ଭୁବନେଶ୍ବର:ଓଡ଼ିଶାର ନୂତନ ବିଧାନସଭା ଗଠନ ସମ୍ପର୍କିତ ବିଜ୍ଞପ୍ତି ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ପ୍ରକାଶିତ ହୋଇଛି । ଏହି ବିଜ୍ଞପ୍ତି ଓଡ଼ିଶା ରାଜପତ୍ରରେ ମଧ୍ୟ ପୁନଃ ପ୍ରକାଶିତ ହୋଇଛି । ଆଜି ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଭାପ୍ରସେ,ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଭାରତ ନିର୍ବାଚନ ଆୟୋଗଙ୍କ ପ୍ରତିନିଧିଙ୍କ ସହ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ମହୋଦୟଙ୍କୁ ସାକ୍ଷାତ କରି ଉକ୍ତ ବିଜ୍ଞପ୍ତି ପ୍ରଦାନ କରିଛନ୍ତି । ଏହି ଅବସରରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଏନ. ଚିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧ୍ଵରୀ ଶ୍ରୀ ମିହିର ମହାନ୍ତି, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ପ୍ରମୋଦ ସାହୁ ଓ ଭାରତ ନିର୍ବାନନ ଆୟୋଗଙ୍କ ପ୍ରତିନିଧ ଶ୍ରୀ ଦିଲ୍ଲୀପ କୁମାର ମହତୋ ଉପସ୍ଥିତ ରହି ବିଜ୍ଞପ୍ତିକୁ ମହାମହିମ ମହୋଦୟଙ୍କୁ ପ୍ରଦାନ କରିଥିଲେ । ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ମହାମହିମ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଶ୍ରୀ ନିକୁଞ୍ଜ ବିହାରୀ ଧଳ ତଥା ସମସ୍ତ ଅଧିକାରୀ ଓ କର୍ମ ସାଧୁବାଦ ଜଣାଇଥିଲେ ।