ରାଉରକେଲା : ଦାୟିତ୍ୱ ସମ୍ପନ୍ନ ଜୁଏଲର ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ଆନନ୍ଦର ସହିତ ଓଡ଼ିଶାର ରାଉରକେଲାରେ ତାଙ୍କର ଅତ୍ୟାଧୁନିକ ସୋ’ରୁମ୍ ଖୋଲିବା ସମ୍ପର୍କରେ ଘୋଷଣା କରୁଛନ୍ତି । ପ୍ରଶସ୍ତ ୬୫୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଉଦ୍ଘାଟିତ ଏହି ସୋ’ରୁମ୍ ଓଡ଼ିଶାରେ ୬ଷ୍ଠ ମାଲାବାର ଷ୍ଟୋର ହୋଇଛି । ପ୍ରଶସ୍ତ ଇଣ୍ଟେରିଅର ଏବଂ ସର୍ବାଧୁନିକ କାରିଗରୀ ସହିତ ଅନନ୍ୟ ଡିଜାଇନକୁ ନେଇ ଏହି ପ୍ରତିଷ୍ଠାନ ଗ୍ରାହକଙ୍କୁ ଅତୁଳନୀ ଗହଣା କିଣିବା ଅନୁଭୂତି ପ୍ରଦାନ କରିବାକୁ ଆଗ୍ରହ ରଖୁଛି । ଏହି ଷ୍ଟୋର ବହୁବିଧ ପ୍ରକାରର ସ୍ୱତନ୍ତ୍ର ଷ୍ଟାଇଲ ଏବଂ ସମ୍ଭାର ଉପଲବ୍ଧ କରାଉଛି, ଯାହା ପ୍ରଥମ ଶ୍ରେଣୀର ଅନୁଭୂତି ପ୍ରଦାନ ପ୍ରତିଶ୍ରୁତି ଦେଉଛି । ଏହି ଉଲ୍ଲେଖନୀୟ ସଫଳତା ଭାରତରେ ବ୍ରାଣ୍ଡ୍ର ଦୃଶ୍ୟମାନତାରେ ବୃଦ୍ଧି ଘଟାଇବା ନିମନ୍ତେ ପ୍ରଚଳିତ ପ୍ରୟାସକୁ ପ୍ରଦର୍ଶିତ କରୁଛି । ଏହି ସୋ’ରୁମ୍ ରାଷ୍ଟ୍ରର ଶୀର୍ଷ ରିଟେଲର ଏବଂ ପୂର୍ବାଞ୍ଚଳରେ ଏହାର ନବମ ସ୍ଥାନରେ ନିଜର ସ୍ଥିତିକୁ ସୁଦୃଢ କରୁଛି । ଶ୍ରୀ ସାରଦା ପ୍ରସାଦ ନାୟକ, ମାନ୍ୟବର ବିଧାୟକ, ରାଉରକେଲା; ଏହି ସୋ’ରୁମ୍କୁ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହିତ ପରିଚାଳନା ମଣ୍ଡଳୀ ସଦସ୍ୟବୃନ୍ଦ, ଗ୍ରାହକ ଏବଂ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ । ଭାରତ, ମଧ୍ୟପ୍ରାଚ୍ୟ, ଆମେରିକା, ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆ ସମେତ ୧୩ଟି ରାଷ୍ଟ୍ରରେ ୩୭୫ରୁ ଅଧିକ ସୋ’ରୁମ୍ ସହିତ ବୈଶ୍ୱିକ ଉପସ୍ଥିତି ରହିଥିବା ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ତାହାର ବହୁବିଧ ବର୍ଗର ସମ୍ଭାର, ଅତୁଳନୀୟ ଗୁଣବତ୍ତା ଏବଂ ଗ୍ରାହକକେନ୍ଦ୍ରିକ ଆଭିମୁଖ୍ୟ ନିମନ୍ତେ ସୁପରିଚିତ । ୨୬ଟି ରାଷ୍ଟ୍ରରେ ନିଯୁକ୍ତ ୨୨,୦୦୦ ବହୁଭାଷୀ କର୍ମଚାରୀଙ୍କର ଏକ ଉତ୍ସର୍ଗୀକୃତ ଟିମ୍କୁ ନେଇ ଏହି ବ୍ରାଣ୍ଡ୍ ବିଶ୍ୱବ୍ୟାପୀ ୧୫ ନିୟୁତରୁ ଅଧିକ ସନ୍ତୁଷ୍ଟ ଗ୍ରାହକଙ୍କୁ ସେବା ଯୋଗାଇ ଦେଇଛି । ବହୁବିଧ ପସନ୍ଦ ଏବଂ କାର୍ଯ୍ୟକ୍ରମ ନିମନ୍ତେ ଉପଯୋଗୀ ହେଉଥିବା ସୁନା, ହୀରା, ପ୍ଲାଟିନମ୍ ଏବଂ ଜେମଷ୍ଟୋନ୍ର ବିଶାଳ ଗହଣା ସମ୍ଭାର ଏହି ସୋ’ରୁମ୍ରେ ଜନସାଧାରଣଙ୍କ ନିମନ୍ତେ ଉପଲବ୍ଧ ହେବ । ସମକାଳୀନ ସମ୍ବେଦନଶୀଳତା ନିମନ୍ତେ ଅତ୍ୟନ୍ତ ଔଜଲ୍ୟମୟ ଡିଜାଇନ ଠାରୁ ନେଇ ଭାରତର ସାଂସ୍କୃତିକ ଐତିହ୍ୟକୁ ସମ୍ମାନ ପ୍ରଦର୍ଶନ କରୁଥିବା କ୍ଲାସିକ ଷ୍ଟାଇଲ ପର୍ଯ୍ୟନ୍ତ, ଏହି ଷ୍ଟୋର୍ ବହୁବିଧ ଆଗ୍ରହ ମୁତାବକ ଗହଣା ଚାହିଦା ପୂରଣ କରୁଛି ।
ଏହି ସ୍ମରଣୀୟ ମୁହୂର୍ତ୍ତ ଅବସରରେ ଏକ ବିବୃତ୍ତିରେ ଏମ୍ପି ଅହମ୍ମଦ, ଚେୟାରମ୍ୟାନ, ମାଲାବାର ଗ୍ରୁପ୍ କହିଥିଲେ, “ସମୃଦ୍ଧ ସଂସ୍କୃତି ଏବଂ
ପାର୍ବଣ ଉତ୍ସାହ ପାଇଁ ପରିଚିତ ସହର ରାଉରକେଲାରେ ଆମର ନୂଆ ସୋ’ରୁମ୍ ଉଦ୍ଘାଟନ ସମ୍ପର୍କରେ ଘୋଷଣା କରି ଆମେ ଅତ୍ୟନ୍ତ
ଆନନ୍ଦିତ ଅଛୁ । ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ରେ ଆମେ ଜୀବନର ସବୁଠାରୁ ମୂଲ୍ୟବାନ ମୁହୂର୍ତ୍ତଗୁଡିକୁ ସମ୍ମାନ ପ୍ରଦର୍ଶନ କରୁଥିବା
ଗହଣା ତିଆରି କରିବାରେ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛୁ । ରାଉରକେଲାକୁ ଆମର ଉଲ୍ଲେଖନୀୟ ଗହଣା ସମ୍ଭାର ପ୍ରଦର୍ଶନ କରିବା ନେଇ ଆମେ ଉଲ୍ଲସିତ ଅଛୁ ଏବଂ ଗ୍ରାହକମାନଙ୍କୁ ଆମର ଗୁଣବତ୍ତା, ନୈତିକ ବ୍ୟବସାୟିକ ପରିଚାଳନା ଏବଂ ଗ୍ରାହକ ସନ୍ତୁଷ୍ଟି ପ୍ରତି ଏକନିଷ୍ଠ
