ଭାରତର ଗ୍ୟାସ ଭିତିଭୂମି କାମରେ କତାରର ପୁଞ୍ଜିନିବେଶ ନେଇ ଆଲୋଚନା

ଭାରତ-କତାର ହାଇଡ୍ରୋକାର୍ବନ ସମ୍ପର୍କ ଆହୁରି ମଜବୁତ୍ ହେବ - ଧର୍ମେନ୍ଦ୍ର

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ର ବିଶେଷ ଭାବରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ଭାରତ ଓ କତାର ମଧ୍ୟରେ ପାରସ୍ପରିକ ସହଯୋଗକୁ ମଜବୁତ୍ କରିବା ପାଇଁ କତାରର ପ୍ରଧାନମନ୍ତ୍ରୀ ସମ୍ମତି ଜଣାଇବା ଫଳରେ ଏବେ ଭାରତ ଓ କତାର ମଧ୍ୟରେ ହାଇଡ୍ରୋକାର୍ବନ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ପାଞ୍ଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତର ଅନ୍ତିମ ଦିନରେ କତାରର ପ୍ରଧାନମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ନାଜିର୍ ବିନ୍ ଙ୍କ ସହ ଆଲୋଚନା ପରେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କତାରର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ଦୁଇ ଦେଶ କ୍ରେତା-ବିକ୍ରେତା ସମ୍ପର୍କ ମାଧ୍ୟମରେ ହାଇଡ୍ରୋକାର୍ବନ କ୍ଷେତ୍ର ସମ୍ବନ୍ଧିତ କାର୍ଯ୍ୟକୁ ବୃଦ୍ଧି କରିବା ଦିଗରେ ଆଲୋଚନା କରିଥିଲେ ।

ଭାରତରେ ବୃଦ୍ଧି ପାଉଥିବା ଗ୍ୟାସ ଭିତିଭୂମି ଉପରେ କାତାରର ପୁଞ୍ଜିନିବେଶ କରିବା ଦିଗରେ ଗୁରୁତ୍ୱାରୋପ କରିବା ସହ କତାରରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଭାରତୀୟ କମ୍ପାନୀର ଭାଗିଦାରୀ ଉପରେ ମଧ୍ୟ ଆଲୋଚନା କରିଥିଲେ ।

ଆଜିର ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କତାରର ଅନ୍ୟାନ୍ୟ ପ୍ରତିନିଧିମାନଙ୍କୁ ଭେଟି ମଧ୍ୟ ଫଳପ୍ରଦ ଆଲୋଚନା କରିଛନ୍ତି ।

କତାରର ଶକ୍ତି ମନ୍ତ୍ରୀ ତଥା ପେଟ୍ରୋଲିୟମ ବିଭାଗର ଅଧ୍ୟକ୍ଷ ସାଦ୍ ଶେରୀଦା ଅଲ୍ କାବୀଙ୍କୁ ଭେଟି ଭାରତ ଓ କତାର ମଧ୍ୟରେ ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ୍ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

କତାର ଭାରତ ପାଇଁ ଦୀର୍ଘ ସମୟ ଧରି ଉର୍ଜା କ୍ଷେତ୍ରରେ ସହଯୋଗୀ ହୋଇ ରହିଛି ।

ଏହାସହ ଭାରତକୁ ଏଲଏନଜି ଏବଂ ଏଲପିଜି ଯୋଗାଣ କରିବାରେ କତାର ସର୍ବବୃହତ ଦେଶ ବୋଲି ବୈଠକ ପରେ ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କତାର ଠାରୁ ଏଲଏନଜି କ୍ରୟ କରିବା ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା ଉପରେ ମଧ୍ୟ ଆଲୋକପାତ କରିଥିଲେ ।

ହାଇଡ୍ରୋକାର୍ବନ କ୍ଷେତ୍ରରେ କ୍ରେତା-ବିକ୍ରେତା ସମ୍ବନ୍ଧରେ କାର୍ଯ୍ୟ କରିବା ନେଇ ଉଭୟ ମନ୍ତ୍ରୀ ସମ୍ମତି ଜଣାଇଥିଲେ ।

ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ପରିବେଶକୁ ସୁହାଉଥିବା ଉର୍ଜାକୁ ବିକଶିତ କରିବା ପାଇଁ କତାରକୁ ସହଯୋଗ କରିବା ପାଇଁ ମଧ୍ୟ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ ।

