ମହାନଦୀ ଓ ଗୋଦାବରୀ ନଦୀର ପୁନରୁଦ୍ଧାର ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ

ପ୍ରସ୍ତୁତି

ଭୁବନେଶ୍ୱର:ମହାନଦୀ ଓ ଗୋଦାବରୀ ନଦୀର ପୁନରୁଦ୍ଧାର ଉଦ୍ଦେଶ୍ୟରେ ଜଙ୍ଗଲ ବିଭାଗ ମାଧ୍ୟମରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତି ପାଇଁ ପ୍ରାଥମିକ କର୍ମଶାଳା ଅନୁଷ୍ଠିତ ଆଜି ହୋଇଯାଇଛି ।

ଆବହମାନ କାଳରୁ ନଦୀଗୁଡ଼ିକ ଜଳଚକ୍ରରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛନ୍ତି । ସମତଳ ଅଞ୍ଚଳର ଜଳ ନିଷ୍କାସନ, ପୃଥିବୀ ପୃଷ୍ଠର ଜୀବଜଗତ ଓ ଉଦ୍ଭିଦଜଗତ ଏବଂ ସମସ୍ତ ପ୍ରାଣୀମାନଙ୍କର ବାସସ୍ଥାନ, ଖାଦ୍ୟଯୋଗାଣ, କୃଷି ପାଇଁ ଉର୍ବର ସମତଳ ଜମି ଯୋଗାଇଦେବା ତଥା ଜଳ ବିଦ୍ୟୁତ୍ ଶକ୍ତି ସୃଷ୍ଟି ପାଇଁ ନଦୀଗୁଡ଼ିକ ସର୍ବଦା ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି ।

ଆଜି ଜଙ୍ଗଲ ବିଭାଗ, ଜଙ୍ଗଲ ପ୍ରତିଷ୍ଠାନ(ରାଞ୍ଚି) ଓ ଜଙ୍ଗଲ ଜୈବବିବିଧତା ପ୍ରତିଷ୍ଠାନ (ହାଇଦ୍ରାବାଦ) ଆନୁକୂଲ୍ୟରେ ଅନୁଷ୍ଠିତ ଏହି କର୍ମଶାଳର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ଜଳସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଯୋଗଦେଇ କହିଲେ ଯେ ପ୍ରାକୃତିକ ଜଳସ୍ରୋତର ଅବରୋଧକୁ ହଟାଇବା ସହ ନିମ୍ନ ଭୂମିରେ ଗୃହନିର୍ମାଣ କାର୍ଯ୍ୟ ବନ୍ଦ କରିବାର ଆବଶ୍ୟକତା ରହିଛି ।

ଢାଞ୍ଚାଗତ ପରିବର୍ତ୍ତନ ଅପେକ୍ଷା ଆମମାନଙ୍କ ସ୍ୱଭାବଗତ ପରିବର୍ତ୍ତନର ଆବଶ୍ୟକତା ରହିଛି । ଭୂତଳ ଜଳସ୍ତରର ବୃଦ୍ଧି ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବା ସହିତ ଜଳର ଅପଚୟକୁ ପ୍ରତିହତ କରିବା ଦରକାର ।

ବିଭିନ୍ନ ପ୍ରକାର ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ନଦୀ ଅବବାହିକାରେ ବ୍ୟାରେଜ୍‌ ଏବଂ ଡ୍ୟାମ୍‌ ନିର୍ମାଣ, ବାଲିପଥର ଖନନ, ରାସ୍ତା ନିର୍ମାଣ ଏବଂ ସଫେଇ କାର୍ଯ୍ୟରୁ ନିର୍ଗତ ବର୍ଜ୍ୟବସ୍ତୁ, ଜଳ ବିଦ୍ୟୁତ୍ ଏବଂ ଶିଳ୍ପ ବିକାଶ ପାଇଁ ଆବଶ୍ୟକ ଜଳ, ଜଳଗ୍ରହଣ ଅଞ୍ଚଳରେ ଜଙ୍ଗଲ କ୍ଷୟ ଯୋଗୁଁ ନଦୀଗୁଡ଼ିକର ଜଳପ୍ରବାହ ବ୍ୟାହତ ହେବା ସହ ନଦୀଜଳର ମାନ ନିମ୍ନଧରଣର ହେବା ସହ ନଦୀଗୁଡ଼ିକ ପ୍ରାକୃତିକ ଉପାୟରେ ପ୍ରଦୂଷଣମୁକ୍ତ ହେବାରେ ବାଧା ସୃଷ୍ଟି ହେଉଛି ବୋଲି କର୍ମଶାଳାରେ ଯୋଗଦେଇ ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

ଦେଶର ୧୩ଟି ପ୍ରମୁଖ ନଦୀର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫରୁ ନିଷ୍ପତ୍ତି ନିଆଯାଇଛି । Forest Productive Institute ରାଞ୍ଚିକୁ ମହାନଦୀର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତି ପାଇଁ ଦାୟିତ୍ୱ ଦିଆଯାଇଥିବାବେଳେ ଜଙ୍ଗଲ ଜୈବବିବିଧତା, ହାଇଦ୍ରାବାଦ୍‌କୁ ଗୋଦାବରୀ ନଦୀ ପାଇଁ ଦାୟିତ୍ୱ ଅର୍ପଣ କରାଯାଇଛି ।