ଉତ୍ସର୍ଗୀକୃତ ଭାବ ଯୋଗାଇଦେବାକୁ ଅପେକ୍ଷା ରଖୁଛୁ ।” ଏହି ଷ୍ଟୋର ତାହାର ଚମତ୍କାର ଡିସ୍ପ୍ଲେ ଏବଂ ଜ୍ଞାନସମ୍ପନ୍ନ ବ୍ୟକ୍ତିମାନଙ୍କୁ ନେଇ ଏକ ଆଭିଜାତ୍ୟସମ୍ପନ୍ନ କିଣାକିଣି ଅନୂଭତି ପ୍ରଦାନ କରିବା ଲକ୍ଷ୍ୟ ରଖୁଛି, ଯାହା ଗ୍ରାହକମାନଙ୍କୁ ସଠିକ ହୀରା ପସନ୍ଦ କରିବାରେ ସହାୟକ ହେବ ।
ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ସମ୍ପର୍କରେ
ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ୧୯୯୩ରେ ସ୍ଥାପିତ ହୋଇଥିଲା ଏବଂ ଏହା ଏକ ଅଗ୍ରଣୀ ବିବିଧକୃତ ଭାରତୀୟ ବ୍ୟବସାୟ ଗୋଷ୍ଠୀ
ମାଲାବାର ଗ୍ରୁପ୍ର ଛାମୁଆ କମ୍ପାନୀ ଅଟେ । ବାର୍ଷିକ ୬.୨ ବିଲିଅନ ଡଲାର କାରବାର ସହିତ ଏହି କମ୍ପାନୀ ସମ୍ପ୍ରତି ବିଶ୍ୱସ୍ତରରେ ୬ଷ୍ଠ
ସର୍ବବୃହତ ଗହଣା ରିଟେଲର ଏବଂ ଡିଲଏଟ୍ର ଲକ୍ଜରୀ ଗୁଡସ୍ ୱର୍ଲଡ ୧୯ତମ ସ୍ଥାନରେ ରହିଛି । ଏହାର ୧୩ଟି ରାଷ୍ଟ୍ରରେ
୩୭୦ରୁ ଅଧିକ ସୋ’ରୁମ୍ ଜରିଆରେ ମଜବୁତ ରିଟେଲ ନେଟୱର୍କ ସହିତ ସମଗ୍ର ଭାରତ, ମଧ୍ୟପ୍ରାଚ୍ୟ, ସୁଦୂର ପ୍ରାଚ୍ୟ, ଆମେରିକା,
ବ୍ରିଟେନ, କାନାଡା ଓ ଅଷ୍ଟ୍ରେଲିଆରେ ବହୁ କାର୍ଯ୍ୟାଳୟ, ଡିଜାଇନ ସେଣ୍ଟର, ହୋଲ୍ସେଲ ୟୁନିଟ ଏବଂ କାରଖାନା ରହିଛି । ମାଲାବାର
ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ମଧ୍ୟ ଅନ୍ଲାଇନ ସୋ’ରୁମ୍ www.malabargoldanddiamonds.comରେ ଉପଲବ୍ଧ ହେଉଛି । ଇଏସ୍ଜି (ପରିବେଶଗତ, ସାମାଜିକ ଏବଂ ପରିଚାଳନା) ଏବଂ ସାମାଜିକ ଦାୟିତ୍ୱବୋଧ ନିର୍ବାହ (ସିଏସ୍ଆର) ଗ୍ରୁପ୍ ଆରମ୍ଭରୁ ଏହାର
ପ୍ରାଥମିକ ପ୍ରତିବଦ୍ଧତା ହୋଇ ରହିଆସିଛି । ମାଲାବାର ଗ୍ରୁପ୍ର ଅଗ୍ରାଧିକାର କ୍ଷେତ୍ରଗୁଡିକ ମଧ୍ୟରେ ସ୍ୱାସ୍ଥ୍ୟ, ହାଉସିଂ, କ୍ଷୁଧାମୁକ୍ତ ବିଶ୍ୱ, ଶିକ୍ଷା,
ପରିବେଶ ଏବଂ ମହିଳା ସଶକ୍ତିକରଣ ରହିଆସିଛି ଏବଂ ଏହା ଦାୟିତ୍ୱସମ୍ପନ୍ନତା ଏବଂ ଦୀର୍ଘସ୍ଥାୟିତାକୁ ଏହାର ମୂଳ ବ୍ୟବସାୟ ସହିତ
ସମନ୍ୱିତ କରୁଛି ।