ସମ୍ବଲପୁର : ( ସାମ୍ବାଦିକ ଅନୀଲ ଶ୍ରୀରାମକାଙ୍କ ଠାରୁ) ପ୍ରାୟ ଦଶ ବର୍ଷ ପୂର୍ବେ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ପରିସରରେ ପ୍ରତିଷ୍ଠା ହୋଇଥିଲା ବ୍ୟାଡମିଣ୍ଟନ୍ ହଲ I କିଛି ବର୍ଷ ଯାଏ ଠିକ ଠାକ ଶୃଙ୍ଖଳିତ ଭାବରେ ଚାଲିଥିବା ବ୍ୟାଡମିଣ୍ଟନ୍ ହଲ ଆଜିର ଦିନରେ ବାରମ୍ବାର ସମସ୍ୟାର ସାମ୍ନା କରିଆସୁଛି l ସି. ଏସ.ଆର. ଫଣ୍ଡରୁ କମ୍ପାନୀମାନଙ୍କ ପ୍ରାପ୍ତ ଅର୍ଥ ରେ ବିଗତ ଦିନରେ ସଂଚାଳିତ ହୋଇଆସୁଥିବା ବ୍ୟାଡମିଣ୍ଟନ୍ ହଲ କୁ ଏଇ କିଛିଦିନ ତଳେ ଇଡ୍କୋ ଦ୍ୱାରା ମଧ୍ୟ୍ୟ ଉନ୍ନତି କରଣ କରାଯାଇଥିଲା I ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କ୍ରୀଡାର ଉନ୍ନତି ଦିଗରେ ପ୍ରତ୍ସାହନ ଦେଇ ଆସୁଥିବା ବେଳେ ଉତ୍ତମ ସ୍ୱାସ୍ଥ୍ୟ ଗଠନ ପାଇଁ ଖେଳୁଥିବା କ୍ରୀଡା ପ୍ରେମୀଙ୍କର ପାଖରୁ ଆଦାୟ ହେଉଛି ମୋଟା ଅଙ୍କର ଅର୍ଥ, ଆଗରୁ ମାତ୍ର 500/600 ଟଙ୍କା ମାସିକ ଫି ଆଦାୟ କରାଯାଉଥିବା ବେଳେ ପେ ଓ ପ୍ଲେ ଆପ୍ ଜରିଆରେ ଆଦାୟ ହେଉଛି ମାସିକ 800 ଟଙ୍କା ର ଅର୍ଥ, ଯାହାକି ସମ୍ପୂର୍ଣ୍ଣ ଭାବରେ ଚାଲି ଯାଉଛି ରାଜ୍ୟ ସରକାରଙ୍କର ଟ୍ରେଜେରିକୁ l କିନ୍ତୁ, ପ୍ରାୟ ବର୍ଷେ ହେଲା ଅଚଳ ହୋଇ ପଡିରହିଥିବା ଜେନେରେଟର ମରାମତି ହେଉନାହିଁ, ଯଦ୍ୱାରା ବିଜୁଳି ଚାଲିଗଲେ ଅନ୍ଧାରରେ ସମ୍ପୂର୍ଣ୍ଣ ଅନ୍ଧାର ହୋଇ ବନ୍ଦ ହୋଇଯାଉଛି ଖେଳ l ଏହି ବିଷୟରେ ଦାୟିତ୍ୱ ରେ ଥିବା କ୍ରୀଡା ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ସୂର୍ଯ୍ୟ ପାଣିଗ୍ରାହୀଙ୍କର ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କର ଉଦେଶ୍ୟରେ ଏକ ଦାବୀ ପତ୍ର ଉପ ଜିଲ୍ଲାପାଳ ଐଶ୍ୱର୍ଯ୍ୟଙ୍କୁ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ପ୍ରଦାନ କରାଯାଇଛି l ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସତ୍ୟ ଦାସ, ପ୍ରଣବ କୁମାର ପଟ୍ଟନାୟକ, ପ୍ରଦୀପ ପାଢ଼ୀ ଓ ପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l
