ଓଡିଶା ପାଇଁ ଟିଡିଏସ ଦାଖଲର ସମୟସୀମା ବୃଦ୍ଧି

କଲା ସିବିଡିଟି ଓଡିଶାରେ

 ଓଡିଶାରେ ୨୦୧୯ ମେ ୩ ତାରିଖରେ ସାମୁଦ୍ରିକ ଝଡ ଫନୀ ଯୋଗୁ ସାଧାରଣ ଜୀବନ ଗୁରୁତର ଭାବେ ଅସ୍ତବ୍ୟସ୍ତ ହୋଇପଡିଥିଲା ଏବଂ ଯୋଗାଯୋଗ ପ୍ରକ୍ରିୟା ବ୍ୟାହତ ହୋଇଥିଲା ।

ଏହା ଫଳରେ ଟିଡିଏସ ଡିଡକ୍ଟରମାନେ ମଧ୍ୟ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସିବିଡିଟି ଟିଡିଏସ ଅନୁପାଳନ ନୀତିକୁ କୋହଳ କରିଛି ।

୨୦୧୯ ଏପ୍ରିଲ ମାସ ପାଇଁ ଟିଡିଏସ ଦାଖଲ କରିବାର ତାରିଖ ମେ ୭ରୁ ମେ ୨୦କୁ ବୃଦ୍ଧି କରାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷର ଶେଷ କ୍ୱାର୍ଟର ଟିଡିଏସ ଷ୍ଟେଟମେଂଟ ପୁରଣ କରିବାର ତାରିଖକୁ ମେ ୩୧ରୁ ଜୁନ ୩୦କୁ ବୃଦ୍ଧି କରାଯାଇଛି ।

ଫର୍ମ ୧୬ ଓ ଫର୍ମ ୧୬(କ)ର ଟିଡିଏସ ପ୍ରମାଣପତ୍ର ପ୍ରଦାନ କରିବାର ତାରିଖକୁ ୨୦୧୯ ଜୁନ ୧୫ରୁ ଜୁଲାଇ ୧୫କୁ ବୃଦ୍ଧି କରାଯାଇଛି । ଏ ସଂକ୍ରାନ୍ତରେ ଆୟକର ଆଇନ, ୧୯୬୧ର ବିଭାଗ ୧୧୯ ଅଧୀନରେ ୨୪.୦୫ ୨୦୧୯ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ www.incometaxindia.gov.in ରେ ଉପଲବ୍ଧ । 

Categories
BUSINESS

RELATED BY

  • ଜଗତସିଂହପୁରରେ ପ୍ରତିଷ୍ଠା ହେବ ପ୍ଲାଷ୍ଟିକ ପାର୍କ

    ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତର ପ୍ରଦାନ କରି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡିଭି ସଦାନନ୍ଦ ଗୌଡା ସୂଚନା ପ୍ରଦାନ କରିଛନ୍ତି ଯେ ଦେଶବ୍ୟାପୀ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି ।...
  • ୮ଟି ସଂସ୍ଥା ପକ୍ଷରୁ ୯.୨୪ କୋଟି ଟଙ୍କା

    ଭୁବନେଶ୍ୱର : ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି । କୋଟକ୍ ମହିନ୍ଦ୍ର ବ୍ୟାଙ୍କ ପକ୍ଷରୁ ୫ କୋଟି ଟଙ୍କା...
  • ବୟନ ଭବନ ପରିସରରେ ଅତ୍ୟାଧୁନିକ ‘ଡିଜାଇନର କଲେକ୍‌ସନ୍‌’

    ଭୁବନେଶ୍ୱର:ଆଜି ସନ୍ଧ୍ୟାରେ ସ୍ଥାନୀୟ ସଚିବାଳୟ ମାର୍ଗସ୍ଥିତ ବୟନ ଭବନର ପ୍ରଥମ ମହଲାରେ ଏକ ଆଧୁନିକ ‘ଡିଜାଇନର କଲେକ୍‌ସନ୍‌’ ବିକ୍ରୟ କେନ୍ଦ୍ରକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ୍‌ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ...
  • ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌-ବଜେଟ୍‌ ପରାମର୍ଶ ବୈଠକ

    ଭୁବନେଶ୍ୱର: ଆଜି ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ପ୍ରସ୍ତୁତି ପୂର୍ବରୁ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ ପାଇଁ ଏକ ଲୋକାଭିମୁଖୀ...
WhatsApp chat