ଶହୀଦ ମାଧୋ ସିଂହଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ବୀରତା ଦିବସ ପାଳିତ ହୋଇଯାଇଛି । ଲୋକସମ୍ପର୍କ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଶହୀଦ ମାଧୋ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶହୀଦଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଅନୁଶାସନ ସଚିବ ଶ୍ରୀମତୀ ସୁନନ୍ଦା ଦାଶ ଓ ସୁଶ୍ରୀ ମୌସୁମୀ ଦାସ, ସହକାରୀ ବିତ୍ତ ପରାମର୍ଶଦାତା ଶ୍ରୀ ପୃଥ୍ୱୀରାଜ ପାଣିଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଶହୀଦ ମାଧୋ ସିଂହଙ୍କ ପ୍ରତି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ସୂଚନାଯୋଗ୍ୟ ଯେ ଶହୀଦ ମାଧୋ ସିଂହଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ ଓ ବୀରତା ଦିବସ ଆଜି ଶହୀଦଙ୍କ ଜନ୍ମପୀଠ ବରଗଡ଼ ଜିଲ୍ଲାର ଘେଁଷଠାରେ ପାଳିତ ହେଉଛି । ଏହି ରାଜ୍ୟସ୍ତରୀୟ ଉତ୍ସବରେ ସ୍ଥାନୀୟ ସାଂସଦ, ବିଧାୟକ, ଜନସାଧାରଣ, ଶହୀଦ କୁଞ୍ଜଳି ସିଂହ କ୍ଲବ୍‌, ଘେଁଷର ସଦସ୍ୟମାନେ ଯୋଗଦେଇ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।