ଆପଣ ଜଣେ ମହାନ ଦାର୍ଶନିକ

ଆପଣ ଭାରତର ବିକାଶ ପାଇଁ ଯାହା କରିଛନ୍ତି _ କହିଛନ୍ତି ଲେଖିଲେ ସମାପ୍ତ ହେବ ନାହିଁ । ଆପଣଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଅଭାବ ଅସୁବିଧା ନଥିଲା ପରି ଲାଗୁଥିଲା ,ଦରଦାମ ଠିକ୍ ଠାକ ଥିଲା , ଖୁସି ଶାନ୍ତି,ରୋଗ ଶୋକର ପ୍ରତିଶତ ଅତି କମ୍ ଥିଲା । ଏବେ ସବୁ ପ୍ରକାର ଅବ୍ୟବସ୍ଥା । ୨୦୦୮ ମସିହାରେ BSNL ର 3-G ଫୋନ ମାଧ୍ୟମରେ ହିମାଳୟ ପାଦଦେଶ ରୁ Video Call ମାଧ୍ୟମରେ ମୁଁ ଯେତେବେଳେ ନିଜ ସାଙ୍ଗସାଥିଙ୍କୁ ଋଷିକେଶ ସହର – ଗଙ୍ଗା ନଦୀର Live ଦୃଶ୍ୟ ଦେଖାଉଥିଲି ଆପଣଙ୍କୁ ମନେ ପଡ଼ୁଥାଏ । ବର୍ତ୍ତମାନ BSNLର ଅବସ୍ଥା ଯାହା ଅଛି ନ ଲେଖିବା / କହିବା ଭଲ । ଆଜି ପର୍ଯ୍ୟନ୍ତ ଯଦି ଆପଣ ପ୍ରଧାନମନ୍ତ୍ରୀ ଥାନ୍ତେ ଆମେ 6-G ବ୍ୟବହାର କରିସାରିଥାନ୍ତେ । ଆପଣଙ୍କ ପ୍ରାଣତ୍ୟାଗରେ ବିଜ୍ଞବ୍ୟକ୍ତିମାନେ ମର୍ମାହତ । ଆପଣଙ୍କ ଆତ୍ମଜୀବନ ପଢିଛି । ଆପଣ ଜଣେ ମହାନ ଦାର୍ଶନିକ । ଆପଣଙ୍କୁ ଦେଖିଲେ ଏବଂ ଆପଣଙ୍କ କଥା / ଭାଷଣ ଶୁଣିଲେ ପ୍ରେରଣା ମିଳେ । ଆପଣଙ୍କ ପ୍ରଧାନମନ୍ତ୍ରୀତ୍ଵ ସମୟରେ ଓଡ଼ିଶା ନ୍ୟୁଜ୍ ଭାରତ ସରକାରଙ୍କ ମାନ୍ୟତା ପାଇଥିଲା । ସମୀର