ବୟନିକାର ରାତ୍ରି ବଜାର ଉଦଘାଟିତ

ଭୁବନେଶ୍ୱର : ଓଡିଶାରେ ପ୍ରବାସୀ ଭାରତୀୟ ଦିବସ ୨୦୨୫ ର ଆୟୋଜନ ସମୟରେ ଓଡ଼ିଶାର ହସ୍ତତନ୍ତ ଐତିହ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ପାଇଁ ବୟନିକାର ବୟନିକା ଅନନ୍ୟ, ଭୁବନେଶ୍ଵର ଶାଖାରେ ରାତ୍ରି ବଜାର ଉଦଘାଟିତ ହୋଇଛି । ଓଡ଼ିଶାର ଶୀର୍ଷ ହସ୍ତତନ୍ତ ସଂଗଠନ ବୟନିକା, ଭୁବନେଶ୍ଵର ରେ ଏହାର ତିନୋଟି ଶାଖାରେ ସ୍ଵତନ୍ତ୍ର ରିହାତି ବିକ୍ରୟ ଆରମ୍ଭ କରିଛି । ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ଅନୁଭବ କରିବାକୁ ବିଶ୍ଵର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରବାସୀ ଭାରତୀୟ ତଥା ପ୍ରତିନିଧି ଓ ପରିଦର୍ଶକ ମାନଙ୍କୁ ସ୍ଵାଗତ କରୁଛି । ପ୍ରବାସୀ ଭାରତୀୟ ଦିବସ ୨୦୨୫ ପାଳନ କରିବା ଏବଂ ଓଡ଼ିଶାର ଅତୁଳନୀୟ ହସ୍ତତନ୍ତ କଳାକୁ ପ୍ରୋତ୍ସାହିତ କରିବା ପାଇଁ ଭୁବନେଶ୍ୱରରେ ଖାରବେଳ ନଗର ସ୍ଥିତ ବୟନିକା ଅନନ୍ୟ ଶାଖାରେ ଆୟୋଜିତ ରାତ୍ରି ବଜାର ବୟନିକାର ଆଉ ଏକ ଭବ୍ୟ ପଦକ୍ଷେପ । ଏହା ଜାନୁଆରୀ ୮ ରୁ ୧୨ ପର୍ଯ୍ୟନ୍ତ ଚାଲିବ । ଏଥିରେ ପର୍ଯ୍ୟଟକ ଓ ଆଗନ୍ତୁକ ମାନଙ୍କୁ ରାତ୍ରି ସମୟରେ ମଧ୍ୟ ଓଡ଼ିଶା ହସ୍ତତନ୍ତ ସୃଷ୍ଟିର ଅନ୍ୱେଷଣ କରିବାକୁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ । ଏହି ରାତ୍ରି ବଜାର, ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତଥା ସମବାୟ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତଙ୍କ ଦ୍ଵାରା ଜାନୁଆରୀ ୮ ତାରିଖ ରାତ୍ରି ୧୦.୩୦ ସମୟରେ ଉଦଘାଟିତ ହୋଇଛି । ଉଦଘାଟନୀ ସମାରୋହରେ ଉପସ୍ଥିତ ଥିଲେ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ଭା.ପ୍ର.ସେ., କମିଶନର ତଥା ଶାସନ ସଚିବ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା, ଶ୍ରୀମତୀ ମଧୁମିତା ରଥ, ଓ.ପ୍ର.ସେ., ସ୍ଵତନ୍ତ୍ର ଶାସନ ସଚିବ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା,ଶ୍ରୀଯୁକ୍ତ ବିକ୍ରମାଦିତ୍ୟ ବାରିକ, ଓ.ପ୍ର.ସେ. (ଉ.ପ୍ର.ଶ୍ରେ), ଅତିରିକ୍ତ ଶାସନ ସଚିବ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ତଥା ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ, ଓଡ଼ିଶା , ଶ୍ରୀମତୀ ପ୍ରଣତୀ ଛୋଟରାୟ, ଭା.ପ୍ର.ସେ., ପରିଚାଳନା ନିର୍ଦ୍ଦେଶିକା, ବୟନିକା ତଥା ହସ୍ତଶିଳ୍ପ ନିର୍ଦ୍ଦେଶିକା, ଓଡ଼ିଶା । ଡଃ: ସୁଷମା ବାରିକ୍, ଓ.ପ୍ର.