ଶ୍ରୀମତୀ ପଦ୍ମିନୀ ଦିଆନଙ୍କ ‘କଳାଭୂମି-ହସ୍ତଶିଳ୍ପ ସଂଗ୍ରହାଳୟ’ ପରିଦର୍ଶନ

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଆଜି ପୂର୍ବାହ୍ନରେ ଭୁବନେଶ୍ୱରର ଶିଳ୍ପୀ ବିହାର, ଗଣ୍ଡମୁଣ୍ଡା, ପୋଖରୀପୁଟଠାରେ ଥିବା ‘କଳାଭୂମି-ହସ୍ତଶିଳ୍ପ ସଂଗ୍ରହାଳୟ’ ପରିଦର୍ଶନ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ଦିଆନ ଓଡ଼ିଶା ହସ୍ତଶିଳ୍ପର ବିଶ୍ୱସ୍ତରୀୟ ପ୍ରସାର ନିମନ୍ତେ ପରାମର୍ଶ ଦେଇଥିଲେ । ସେ କହିଲେ ଯେ, ଆମ ରାଜ୍ୟର ଅମୂଲ୍ୟ ହସ୍ତଶିଳ୍ପ ଓ ହସ୍ତତନ୍ତକୁ ବିଭିନ୍ନ ରାଜ୍ୟରେ ପ୍ରଚାର, ପ୍ରସାର ଓ ବିକ୍ରୟ ସହିତ ଏହା ଯେପରି ବିଭିନ୍ନ ଦେଶରେ ଆଦୃତ ହେବ ସେଥିପାଇଁ ବିଭାଗ ପକ୍ଷରୁ ଅଧିକ ପଦକ୍ଷେପ ନିଆଯିବା ଦରକାର ।

ଆମ କଳା ଓ ସଂସ୍କୃତିକୁ ବଞ୍ଚାଇବା ନିମନ୍ତେ ‘ସଂଗ୍ରହାଳୟ’ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀମତୀ ଦିଆନ କହିବା ସହ ଆଗାମୀ ପିଢ଼ି ଏଭଳି ସଂଗ୍ରହାଳୟ ଦେଖି ଆମ ପୁରାତନ ସଂସ୍କୃତି ତଥା କଳା ବିଷୟରେ ଅବଗତ ହେବେ ବୋଲି ଆଶାପ୍ରକାଶ କରିଥିଲେ ।

ଏହି ପରିଦର୍ଶନ ଅବସରରେ ମନ୍ତ୍ରୀ ଶ୍ରୀମତୀ ଦିଆନ ସଂଗ୍ରହାଳୟ ପରିସରରେ ବୃକ୍ଷରୋପଣ କରିଥିଲେ ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ‘କଳାଭୂମି-ହସ୍ତଶିଳ୍ପ ସଂଗ୍ରହାଳୟ’କୁ ୨୦୧୮ ମସିହା ମାର୍ଚ୍ଚ ୨୨ ତାରିଖରେ  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ ।

୧୨ ଏକର ପରିମିତ ଜମିରେ ଗଣ୍ଡମୁଣ୍ଡାଠାରେ ପ୍ରତିଷ୍ଠିତ ଏହି ସଂଗ୍ରହାଳୟ ପୂର୍ବଭାରତର ସର୍ବବୃହତ ହସ୍ତଶିଳ୍ପ ସଂଗ୍ରହାଳୟର ମାନ୍ୟତା ପାଇଛି ।

ଓଡ଼ିଶାର କଳା, ସଂସ୍କୃତି, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ଉତ୍କର୍ଷ ପ୍ରତି ଦର୍ଶକ, ପର୍ଯ୍ୟଟକ, କଳାପ୍ରେମୀ, ଛାତ୍ରଛାତ୍ରୀ, ଗବେଷକମାନଙ୍କୁ ଏହା ବେଶ୍‌ ଆକର୍ଷିତ କରିପାରିଛି ।

ସମୁଦାୟ ସଂଗ୍ରହାଳୟକୁ ପ୍ରଦର୍ଶନ ମଣ୍ଡଳ ଓ ଅନୁଭୂତିମଣ୍ଡଳ ଭାବେ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

ଏଥିରେ ପ୍ରାକ୍‌ ବୟନକାରୀ ପ୍ରକୋଷ୍ଠ, ଜନଜାତି କଳା ଓ ହସ୍ତଶିଳ୍ପ ଓ ହସ୍ତତନ୍ତ,ଟେରାକୋଟା, ପାରମ୍ପରିକ ଚିତ୍ରକଳା, ପ୍ରସ୍ତର ଓ କାଷ୍ଠ ଖୋଦେଇ, ହସ୍ତକଳା, ଧାତବ ଶିଳ୍ପ, ପ୍ରାକୃତିକ ଉପାଦାନରେ ହସ୍ତଶିଳ୍ପ ଆଦିର ପ୍ରକୋଷ୍ଠ ଦର୍ଶକମାନଙ୍କ ନିମନ୍ତେ ରହିଛି ।

