ ପ୍ରସ୍ତୁତ ନଥିଲା । ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଶିଳ୍ପଦ୍ୟୋଗୀଙ୍କୁ ସହାୟତା ନଦେଇ ସେମାନଙ୍କ ଉପରେ ଜୁଲମ ହେବା କଟା ଘାରେ ଚୂନ ଦେବା ସଦୃଶ ।

ରାଜ୍ୟସରକାର ଓଡିଶାର ଶିଳ୍ପଦ୍ୟୋଗୀମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ପୋଲିସ ଦ୍ୱାରା ମାଡ ମାରି ଦମନ କରିଚାଲିଛନ୍ତି ।

ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶିଳ୍ପର ବିକାଶ କରିବା କଥା ମେକ ଇନ ଓଡିଶାରେ କହୁଥିବା ସମୟରେ ଅନ୍ୟପଟେ ଜଗତପୁର ଶିଳ୍ପାଚଂଳରେ ଶିଳ୍ପପତିମାନଙ୍କୁ ପୋଲିସ ଲଗାଇ ଆକ୍ରମଣ କରୁଛନ୍ତି ।

କେବଳ ରାଜନୈତିକ ସ୍ୱାର୍ଥ ପାଇଁ ଶିଳ୍ପଦ୍ୟୋଗୀମାନଙ୍କୁ ବ୍ୟବହାର କରାଯାଉଛି । ରାଜ୍ୟସରକାରଙ୍କ ଅପାରଗତା ଏବଂ ସ୍ଥାଣୁତା ପାଇଁ ପୂର୍ବରୁ ରାଜ୍ୟରୁ ପୋସ୍କୋ ଓ ବେଦାନ୍ତ ଭଳି ଅନେକ ଶିଳ୍ପ ଫେରାଯାଇଛି ।

ଏବେ ଶିଳ୍ପଦ୍ୟୋଗୀ ସମସ୍ୟାର ସମାଧାନ ନକରି ସେମାନଙ୍କ ଉପରେ ହୋଇଥିବା ଦମନକୁ ଶ୍ରୀ ମହାନ୍ତି ଦୃଢ ନିନ୍ଦା କରିବା ସହ ଜଗତପୁର ଶିଳ୍ପାଚଂଳରେ ବାତ୍ୟା ଫନି ଜନିତ ହୋଇଥିବା କ୍ଷୟକ୍ଷତି ଆକଳନ କରି ତୁରନ୍ତ ସହାୟତା କରିବାକୁ ଦାବି କରିଛନ୍ତି ।

Categories
BUSINESS
Newsroll

RELATED BY

  • Reliance Industries aims to make ‘sustainable clothing’ affordable

    ‘Sustainable fashion’ is becoming a buzz word in the fashion industry as large corporates, textile manufactures, fashion designers and renowned fashion houses are aggressively putting their act together to...
  • ଏକ ଲକ୍ଷ ଦର୍ଶକ ମେଳା ପରିସରକୁ ଆସିଥିଲେ

    ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା’ ଉଦ୍‌ଯାପିତ ଭୁବନେଶ୍ୱର:ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ‘ବୟନିକା’ ପକ୍ଷରୁ ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା’ ଅଗଷ୍ଟ ୨୭ ତାରିଖରୁ ୟୁନିଟ-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଉଦ୍‌ଘାଟିତ ହୋଇଥିଲା । ଏହି ମେଳାରେ ୩୯ଟି ଷ୍ଟଲ୍‌ରେ ‘ବୟନିକା’,...
  • Tribal retail outlet

     Chief Minister Shri Naveen Patnaik inaugurating exclusive Tribal retail outlet at TDCCOL Head Office premises, BBSR on 09.09.2019 Chief Minister Shri Naveen Patnaik going round the exclusive tribal retail...
  • ବିଶ୍ୱର ଶ୍ରେଷ୍ଠ ୧୦ ଆଇବି ସ୍କୁଲ୍‍ ତାଲିକାରେ ଧିରୁଭାଇ ଅମ୍ବାନୀ ଇଣ୍ଟରନେସନାଲ ସ୍କୁଲ

    ନୀତା ଏମ୍‍ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ ତଥା ମୁମ୍ବଇର ବାନ୍ଦ୍ରା-କୁର୍ଲା କମ୍ପେ୍ଲକ୍ସରେ ସ୍ଥାପିତ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ୍‍ ସ୍କୁଲ (ଡିଏଆଇଏସ୍‍) ଏକ ମାତ୍ର ଭାରତୀୟ ସ୍କୁଲ ଭାବେ ବିଶ୍ୱର ଶ୍ରେଷ୍ଠ ୧୦ ଇଣ୍ଟରନ୍ୟାସନାଲ୍‍ ବାକ୍କାଲରେଟ୍‍ (ଆଇବି) ସ୍କୁଲ ମଧ୍ୟରେ ସ୍ଥାନ...