ରାଜ୍ୟର ୧୦ଟି କୃଷି ପାଣିପାଗ ଅଞ୍ଚଳ ପାଇଁ ଆପଦକାଳୀନ ଯୋଜନା ପ୍ରସ୍ତୁତ

କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଭୁବନେଶ୍ୱର: ବନ୍ୟା, ବାତ୍ୟା, ମରୁଡ଼ି, ବିଳମ୍ବ ମୌସୁମୀ ବର୍ଷା ଆଦି ଆପଦକାଳୀନ ପରିସ୍ଥିତିର ସଫଳ ମୁକାବିଲା କରିବା ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରସ୍ତୁତ ରହିଛି ।

କୃଷି ନିର୍ଦ୍ଦେଶାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ଶୁଷ୍କାଞ୍ଚଳ ଗବେଷଣା ପ୍ରତିଷ୍ଠାନ, ହାଇଦ୍ରାବାଦ ସହଯୋଗରେ ରାଜ୍ୟର ୧୦ଟି କୃଷି ପାଣିପାଗ ଅଞ୍ଚଳ ପାଇଁ ଆପଦକାଳୀନ ଯୋଜନା ପ୍ରସ୍ତୁତ କରାଯାଇଛି, ଯାହାଫଳରେ ପ୍ରାକୃତିକ ବିପର୍ଯ୍ୟୟ ଦାଉରୁ ଫସଲକୁ ରକ୍ଷା କରାଯାଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ପୂର୍ବାହ୍ନରେ କେନ୍ଦ୍ରୀୟ ଶୁଷ୍କାଞ୍ଚଳ ଗବେଷଣା ପ୍ରତିଷ୍ଠାନ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶାଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ କୃଷି ଆପଦକାଳୀନ ପ୍ରସ୍ତୁତ ବୈଠକ ‘ଖରିଫ୍‌-୨୦୧୯’ରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ବିଗତ ବର୍ଷ ରାଜ୍ୟରେ ମରୁଡ଼ି ଭୟଙ୍କର ବାତ୍ୟା ତିତଲି, ଅସମୟ ବର୍ଷା ଏବଂ ରୋଗପୋକ ଯୋଗୁଁ ୬ ଲକ୍ଷ ୩୯ହଜାର ହେକଫର ଫସଲ ହାନି ହୋଇଛି ।

ରାଜ୍ୟର ଦୁଇ-ତୃତୀୟାଂଶ ଜମି ବୃଷ୍ଟିପୁଷ୍ଟ, ତେଣୁ ପାଣିପାଗ କୃଷି ଅଭିବୃଦ୍ଧିରେ ଯଥେଷ୍ଟ ଭୂମିକା ଗ୍ରହଣ କରିଥାଏ ।

ଏହି ପରିପ୍ରେକ୍ଷୀରେ କୃଷି ବିଭାଗ ପକ୍ଷରୁ କୃଷି ସାମଗ୍ରୀ ମହଜୁଦ୍‌ ରଖାଯାଉଛି । ରାଜ୍ୟରେ ସିଡ୍‌ ରିଜର୍ଭ ପଲିସି କାର୍ଯ୍ୟକାରୀ ହେଉଛି ।

ଏଥିରେ ରାଜ୍ୟ ବିହନ ନିଗମ ୨୦ ହଜାର କ୍ୱିଣ୍ଟାଲ ଛୋଟ ଓ ମଧ୍ୟମ କିସମ୍‌ ଧାନ ବିହନ ସହିତ ଦରକାର ଥିବା ଅଣଧାନ ବିହନର ୫ ଭାଗ ଯଥା ମୁଗ, ବିରି, ସୋରିଷ, ରାଶି ମହଜୁଦ୍‌ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଏଥି ସହିତ ରୋଗପୋକ ପରିଚାଳନା ଯୋଜନା ଇ-ପେଷ୍ଟ ସର୍ଭେଲାନ୍ସ କାର୍ଯ୍ୟକ୍ରମ ଚାଲୁ ରହିଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଧାନ, ହରଡ଼, ମକା, ଚିନାବାଦମ, କପା, ମାଣ୍ଡିଆ, ଅଦା, ହଳଦୀକୁ ବୀମାଭୁକ୍ତ କରାଯାଇଛି ।

ସଂପ୍ରତି ଭୟଙ୍କର ବାତ୍ୟା ଫଳରେ କ୍ଷତିଗ୍ରସ୍ତ ହୋଇଥିବା ୧୪ଟି ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ କରାଯାଇ କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ।

ଜଳସେଚିତ ଜମି ପାଇଁ ହେକଫର ପ୍ରତି ୧୩,୫୦୦ ଓ ଅଣଜଳସେଚିତ ଜମି ପାଇଁ ୬,୮୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।

ସେହିପରି ୨୦ ହଜାର ହେକଫର ଜମିରେ ବିଜିଆର୍‌ଇଆଇ କ୍ଷେତ୍ର ପ୍ରଦର୍ଶନ ଓ ୫ ହଜାର ହେକଫର ଜମିରେ ଆଖୁ କ୍ଷେତ୍ର ପ୍ରଦର୍ଶନ କରାଯିବା ପାଇଁ ସ୍ଥିରୀକୃତ ହୋଇଛି ।

