କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଉଦି ଆରବର ଶକ୍ତି ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା

ଭାରତରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ମେଗା ପୁଂଜିନିବେଶ ସମ୍ପର୍କରେ ଦୁଇ ନେତା କଲେ ସମୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ସାଉଦି ଆରବର ଶକ୍ତି ମନ୍ତ୍ରୀ ଖାଲିଦ ଅଲଫଲିଙ୍କ ସହ ସାକ୍ଷାତ କରିଛନ୍ତି ।

ଏହି ସାକ୍ଷାତ ଆଲୋଚନା ସମୟରେ ଉଭୟ ଦେଶ ମଧ୍ୟରେ ବିଶେଷ ଭାବରେ ହାଇଡ୍ରୋ କାର୍ବନ କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧିକୁ ନେଇ ଆଲୋଚନା ହୋଇଥିବା ଜଣା ପଡିଛି ।

ସାକ୍ଷାତ ଆଲୋଚନା ସମୟରେ ଶ୍ରୀ ପ୍ରଧାନ ସଂପ୍ରତି ଏସିଆନ ପ୍ରିମିୟମରେ ବୃଦ୍ଧି ପ୍ରସଙ୍ଗ , ଷ୍ଟ୍ରେଟ ଅଫ ହମରୋଜ ରେ ଅଶାନ୍ତି କାରଣରୁ ତୈଳ ଓ ଏଲଏନଜି ଟ୍ୟାଙ୍କର ଚଳାଚଳ ପ୍ରଭାବିତ ହେବା ସମ୍ପର୍କରେ ଉଲ୍ଲେଖ କରି ଏ ନେଇ ଭାରତର ଚିନ୍ତା ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ ।

ଏହା ବ୍ୟତୀତ ଏହି ଆଲୋଚନା ବେଳେ ଓପେକ ପ୍ଲସ ସଦସ୍ୟ ମାନଙ୍କ ଦ୍ୱାରା ପ୍ରଡକ୍ସନ କଟ୍ସକୁ ସଂପ୍ରସାରିତ କରିବା ନିଷ୍ପତି ଫଳରେ ତୈଳ ମୂଲ୍ୟରେ ଅସ୍ଥିରତା ତଥା ଭାରତର ଅର୍ଥନୀତି ଉପରେ ଏହାର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ମଧ୍ୟ ଭାରତର ଉଦବେଗ ସମ୍ପର୍କରେ ମଧ୍ୟ ଶ୍ରୀ ପ୍ରଧାନ ତାଙ୍କୁ ଅବଗତ କରାଇଥିଲେ ।

ଆଲୋଚନା କାଳରେ ଶ୍ରୀ ପ୍ରଧାନ ତାଙ୍କୁ ତୈଳ ବଜାର ସନ୍ତୁଳନରେ ସାଉଦି ଆରବକୁ ନେତୃତ୍ୱର ଭୂମିକା ନେବାକୁ ଅନୁରୋଧ କରିଥିଲେ ।

ଶ୍ରୀ ପ୍ରଧାନ ଶ୍ରୀ ଖାଲିଦଙ୍କୁ ବୈଶ୍ୱିକ ତୈଳ ବଜାରର ପାରଦର୍ଶିତା ପାଇଁ ଏସିଆନ ପ୍ରିମିୟମ ପ୍ରସଙ୍ଗର ସମାଧାନ କରିବାକୁ ଅନୁରୋଧ କରିଥିଲେ ।

ସମସ୍ତ ଦେଶ ମାନଙ୍କର ସ୍ୱାର୍ଥକୁ ଆଖି ଆଗରେ ରଖି ଦାୟିତ୍ୱବାନ ମୂଲ୍ୟ ନିର୍ଧାରଣ ପାଇଁ ମଧ୍ୟ ଅନୁରୋଧ କରିଥିଲେ ।

ସାଉଦି ଆରବ ଭାରତର ଶକ୍ତି କ୍ଷେତ୍ରର ଦୀର୍ଘକାଳୀନ ସହଯୋଗୀ ହୋଇଥିବା କାରଣରୁ ସେ ଭାରତର ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ପ୍ରୋଗ୍ରାମରେ ଭାଗ ନେବାକୁ ସାଉଦି ଆରାମକୋକୁ ନିମନ୍ତ୍ରଣ କରିଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ ଶ୍ରୀ ଖାଲିଦଙ୍କ ସହ ଭାରତରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ମେଗା ପୁଂଜିନିବେଶ ସମ୍ପର୍କରେ ସମୀକ୍ଷା କରିଥିଲେ ।

Categories
INTERNATIONAL
Newsroll

RELATED BY

  • ୨୦୨୪ ସୁଦ୍ଧା ତୈଳ ଓ ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ପୁଞ୍ଜିନିବେଶ କରିବ ଭାରତ – ଧର୍ମେନ୍ଦ୍ର ପ୍ରଧାନ

    ଆବୁଧାବୀ/ଭୁବନେଶ୍ୱର: ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ । ଏହି ମର୍ମରେ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପଲାଇନ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ପୁଞ୍ଜିନିବେଶ କରିବ । ଉର୍ଜା କ୍ଷେତ୍ରରେ...
  • ଦୁଇଦିନିଆ ୟୁଏଇ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ/ ଭୁବନେଶ୍ୱର: ନଭେମ୍ବର ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନଙ୍କ ସହ ଉଚ୍ଚସ୍ତରୀୟ ସରକାରୀ ଅଫିସର ମଣ୍ଡଳି ସହ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ମଧ୍ୟ...
  • ଜାପାନର ଅର୍ଥମନ୍ତ୍ରୀଙ୍କୁ ଭେଟି ତୈଳ, ଗ୍ୟାସ ଏବଂ ଇସ୍ପାତ୍ କ୍ଷେତ୍ରର ସମୀକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ

    ଜାପାନ/ଭୁବନେଶ୍ୱର: ଭାରତରେ ବଢୁଥିବା ଇସ୍ପାତ୍ ଚାହିଦା ଇସ୍ପାତ୍ ଶିଳ୍ପକୁ ଦ୍ରୁତ ବିକାଶ ଆଡକୁ ନେବ ବୋଲି ପାଞ୍ଚଦିନିଆ ବିଦେଶ ଗସ୍ତର ଅନ୍ତିମ ଦିନରେ ଜାପାନର ରାଜଧାନୀ ଟୋକିଓ ଠାରେ ଆୟୋଜିତ ଇସ୍ପାତ ଶିଳ୍ପର କ୍ଷମତା ବୃଦ୍ଧି ଉପରେ ଗ୍ଲୋବାଲ ଫୋରମ...
  • ଜାପାନର ପ୍ରମୁଖ ଇସ୍ପାତ୍ କମ୍ପାନୀର ମୁଖ୍ୟଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

    ଜାପାନ/ଭୁବନେଶ୍ୱର : ଭାରତର ବିକାଶ ଯାତ୍ରାରେ ଜାପାନର ଇସ୍ପାତ ଶିଳ୍ପ ଭାଗିଦାର ହେବ ବୋଲି ପାଞ୍ଚଦିନିଆ ଋଷ ଓ ଜାପାନ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଜାପାନର ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ କମ୍ପାନୀର ମୁଖ୍ୟ ଓ ପ୍ରତିନିଧିମାନଙ୍କୁ...