ଏହି କର୍ମଶାଳା ମାଧ୍ୟମରେ ସମସ୍ତ ଅଂଶୀଦାର ବିଭାଗ, ବ୍ୟକ୍ତି ବିଶେଷ,ଏଜେନ୍ସୀମାନଙ୍କୁ ସଚେତନ କରାଯିବା ସହ ନଦୀର ବର୍ତ୍ତମାନର ସ୍ଥିତି ସଂପର୍କିତ ସୂଚନା ଏବଂ ଜଙ୍ଗଲ ବିଭାଗର ମଧ୍ୟସ୍ଥତା ମାଧ୍ୟମରେ ନଦୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆଲୋଚନା ହୋଇଥିଲା ।

ଏହି କର୍ମଶାଳାର ପ୍ରଥମ ଅଧିବେଶନରେ ବନ୍ୟଜନ୍ତୁ ବିଜ୍ଞାନ (ଡେରାଡୁନ୍‌)ର ଅବସରପ୍ରାପ୍ତ ଡିନ୍‌ ଡ. ପି. କେ. ମାଥୁର, ଜଙ୍ଗଲ  ପ୍ରତିଷ୍ଠାନ(ରାଞ୍ଚି)ର ବୈଜ୍ଞାନିକ ଡ. ଶରତ ତିୱାରୀ, ଜଙ୍ଗଲ  ପ୍ରତିଷ୍ଠାନ(ରାଞ୍ଚି)ର ବୈଜ୍ଞାନିକ ଡ. ପି.କେ. ଦାସ ଉପସ୍ଥିତ ଥିବାବେଳେ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ. ଏ. କେ. ପାଠକ ନୋଡାଲ୍‌ ଅଧିକାରୀ ଭାବେ ମହନଦୀ ଅବବାହିକା କ୍ଷେତ୍ରରେ ଥିବା ଜଙ୍ଗଲ ସଂପର୍କିତ ତାଙ୍କର ଅଭିଜ୍ଞତା ବର୍ଣ୍ଣନାକରିଥିଲେ ।

ଦ୍ୱିତୀୟ ଅଧିବେଶନରେ ବୈଜ୍ଞାନିକ ଡ. ପି. ଏଚ. ଚୌହାନ୍‌, ଡ. ଆର୍‌, ଜୌହେରୀ, ଡ. ଏସ୍‌ ପଟ୍ଟନାୟକ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ, ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କର ମତ ଉପସ୍ଥାପନ କରିଥିଲେ ।

Categories
STATE

RELATED BY

  • ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ନେଲେ

    ଭୁବନେଶ୍ୱର: କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ଓ ଅନୁରାଗ ବଳରେ ଅଧିକାରୀମାନେ ବିଶେଷ ଦକ୍ଷ ଓ ପ୍ରତିବଦ୍ଧ ହୋଇପାରିବେ । ସେଥିପାଇଁ କର୍ମ ସଂସ୍କୃତି, ସମୟାନୁବର୍ତ୍ତିତା ଓ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦେଇ ବିଭାଗର ପ୍ରତିଷ୍ଠା ସୁଦୃଢ଼ କରିବା ନିମନ୍ତେ ସୂଚନା ଓ...
  • ବିଧାନସଭା ଅଧିବେଶନ ଆରମ୍ଭ

    ମଙ୍ଗଳବାର ଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି । ନବ ଗଠିତ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର୍ ଡ.ଗଣେଶୀ ଲାଲ୍ ଅଭିଭାଷଣ ପ୍ରଦାନ କରିଥିଲେ । ସେ ୫“ଟି” ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଯଥା-(ଟିମ୍‌...
  • ୯୬୬ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦକରି ଦେବାର ସରକାରୀ ନିଷ୍ପତ୍ତିକୁ ନିନ୍ଦା

    ଭୁବନେଶ୍ୱର: କମ୍ ପିଲାର ଆଳରେ ଓଡ଼ିଶାର ୯୬୬ଟି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦକରି ଦେବାର ନିଷ୍ପତ୍ତି ସରକାର ନେଇଛନ୍ତି ଓ ଏହି ସ୍କୁଲ ଗୁଡ଼ିକ ଗ୍ରୀଷ୍ମ ଅବକାଶ ପରେ ଆଉ ଖୋଲିନାହିଁ । ଏହା ପୂର୍ବରୁ ଗତ ବର୍ଷ ଓ ତା’...
  • ଜୁଲାଇ ୧ରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିବ

    ଗ୍ରୀଷ୍ମ ପ୍ରବାହରେ ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ବିଭିନ୍ନ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ମାନଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା । ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ଜନିତ ପରିସ୍ଥିତି ଦୂର ହୋଇ ଯାଇଥିବାରୁ ଜୁଲାଇ ୧...
WhatsApp chat