ଏହି ପ୍ରକୋଷ୍ଠଗୁଡ଼ିକରେ କଳାକୃତିଗୁଡ଼ିକୁ ସଂଗୃହୀତ କରି ରଖାଯାଇଛି । ମନ୍ତ୍ରୀ ଶ୍ରୀମତୀ ଦିଆନଙ୍କ ‘କଳାଭୂମି-ହସ୍ତଶିଳ୍ପ ସଂଗ୍ରହାଳୟ’ ପରିଦର୍ଶନ ସମୟରେ ବିଭାଗୀୟ ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା, ହସ୍ତଶିଳ୍ପ ନିର୍ଦ୍ଦେଶକ ବି.କେ. ଦାଶ, ସିଡାକ୍‌ର ସଦସ୍ୟ ସଚିବ ସ୍ଥିତିକାନ୍ତ ଷଡ଼ଙ୍ଗୀ ଓ ସିଡାକ୍‌ର ସହକାରୀ ନିର୍ଦ୍ଦେଶକ ଶିଶିର ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Categories
FILM

RELATED BY

  • ଏଇ ଆମ ପ୍ରେମ କାହାଣୀ

     “ଏଇ ଆମ ପ୍ରେମ କାହାଣୀ”  ସହ “ଜଙ୍ଗଲ୍ ରାଜ୍”  ଦୁଇଟି ଚଳଚ୍ଚିତ୍ରର ନିର୍ମାଣକାର୍ଯ୍ୟ ସମାନ୍ତରାଳ ଭାବରେ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆସନ୍ତା ପୂଜାରେ ଏହା ମୁକ୍ତିଲାଭ କରିବ ।    “ଜଙ୍ଗଲ ରାଜ” ସିନେମା  :  କାହାଣୀ,...
  • ‘ମିସେସ୍ ଇଣ୍ଡିଆ ୟୁନିଭର୍ସ’ ସିଜିନ୍-୩ ପାଇଁ ଅଡିସନ୍

    ଭୁବନେଶ୍ୱର : ଆଜି  ଖାରବେଳ ନଗରସ୍ଥିତ ଏଚ୍ଏଚ୍ଆଇ  ହୋଟେଲ ପରିସରରେ ‘ମିସ୍ ଇଣ୍ଡିଆ ୟୁନିଭର୍ସ’ ସିଜିନ୍-୩ ପାଇଁ ଜୋନାଲ୍ ଅଡିସନ୍ ଟେଷ୍ଟ ହୋଇଯାଇଛି । ୨୦ ରୁ ୩୫ ଏବଂ ୩୫ ରୁ ୫୫ବର୍ଷ ବୟସ; ଏମିତି ଦୁଇଟି ବର୍ଗର...
  • ଓଡ଼ିଆ ସିନେମା “ବାବୁ ଭାଇଜାନ୍”

    ଓଡ଼ିଆ ସିନେମା “ବାବୁ ଭାଇଜାନ୍”ର ଶୁଭ ମହୁରତ ଉତ୍ସବ ଆଜି ଇନଫୋସିସ୍ ସ୍ଥିତ ସାଇ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ମହୁରତ କାର୍ଯ୍ୟକ୍ରମରେ ଅଭିନେତ୍ରୀ ଶିବାନୀ, ନିର୍ଦ୍ଦେଶକ ତାପସ ସଗରିଆ, ବବି ମିଶ୍ର ,ଅଭିନେତ୍ରୀ ବିଦୁସ୍ମିତା ସହିତ ସିନେମାର ଅନେକ...
  • ଓଡ଼ିଆ ମୁଭି “ଅଟୋଗ୍ରାଫ୍”

    ଭୁବନେଶ୍ଵର: ଆଜି ହୋଟେଲ୍ ଶୀତଲ୍ ଠାରେ ନୂଆ ଓଡ଼ିଆ ମୁଭି “ଅଟୋଗ୍ରାଫ୍”ର ଶୁଭ ମହୁରତ ଉତ୍ସବ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଜଣାଶୁଣା ପ୍ରଯୋଜକ ଅକ୍ଷୟ ପରିଜା, ସଞ୍ଜୟ ନାୟକ ( ଟୁଟୁ) ଏବଂ ସମାଜସେବୀ ଶଶୀ ଭୂଷଣ...