ସେ. ଅତିରିକ୍ତ ଶାସନ ସଚିବ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ଓ ସାଧାରଣ ପରିଚାଳକ ତଥା ସମ୍ପାଦକ, ବୟନିକା ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ହସ୍ତତନ୍ତ ଓ ବୟନ ନିର୍ଦ୍ଦେଶାଳୟ ଏବଂ ବୟନିକାର ଅନ୍ୟ ସମ୍ମାନିତ ଅଧିକାରୀ ଗଣ । ଏକ ସ୍ବତନ୍ତ୍ର ରିହାତି ମୂଲ୍ୟରେ ଓଡ଼ିଶାର ଚମତ୍କାର ହସ୍ତତନ୍ତ ନିଜ ସାଥିରେ ନେବା ପାଇଁ ମିଳୁଥିବା ଏହି ଅନନ୍ୟ ସୁଯୋଗର ଲାଭ ଉଠାଇବା ପାଇଁ ବୟନିକା ସମସ୍ତଙ୍କୁ ନିମନ୍ତ୍ରଣ କରୁଛି । ରିହାତି ଢାଞ୍ଚାରେ ଜାନୁଆରୀ ୮ ରୁ ୧୨ ପର୍ଯ୍ୟନ୍ତ ଭୁବନେଶ୍ଵରର ସମସ୍ତ ଶାଖାରେ ୨୦% + ୧୦% + ୫% ରିହାତି ଅନ୍ତର୍ଭୁକ୍ତ । ଏହି ଉତ୍ସାହକୁ ଦ୍ଵିଗୁଣିତ କରିବା ପାଇଁ ଅତିରିକ୍ତ ୫% ରିହାତି ବୟନିକା ଅନନ୍ୟ ଶାଖା, ଭୁବନେଶ୍ଵର ଠାରେ ଜାନୁଆରୀ ୮ ରୁ ୧୨ ଯାଏଁ ପ୍ରତିଦିନ ରାତି ୧୧ଟା ରୁ ପରଦିନ ସକାଳ ୭ଟା ଯାଏଁ ପ୍ରଦାନ କରାଯାଉଛି । କିଣାକିଣି ସମୟର ଅନୁଭବକୁ ଆହୁରି ବୃଦ୍ଧି କରିବା ପାଇଁ, ଖାରବେଳ ନଗରର ରାତ୍ରି ବଜାରରେ ବାଦ୍ୟଯନ୍ତ୍ର ଶାସ୍ତ୍ରୀୟ ସଂଗୀତ ପ୍ରଦର୍ଶନ ଏବଂ ଖାଦ୍ୟ କାଉଣ୍ଟର ମଧ୍ଯ ବ୍ୟବସ୍ଥା ହେବ, ଯାହା ପରିଦର୍ଶକମାନଙ୍କ ପାଇଁ ଏକ ଅନନ୍ଯ ଏବଂ ଜୀବନ୍ତ ପରିବେଶ ସୃଷ୍ଟି କରିବ । ଓଡ଼ିଶାର ହସ୍ତତନ୍ତ କଳାକୃତିଗୁଡ଼ିକର ବିବିଧ ସଂଗ୍ରହ ସହିତ ବୟନିକା ନିଜର ପ୍ରତିଭାବାନ ବୁଣାକାରମାନଙ୍କ କଳାତ୍ମକତା ଉପସ୍ଥାପନ କରି ଗର୍ବ ଅନୁଭବ କରିଥାଏ । ଏହି ଚମତ୍କାର ଚିତ୍ରଗୁଡ଼ିକ ଶହ ଶହ ବର୍ଷର ପରମ୍ପରା, ସଂସ୍କୃତି ଏବଂ କାରିଗରୀକୁ ପ୍ରତିଫଳିତ କରିଥାଏ । ଏହି ପଦକ୍ଷେପକୁ ସମର୍ଥନ କରି ପର୍ଯ୍ଯଟକମାନେ ଓଡ଼ିଶାର ବୁଣାକାର ସମ୍ପ୍ରଦାୟର ଜୀବିକା ଏବଂ ବିକାଶରେ ଯୋଗଦାନ କରିପାରିବେ ଏବଂ ଏହି ହସ୍ତତନ୍ତ ଐତିହ୍ଯକୁ ଆନ୍ତର୍ଜାତୀୟସ୍ତରକୁ ନେବାରେ ସାହାଯ୍ଯ କରିପାରିବେ ।ହସ୍ତତନ୍ତକୁ ପ୍ରୋତ୍ସାହନ ଦେବା ଏବଂ ବିଶ୍ଵ ଦରବାରରେ ସେଗୁଡ଼ିକର ଖ୍ୟାତି ସୁନିଶ୍ଚିତ କରିବା ଲାଗି ବୟନିକାର ଏହି ପଦକ୍ଷେପ ସରକାରଙ୍କ ପ୍ରତିବଦ୍ଧତାର ଏକ ପ୍ରମାଣ । ଓଡ଼ିଶାର ହସ୍ତତନ୍ତ ଐତିହ୍ଯର ଏହି ଭବ୍ଯ ଉତ୍ସବରେ ଯୋଗଦେବା, ଏହାର ଜୀବନ୍ତ ସଂସ୍କୃତିକୁ ଅନୁଭବ କରିବା ଏବଂ ଏହି କଳାର ମେରୁଦଣ୍ଡ ହୋଇଥିବା ବୁଣାକାରମାନଙ୍କୁ ସମର୍ଥନ କରିବା ଏବଂ ଆମ ଐତିହ୍ଯର ଏକ ଅଂଶ ଘରକୁ ନେବା ପାଇଁ ସେ ସମସ୍ତ ପ୍ରବାସୀ ଭାରତୀୟ ତଥା ବିଭିନ୍ନ ପ୍ରତିନିଧିଙ୍କ ସମେତ ପର୍ଯ୍ଯଟକ ଏବଂ ପରିଦର୍ଶକମାନଙ୍କୁ ସ୍ୱାଗତ କରିଥିଲେ ବୟନିକା-ଓଡ଼ିଶା ରାଜ୍ଯ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ , ଓଡ଼ିଶା ସରକାର ।