 ଗ୍ୟାସ ରପ୍ତାନୀ ଦେଶ ଫୋରମ(ଜିଏଫସିଏଫ)ର ସାଧାରଣ ସଚିବଙ୍କ ସହ ଅନ୍ତରାଷ୍ଟ୍ରୀୟ ଗ୍ୟାସ ବଜାରର ସ୍ଥିତି ଏବଂ ଉର୍ଜା ଉପରେ ଆଲୋଚନା କରିଥିଲେ ।

ଭାରତରେ ଗ୍ୟାସ ବଜାରରେ ଅଧିକ ଅନୁଧ୍ୟାନ କରିବା ପାଇଁ ଶ୍ରୀ ପ୍ରଧାନ ଜିଇସିଏଫର୍ ସହ ସହଯୋଗ ଲୋଡିଥିଲେ ।

ଉଲ୍ଲେଖନୀୟ ଯେ ଆଲୋଚନା କାଳରେ କତାରର ପ୍ରଧାନମନ୍ତ୍ରୀ ଭାରତ ସହ ଐତିହାସିକ ମଜବୁତ ପ୍ରସଙ୍ଗକୁ ମନେପକାଇବା ସହ କତାରରେ ଭାରତୀୟ ସମୁଦାୟଙ୍କ ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମନେପକାଇଥିଲେ ।

କତାରର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୧୯ ନିର୍ବାଚନରେ ବଡ ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ ।

Categories
INTERNATIONAL
Newsroll

RELATED BY

  • ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତର ଚତୁର୍ଥ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ଆବୁଧାବି/ଭୁବନେଶ୍ୱର : ପାଞ୍ଚ ଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଆବୁଧାବି ସ୍ଥିତ ଭାରତୀୟ ତୈଳ ମନ୍ତ୍ରାଳୟର ରାଷ୍ଟ୍ରାୟତ ଉଦ୍ୟୋଗ କମ୍ପାନୀ ଇଞ୍ଜିନିୟର ଇଣ୍ଡିଆ ଲିମିଟେଡ୍ (ଇଆଇଏଲ୍)କୁ ପରିଦର୍ଶନ କରିବା ସହ ବିଭିନ୍ନ ବୈଦେଶିକ...
  • ଭାରତ ଉର୍ଜା ନ୍ୟାୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି – ଧର୍ମେନ୍ଦ୍ର ପ୍ରଧାନ

    ଆବୁଧାବୀ/ଭୁବନେଶ୍ୱର : ଭାରତରେ ଉର୍ଜା ନ୍ୟାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବୋଚ୍ଚ ପ୍ରଧାନ୍ୟ ଦେଉଛନ୍ତି ବୋଲି ସୋମବାର ଆବୁଧାବୀରେ ଅନ୍ତର୍ଜାତୀୟ ଶକ୍ତି ଫୋରମର ୮ତମ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...
  • ୟୁଏଇର ପ୍ରମୁଖ ତୈଳ, ଗ୍ୟାସ ଓ ପେଟ୍ରୋଲିୟମ ଏବଂ ଇସ୍ପାତ୍ କମ୍ପାନୀଙ୍କ ସହ ବୈଠକ

    ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁଏଇର ରାଷ୍ଟ୍ରପତି ଏଚ୍ଇ ଶିଖ୍ ଖଲିଫା ବିନ୍ ଜାୟଦ୍ ଅଲ୍ ନାହ୍ୟାନଙ୍କ ନେତୃତ୍ୱରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତ ଏବଂ ୟୁଏଇ ମିଶି ଅନେକ ଐତିହାସିକ ମାଇଲଖୁଣ୍ଟକୁ ପୂରଣ କରିଛନ୍ତି ।...
  • ସାଉଦିଆରବରେ ଧର୍ମେନ୍ଦ୍ର ପ୍ରଧାନ

    ସାଉଦିଆରବ/ନୂଆଦିଲ୍ଲୀ: ପାଞ୍ଚଦନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସାଉଦିଆରବର ଜିଦ୍ହା ଠାରେ ସେଠାକାର ଶକ୍ତି ମନ୍ତ୍ରୀ ଏଚ୍ଆର୍ଏଚ୍ ପ୍ରିନ୍ସ ଅବଦୁଲ ଅଜୀଜ ସଲମାନଙ୍କୁ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ ସାଉଦି ମନ୍ତ୍ରୀ ହାଇଡ୍ରୋକାର୍ବନ ରପ୍ତାନୀ...