ସ୍ନେହୀ, ଦୟାଳୁ, ଦକ୍ଷ, ବିକାଶର ଦର୍ପଣ ତଥା ମହାଜ୍ଞାନୀ ଇଂ ନଳିନୀକାନ୍ତ ପ୍ରଧାନ ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଆଠମଲ୍ଲିକ ବିଧାନସଭା ଆସନ ପାଇଁ ବିଜେଡିରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ସେ ଓଡ଼ିଶା ତଥା ନିଜ ଅଞ୍ଚଳ ପାଇଁ ଅଗଣତି ବିକାଶମୂଳକ କାର୍ଯ୍ୟ କରିଛନ୍ତି । ଯେଉଁଠି ଦେଖିବେ ତାଙ୍କର ଛାପ ନିଶ୍ଚିନ୍ତ ଥିବ । ଏହିପରି ବ୍ୟକ୍ତି ଓଡ଼ିଶାରେ ବିରଳ । ଇଂ ପ୍ରଧାନ ଓଡ଼ିଶା ସରକାରରେ ଦକ୍ଷ ପ୍ରଶାସକ ଭାବେ ପରିଚିତ ଥିଲେ । ଚାକିରୀ ଛାଡ଼ି ସେ ରାଜନୀତିରେ ପାଦ ଦେଇଛନ୍ତି । ସେ ନିର୍ବାଚିତ ହୋଇ ଓଡ଼ିଶା ବିଧାନସଭାକୁ ଆସିବା ଆବଶ୍ୟକତା ଅଛି ।