ସେହିପରି କ୍ଷତିଗ୍ରସ୍ତ ଅଞ୍ଚଳରେ ୫ ହଜାର ପାଣିପମ୍ପ ସେଟ୍‌ ଓ ୧୦ ହଜାର ସ୍ପ୍ରେୟର ୫୦ ଭାଗ ରିହାତିରେ ଯୋଗାଇଦେବା ପାଇଁ ସ୍ଥିର କରାଯାଇଛି ଏବଂ ଉଦ୍ୟାନ କୃଷିରେ ନଡ଼ିଆ, ପାନ, ଫଳଗଛ, ଛତୁଚାଷ ଇତ୍ୟାଦିର ପୁନରୁଦ୍ଧାର ନିମିତ୍ତ ସ୍ୱତନ୍ତ୍ର ସହାୟତା ଦିଆଯାଉଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ.ସୌରଭ ଗର୍ଗ ଏବଂ କେନ୍ଦ୍ରୀୟ ଶୁଷ୍କାଞ୍ଚଳ ଗବେଷଣା ଅନୁଷ୍ଠାନ, ହାଇଦ୍ରାବାଦର ନିର୍ଦ୍ଦେଶକ ଡ. ଜି. ରବୀନ୍ଦ୍ର ଚାରୀ ପ୍ରମୁଖ ଓଡ଼ିଶାରେ ଆଗାମୀ ମୌସୁମୀ ବର୍ଷା, ବିଭିନ୍ନ କୃଷି ସାମଗ୍ରୀର ଆୟୋଜନ, ମଧ୍ୟବର୍ତ୍ତୀ ଆପଦକାଳୀନ ଯୋଜନା ପାଇଁ ପ୍ରସ୍ତୁତି ଓ ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ବିଷୟରେ ବିଶଦ ଆଲୋଚନା କରିଥିଲେ ।

ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉକ୍ସଊାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ଆପଦକାଳୀନ ପ୍ରସ୍ତୁତି ବୈଠକର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

Categories
STATE

RELATED BY

  • ରସଗୋଲା ଦିବସ ପାଳିତ

    ଭୁବନେଶ୍ୱର:ସଂସ୍କୃତି ଓ ପରମ୍ପରାକୁ ସଦାସର୍ବଦା ବଜାୟ ରଖି ଆସିବା ସହ ଏହାକୁ ସବୁବେଳେ ପ୍ରାଥମିକତା ଦେଇଆସୁଥିବା ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ପବିତ୍ର ନୀଳାଦ୍ରିବିଜେ ଅବସରରେ ରସଗୋଲା ଦିବସ...
  • ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କୁ କଣ କହିଲେ ଜାଣନ୍ତୁ

    ଆପଣଙ୍କ ବିଭାଗ କାମ ବିଷୟରେ Monthly Report ମୁଁ ପାଇଛି । ଠିକ୍ ସମୟରେ ରିପୋର୍ଟ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ମୁଁ ଆଜି ଆପଣମାନଙ୍କୁ ପାଞ୍ଚୋଟି ବିଷୟରେ କହିବାକୁ ଚାହେଁ ।  ଆପଣମାନେ extensive tour କରନ୍ତୁ ।...
  • ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ଢ଼େଙ୍କାନାଳ ସରକାରୀ ପଲିଟେକ୍‌ନିକ୍‌ ପରିଦର୍ଶନ

    ଭୁବନେଶ୍ୱର:ରାଜ୍ୟ ଦକ୍ଷତା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ.ପ୍ରେମାନନ୍ଦ ନାୟକ ବୁଧବାର ଅପରାହ୍ନରେ ଢ଼େଙ୍କାନାଳ ସରକାରୀ ପଲିଟେକ୍‌ନିକ୍‌ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ବିଭିନ୍ନ ଟ୍ରେଡ଼୍‌ରେ ଥିବା କର୍ମଶାଳା ଓ ୱାର୍କସପ୍‌, ସ୍ମାର୍ଟ କ୍ଲାସରୁମ୍‌ ଓ ଟୁଲ୍‌ରୁମ୍‌ ବୁଲି...
  • ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିବା ପାଇଁ ଗୁରୁତ୍ୱାରୋପ

    ଭୁବନେଶ୍ୱର: ପରିବେଶ କେବଳ ଏକ ରାଜ୍ୟ ପ୍ରସଙ୍ଗ ନୁହେଁ ବରଂ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ । ମାନବ ସଭ୍ୟତାର ଏବଂ ସମ୍ପୂର୍ଣ୍ଣ ଜୀବଜଗତର ଏହା ସ୍ଥିତିର ପ୍ରସଙ୍ଗ । ଜଙ୍ଗଲ ହେଉଛି ପରିବେଶର ଏକ ପ୍ରମୁଖ ଅଙ୍ଗ । ପରୋକ୍ଷଭାବେ...
WhatsApp chat